ETV Bharat / bharat

ଗୋରୁଗାଈଙ୍କୁ ଯାନରେ ସ୍ଥାନାନ୍ତରଣ ବେଆଇନ ନୁହେଁ, ଆଲ୍ଲାବାଦ ହାଇକୋର୍ଟ

ଗାଈଗୋରୁଙ୍କୁ ଯାନରେ ସ୍ଥାନାନ୍ତରଣ କରିବା ବେଆଇନ ନୁହେଁ । ଏକ ମାମଲାର ଶୁଣାଣିବେଳେ ଏହି ରାୟ ଶୁଣାଇଛନ୍ତି ଆଲ୍ଲାବାଦ ହାଇକୋର୍ଟ । ଅଧିକ ପଢନ୍ତୁ

author img

By

Published : Aug 26, 2022, 1:43 PM IST

ଗାଈଙ୍କୁ ସ୍ଥାନାନ୍ତରଣ କରିବା ବେଆଇନ ନୁହେଁ, ଆଲହାବାଦ ହାଇକୋର୍ଟ

ଲକ୍ଷ୍ନୌ: ଗାଈଗୋରୁଙ୍କୁ ବଡ଼ ବଡ଼ ଯାନରେ ସ୍ଥାନାନ୍ତରଣ (Transportation of cows) ବେଆଇନ ହୋଇଥାଏ । ମାତ୍ର ଏହା ବେଆଇନ କାର୍ଯ୍ୟ ନୁହେଁ ବୋଲି କହିଛନ୍ତି ଉତ୍ତରପ୍ରଦେଶର ଆଲ୍ଲାବାଦ ହାଇକୋର୍ଟ (Allahabad HC) । ରାଜ୍ୟ ମଧ୍ୟରେ ଯେକୌଣସି ସ୍ଥାନକୁ ଗାଈଙ୍କୁ ସ୍ଥାନାନ୍ତରଣ କରିବା ଦ୍ବାରା ଏହା ଗାଈ ହତ୍ୟା ଆଇନକୁ (UP Prevention of Cow Slaughter Act) ଉଲଂଘନ କରୁନାହିଁ ବୋଲି କୋର୍ଟ କହିଛନ୍ତି ।

ଗୁରୁବାର କୋର୍ଟ ବାରଣାସୀ ଏକ ଗାଈ ଚାଲାଣ ହେଉଥିବା ଯାନ ଉପରେ ରାୟ ଦେବା ସମୟରେ ଏ ନେଇ ସ୍ପଷ୍ଟ କରିଛନ୍ତି । ବିନା କୌଣସି ଅନୁମତିରେ ଏକ ଯାନ ଗାଈଙ୍କୁ ନେଇ ଯାଉଥିବାବେଳେ, ତାକୁ ଅଟକ ରଖିଥିଲା ବାରଣାସୀ ଜିଲ୍ଲା ପ୍ରଶାସନ । ଏହି କେସ୍‌ ଉପରେ ଶୁଣାଣି କରିବା ସମୟରେ କୋର୍ଟ ଏହି ରାୟ ଶୁଣାଇଛନ୍ତି ।

ଏହା ବି ପଢନ୍ତୁ- ତାମିଲନାଡ଼ୁ ଯୁବକଙ୍କ ମହାନତା, ଗାଁ ରାସ୍ତା ନିର୍ମାଣରେ ସଞ୍ଚିତ ଅର୍ଥରୁ ଖର୍ଚ୍ଚ କଲେ ୯ ଲକ୍ଷ

ଏହି ଘଟଣା ଉପରେ ଶୁଣାଣି କରିବା ସମୟରେ ଜଷ୍ଟିସ ମହମ୍ମଦ ଅସଲାମ କହିଛନ୍ତି, "ରାଜ୍ୟ ମଧ୍ୟରେ କୌଣସି ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଗାଈଙ୍କୁ ସ୍ଥାନାନ୍ତର କରିବା ସମୟରେ ଏହା ବେଆଇନ କାର୍ଯ୍ୟ ମଧ୍ୟରେ ଅନ୍ତର୍ଭୁକ୍ତ ନୁହେଁ । ଏଥିଲାଗି କୌଣସି ଅନୁମତି ନେବା ମଧ୍ୟ ଆବଶ୍ୟକ ନାହିଁ ।" ଚଳିତ ମାସରେ ଗାଈଙ୍କୁ ନେଇ ଯାଉଥିବାବେଳେ, ବାରଣାସୀ ପୋଲିସ ଏକ ଟ୍ରକକୁ ଅଟକ ରଖିଥିଲା । ଏହି ଘଟଣାରେ ମାମଲା ମଧ୍ୟ ରୁଜୁ କରିଥିଲା ପୋଲିସ ।

ଟ୍ରକକୁ ଛାଡିବା ପାଇଁ ମାଲିକ ଜିଲ୍ଲା ପ୍ରଶାସନ ନିକଟରେ ଆବେଦନ କରିଥିଲେ । ମାତ୍ର ଏହାକୁ ଖାରଜ କରାଯାଇଥିଲା । ଏହାପରେ ସେ ଅପରାଧିକ ସଂଶୋଧନ ନେଇ ଆବେଦନକୁ ଖାରଜ ହୋଇଥିଲା । ଏହାପରେ ସେ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ମାତ୍ର ମାମଲାର ଶୁଣାଣି କରିବା ସମୟରେ କୋର୍ଟ ଏହାକୁ ବେଆଇନ କାର୍ଯ୍ୟ ନୁହେଁ ବୋଲି ଦର୍ଶାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.