ETV Bharat / bharat

ପରିବେଶକୁ ଅଙ୍ଗାରକାମ୍ଲ ପ୍ରଦୂଷଣ ମୁକ୍ତ ରଖିବ ଛତୁ - ପରିବେଶକୁ ଅଙ୍ଗାରକାମ୍ଲ ପ୍ରଦୂଷଣ ମୁକ୍ତ ରଖିବ ଛତୁ

ଉତ୍ତରାଖଣ୍ଡ ଜଙ୍ଗଲରୁ ଟ୍ରେମିଟିଜ୍ ମାକ୍ସିମା ନାମକ ଫଙ୍ଗସ୍ ଠାବ । ଏହା ପରିବେଶରେ ବିଷାକ୍ତ ଅଙ୍ଗାରକାମ୍ଲ ଯୁକ୍ତ ପ୍ରଦୂଷଣ ହ୍ରାସ କରିବାରେ ସହାୟକ ହେବ । ଅଧିକ ପଢନ୍ତୁ

ପରିବେଶକୁ ଅଙ୍ଗାରକାମ୍ଲ ପ୍ରଦୂଷଣ ମୁକ୍ତ ରଖିବ ଛତୁ

author img

By

Published : Aug 25, 2022, 10:19 AM IST

ଡେରାଡୁନ: ପରିବେଶରେ ଅଙ୍ଗାରକାମ୍ଲ ପ୍ରଦୂଷଣ ହ୍ରାସ କରିବ ଛତୁ । ଉତ୍ତରଖଣ୍ଡ ଜଙ୍ଗଲରୁ ବୈଜ୍ଞାନିକମାନେ ସେଭଳି ଏକ ଛତୁ ବା ଫଙ୍ଗସ୍ ଆବିଷ୍କାର କରିଛନ୍ତି । CSIRର ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଆଇଆଇପି ଡେରାଡୁନ(Central Institute IIP Dehradun)ରେ 'ବାୟୋଟେକ୍ନୋଲୋଜି କନଭର୍ସନ ଏରିଆ' ଉପରେ ରିସର୍ଚ୍ଚ କରୁଥିବା ବୈଜ୍ଞାନିକ ଡ.ସୁନୀଲ କୁମାର ଏବଂ ତାଙ୍କ ଟିମ୍ 'ଟ୍ରେମିଟିଜ୍ ମାକ୍ସିମା'(Trematis Maxima) ନାମକ ଛତୁ ଠାବ କରିଛନ୍ତି ।

ରିସର୍ଚ୍ଚ ଟିମ୍ କହିଛନ୍ତି ଯେ, ''ଏହି ଛତୁ ମାଟି ଓ ଜଳରୁ ବିଷାକ୍ତ ପଲି ଆରୋମେଟିକ ହାଇଡ୍ରୋକାର୍ବନ(polycyclic aromatic hydrocarbons) ଅର୍ଥାତ୍ ମନୁଷ୍ୟ ପାଇଁ ଅତି ଘାତକ ଅଙ୍ଗାରକାମ୍ଲ ପ୍ରଦୂଷଣ ଦୂର କରିବ ।'' ବର୍ତ୍ତମାନ ବୈଜ୍ଞାନିକ ଟିମ୍ ଏହି ଛତୁକୁ ଲ୍ୟାବ୍‌କୁ ନେଇ ଅନ୍ୟାନ୍ୟ ସମ୍ଭାବନା ଗୁଡିକୁ ସନ୍ଧାନ କରୁଛନ୍ତି । ମାନବ ଜୀବନ ପାଇଁ ଅଙ୍ଗାରକାମ୍ଲ ଯୁକ୍ତ ସବୁ ପ୍ରକାର ପ୍ରଦୂଷଣ ଅତ୍ୟନ୍ତ କ୍ଷତିକାରକ ଅଟେ । ଯଦି ଆମେ polycyclic aromatic hydrocarbons ବିଷୟରେ କହିବା, ତେବେ ଏହା ମଣିଷ ପାଇଁ ଖୁବ ଘାତକ ଅଟେ । ଯଦି ଅଙ୍ଗାରକାମ୍ଲ ଯୁକ୍ତ କୌଣସି ପଦାର୍ଥର ମଲିକ୍ୟୁଲ ମଣିଷ ସଂସ୍ପର୍ଶରେ ଆସେ କିମ୍ବା କେଉଁଠାରୁ ଫୁଡ୍ ଚେନରେ ପ୍ରବେଶ କରେ ତେବେ ଏହା ତାଙ୍କ ପାଇଁ ଖୁବ୍ ଘାତକ ସାବ୍ୟସ୍ତ ହୋଇପାରେ । ଆମେରିକୀୟ ପରିବେଶ ସୁରକ୍ଷା ଏଜେନ୍ସି(EPNA) ପଲି ଆରୋମେଟିକ ହାଇଡ୍ରୋକାର୍ବନକୁ carcinogenic ଶ୍ରେଣୀରେ ଅନ୍ତର୍ଭୁକ୍ତ କରିଛି । ଏହିଭଳି ହାଇଡ୍ରୋକାର୍ବନ କ୍ୟାନ୍ସର ସୃଷ୍ଟି କରିଥାଏ ।

