ETV Bharat / bharat

ରାଷ୍ଟ୍ରପତି ଦୌଡରେ ଆଦିବାସୀ ମହିଳା, ଐତିହାସିକ ନିଷ୍ପତ୍ତି କହିଲେ ହିମାଚଳ ମୁଖ୍ୟମନ୍ତ୍ରୀ

ଆଦିବାସୀ ମହିଳା ରାଷ୍ଟ୍ରପତି ପ୍ରାର୍ଥୀ ହେବା ଭାରତ ଇତିହାସରେ ପ୍ରଥମ । ଏନଡିଏର ପ୍ରାର୍ଥିତ୍ବ ନିଷ୍ପତ୍ତିକୁ ପ୍ରଶଂସା କରି ଏପରି କହିଲେ ହିମାଚଳ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

author img

By

Published : Jun 25, 2022, 10:03 AM IST

ରାଷ୍ଟ୍ରପତି ଦୌଡରେ ଆଦିବାସୀ ମହିଳା, ଐତିହାସିକ ନିଷ୍ପତ୍ତି କହିଲେ ହିମାଚଳ ମୁଖ୍ୟମନ୍ତ୍ରୀ
ରାଷ୍ଟ୍ରପତି ଦୌଡରେ ଆଦିବାସୀ ମହିଳା, ଐତିହାସିକ ନିଷ୍ପତ୍ତି କହିଲେ ହିମାଚଳ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦୌଡରେ ଅଛନ୍ତି ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁ । ଏନଡିଏର ପ୍ରାର୍ଥୀ ଭାବେ ଶୁକ୍ରବାର ମୁର୍ମୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଜଣେ ଆଦିବାସୀ ମହିଳା ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପାଇଁ ପ୍ରାର୍ଥୀ ହେବା ଭାରତରେ ପ୍ରଥମ । ଏଣୁ ବିଭିନ୍ନ ରାଜ୍ୟର ରାଜନୈତିକ ଦଳ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଛନ୍ତି । ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥିତ୍ବଙ୍କୁ ପ୍ରଶଂସା କରିଛନ୍ତି । ଠାକୁର କହିଛନ୍ତି, "ମୁର୍ମୁଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ଏକ ଐତିହାସିକ ନିଷ୍ପତ୍ତି । ଭାରତର ଇତିହାସରେ ଏହା ପ୍ରଥମ । ଜନସାଧାରଣଙ୍କ ସହ ଆମେ ସମସ୍ତେ ଏହାକୁ ସ୍ବାଗତ କରୁଛୁ ।'' ମୁର୍ମୁଙ୍କ ନାମାଙ୍କନ ସମୟରେ ସାମିଲ ହୋଇଥିବାବେଳେ ଇଟିଭି ଭାରତକୁ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ।

ଶୁକ୍ରବାର ମୁର୍ମୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପିର ବରିଷ୍ଠ ନେତୃବନ୍ଦମାନେ ଦ୍ରୌପଦୀଙ୍କ ସହ ଉପସ୍ଥିତ ରହିଥିଲେ । ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମଧ୍ୟର ନାମାଙ୍କନ ଦାଖଲ ବେଳେ ଉପସ୍ଥିତ ରହିଥିଲେ । ଏହି ଅବସରରେ ସେ ଭାରତ ସର୍ବୋଚ୍ଚ ପଦ ପାଇଁ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥିତ୍ବକୁ ପ୍ରଶଂସା କରିବା ସହ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ନେତୃବନ୍ଦଙ୍କୁ ଶୁଭକାମନା ଜଣାଇଛନ୍ତି । NDA ଉପରେ ବିରୋଧି ମେଣ୍ଟର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ଅଧିକ ପ୍ରଭାବ ପଡିବ ନାହିଁ ମଧ୍ୟ ଠାକୁର କହିଛନ୍ତି ।

ମହାରାଷ୍ଟ୍ର ରାଜନୈତିକ ସଙ୍କଟ ସମ୍ପର୍କରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଜୟରାମ ଠାକୁର । ସେ କହିଛନ୍ତି, ''ମହାରାଷ୍ଟ୍ର ମେଣ୍ଟ ଦୁଇ ବିରୋଧି ଦଳ ସଦୃଶ ଥିଲେ । ଉଭୟଙ୍କ ବିଚାରଧାରାରେ ସମାନତା ନଥିଲା । ଶିବସେନା ସବୁବେଳେ କଂଗ୍ରେସ ବିରୁଦ୍ଧରେ ଲଢେଇ କରୁଥିଲା । ଯେଉଁଥିରୁ ମେଣ୍ଟ ଦୀର୍ଘ ଦିନ ଯାଏଁ ତିଷ୍ଠି ପାରିବ ନାହିଁ ବୋଲି ଆଭାସ ହେଉଥିଲା । ମହାରାଷ୍ଟ୍ର ମେଣ୍ଟ ଭାଙ୍ଗିବା ସହ ରାଷ୍ଟ୍ରପତି ନିର୍ବାଚନର କୌଣସି ନେଣଦେଣ ନାହିଁ ।''

ହିମାଚଳ ମୁଖ୍ୟମନ୍ତ୍ରୀ ବିବାଦୀୟ ଅଗ୍ନିପଥ ଯୋଜନା ସମ୍ପର୍କରେ ମଧ୍ୟ ନିଜର ମନ୍ତବ୍ୟ ରଖିଛନ୍ତି । ସେ ଦାବି କରିଛନ୍ତି, ''ବର୍ତ୍ତମାନ ସମୟରେ ଦେଶରେ ଅଗ୍ନିପଥ ଯୋଜନାର ଆବଶ୍ୟକତା ରହିଛି । ଆମ ଦେଶର ଯବାନ ଯୁବକ ହେବା ଆବଶ୍ୟକ ଏବଂ ସେମାନଙ୍କ ମଧ୍ୟରେ ଜୋସ୍ ଭରି ରହିବା ଦରକାର । ଏହି ଯୋଜନା ରୋଜଗାର ସୁଯୋଗ ବୃଦ୍ଧି କରିଛି । ଚାକିରି କାର୍ଯ୍ୟକାଳ ପରେ ୨୫ ପ୍ରତିଶତ ଅଗ୍ନିବୀର ସେବାରେ ରହିବେ ।"

ବାକି ୭୫ ପ୍ରତିଶତ ଅଗ୍ନିବୀରଙ୍କ ପାଇଁ କେନ୍ଦ୍ର ସରକାର ଅନ୍ୟାନ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବେ । ତେଣୁ ଏହାକୁ ଲୋକେ ଅବହେଳା କରିବା ଅନୁଚିତ୍ । ବର୍ତ୍ତମାନ ଯୁବଗୋଷ୍ଠୀ ଯୋଜନା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ହାସଲ କରିଛନ୍ତି । ଯାହାର ଫଳସୂରୁପ ସେ ଆନ୍ଦୋଳନରୁ ବିରତ ରହିଛନ୍ତି । ଅନେକ ବିଜେପି ଶାସିତ ରାଜ୍ୟ ସରକାର ଅଗ୍ନିବୀରଙ୍କୁ ନିଜ ରାଜ୍ୟରେ ସରକାରୀ ନିଯୁକ୍ତି ଦେବା ଉପରେ ପ୍ରାଧାନ୍ୟ ଦେବାକୁ ଘୋଷଣା କରିଛନ୍ତି । ମୁଁ ମଧ୍ୟ ଏହି ନିଯୁକ୍ତି ସୁଯୋଗ ପ୍ରଦାନ କରିବି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.