ପଲି ଆରୋମେଟିକ ହାଇଡ୍ରୋକାର୍ବନ କେଉଁଠୁ ଆସିଥାଏ:

ଅଧିକାଂଶ ଅଙ୍ଗାରକାମ୍ଲ ପ୍ରଦୂଷଣ ଯାନବାହନରୁ ନିର୍ଗତ ଧୂଆଁ ଭଳି ପେଟ୍ରୋଲିୟମ ପଦାର୍ଥରୁ ଜାତ ହୋଇଥାଏ । ଯାହା ଆମ ପରିବେଶରେ ପହଞ୍ଚେ । ପଲି ଆରୋମେଟିକ ହାଇଡ୍ରୋକାର୍ବନ ପେଟ୍ରୋଲିୟମ ଶିଳ୍ପ ଆଖପାଖ ଅଞ୍ଚଳରେ ଅଧିକ ମାତ୍ରାରେ ରହିଥାଏ । ବର୍ଷା ଋତୁ ସମୟରେ ଏହା ପାଣି ସହ ମିଶି ମାଟିରେ ମିଶିଥାଏ । ମାଟିରୁ ଏହା ଖାଦ୍ୟପଦାର୍ଥରେ ମିଶିଥାଏ । ଫଳରେ ଏହି ଖାଦ୍ୟ ଆମେ ଗ୍ରହଣ କରିବା ଦ୍ବାରା ଆମ ଶରୀର ମଧ୍ୟରେ ଏହି କ୍ଷତିକାରଣ ଅଙ୍ଗାରକାମ୍ଲ ପ୍ରବେଶ କରେ । ଆଜିକାଲି ପରିବେଶରେ ପେଟ୍ରୋଲିୟମ ପଦାର୍ଥର ବ୍ୟବହାର ଖୁବ୍ ମାତ୍ରାରେ ବୃଦ୍ଧି ପାଉଛି । ଯାହା ମଣିଷ ସମାଜକୁ ଦିନକୁ ଦିନ ବିପଦ ଆଡକୁ ଟାଣି ନେଉଛି ।

ଏହାମଧ୍ୟ ପଢନ୍ତୁ: Tomato flu Advisory: ଟମାଟୋ ଫ୍ଲୁରେ ନାହିଁ Monkeypox, SARS CoV2 ଲକ୍ଷଣ

ଡକ୍ଟର ସୁନୀଲ କହିଛନ୍ତି, ''ପୃଥିବୀପୃଷ୍ଠରେ ଅନେକ ପ୍ରକାରର ଫଙ୍ଗସ୍‌ ରହିଛି । ସମସ୍ତଙ୍କ ବିଶେଷତ୍ବ ଭିନ୍ନ ଭିନ୍ନ । ପଙ୍ଗସ୍‌ ଏକପ୍ରକାର ପରଜୀବୀ ଅଟେ । ନିଜର ଖାଦ୍ୟ ପାଇଁ ଏହା ଅନ୍ୟ ଉପରେ ନିର୍ଭରଶୀଳ । ଏମାନେ ନିଜ ଖାଦ୍ୟକୁ ଛୋଟ ଛୋଟ ଖଣ୍ଡରେ ପରିଣତ କରିଥାନ୍ତି । ଯେଉଁ ଫଙ୍ଗସ୍‌ ବା ଛତୁକୁ ଆଇଆଇପି ଡେରାଡୁନ ରିସର୍ଚ୍ଚର ଆବିଷ୍କୃତ କରିଛନ୍ତି ତାହାର ନାମ ଟ୍ରେମିଟିଜ୍ ମାକ୍ସିମା ଅଟେ । ଏହି ଫଙ୍ଗସର ବିଶେଷତ୍ବ ହେଉଛି ଏହା ପଲି ଏରୋମେଟିକ ହାଇଡ୍ରୋକାର୍ବନକୁ ବିଘଟିତ କରିଥାଏ ଏବଂ ଏହାକୁ ଖାଦ୍ୟ ରୂପେ ଗ୍ରହଣ କରିଥାଏ । ଏହିପରି ଭାବେ ଏହି ଫଙ୍ଗସ୍ ମାଟି ଓ ଜଳକୁ ବିଷାକ୍ତ ଅଙ୍ଗାରକାମ୍ଲ ବା ଲଲି ଏରୋମେଟିକ ହାଇଡ୍ରୋକାର୍ବନ ପ୍ରଦୂଷଣରୁ ମୁକ୍ତ କରିଥାଏ ।''

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.