ETV Bharat / bharat

Train tragedy: ଦେଶ ଇତିହାସର 5 ଭୟଙ୍କର ଟ୍ରେନ ଦୁର୍ଘଟଣା, ଆଖି ବୁଜିଥିଲେ ଶହ ଶହ ଯାତ୍ରୀ

ଭାରତୀୟ ପରିବହନ ଓ ଯୋଗାଯୋଗର ମୁଖ୍ୟ ମାଧ୍ୟମ ରେଳସେବା । ହେଲେ ଦୁର୍ଘଟଣା ନେଇଛି ଶହ ଶହ ଯାତ୍ରୀଙ୍କ ଜୀବନ । ନଜର ପକାନ୍ତୁ ଏହି ଟ୍ରେନ ଦୁର୍ଘଟଣାର ଇତିହାସ ଉପରେ । ଅଧିକ ପଢନ୍ତୁ

author img

By

Published : Jun 3, 2023, 3:15 PM IST

Train tragedy: ଦେଶ ଇତିହାସରେ 5 ଭୟଙ୍କର ଟ୍ରେନ ଦୁର୍ଘଟଣା

ହାଇଦ୍ରାବାଦ: ଭାରତ ପରି ଏକ ଜନବହୁଳ ରାଷ୍ଟ୍ରର ପରିବହନ ଓ ଯୋଗାଯୋଗର ପ୍ରମୁଖ ମାଧ୍ୟମ ତଥା ଲାଇଫ-ଲାଇନ ହେଉଛି ରେଳସେବା । ବିଶ୍ବର 4ର୍ଥ ବୃହତ୍ତମ ରେଳ ନେଟଓ୍ବାର୍କ ହେଉଛି ଭାରତ । ଦେଶରେ ବ୍ରିଟିଶ ଇଣ୍ଡିଆରୁ ଆରମ୍ଭ ହୋଇଥିବା ରେଳସେବା ପରିବର୍ତ୍ତିତ ସ୍ଥିତିରେ ଜ୍ଞାନକୌଶଳ ଆଧାରରେ ନୂଆ ରୂପ ପାଇଛି । ହେଲେ ଦେଶ ଇତିହାସରେ ଏପରି କିଛି ଭୟଙ୍କର ରେଳ ଦୁର୍ଘଟଣା ମଧ୍ୟ ଘଟିଛି, ଯାହା ସମଗ୍ର ଦେଶକୁ ସ୍ତବ୍ଦ କରିଦେଇଛି । ଶହ ଶହ ରେଳ ଯାତ୍ରୀଙ୍କ ପ୍ରାଣହାନୀ ଘଟିଛି । ବିଭିନ୍ନ ରେଳମନ୍ତ୍ରୀ ମଧ୍ୟ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି । ଏବେ ବାଲେଶ୍ବର ରେଳ ଦୁର୍ଘଟଣାରେ 261 ଯାତ୍ରୀଙ୍କ ପ୍ରାଣହାନୀ ଘଟଣା ପୁଣି ଥରେ ଦେଶର ରେଳ ଦୁର୍ଘଟଣା ଇତିହାସକୁ ମନେ ପକାଇଦେଇଛି । ନଜର ପକାନ୍ତୁ ଦେଶର 5 ଭୟାନକ ଟ୍ରେନ ଦୁର୍ଘଟଣା ସମ୍ପର୍କରେ ।

1.ବିହାର ଦୁର୍ଘଟଣା, ଯାଇଥିଲା 8 ଶହ ଯାତ୍ରୀଙ୍କ ଜୀବନ:-

80 ଦଶକରେ ବିହାରରେ ଘଟିଥିବା ଏହି ଭୟଙ୍କର ଟ୍ରେନ ଦୁର୍ଘଟଣା କେବଳ ଦେଶ ନୁହେଁ ସମଗ୍ର ବିଶ୍ବକୁ ଦୋହଲାଇ ଦେଇଥିଲା । ଏଥିରେ ପ୍ରାୟ 8 ଶହ ଯାତ୍ରୀ ପ୍ରାଣ ହରାଇଥିଲେ । 1981 ଜୁନ 6 ତାରିଖରେ ବିହାର ସାହର୍ସା ନିକଟରେ ଏକ ଟ୍ରେନ ଲାଇନଚ୍ୟୁତ ହୋଇ ବାଘମତି ନଦୀରେ ଖସି ପଡିଥିଲା । ଟ୍ରେନର ଏକାଧିକ ବଗି ନଦୀ ଗର୍ଭକୁ ଖସି ପଡିଥିଲା । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଅପରେସନ ଜାରି କରାଯାଇଥିଲେ ଏହା ଏତେ ସହଜ ନଥିଲା । ମୃତ୍ୟୁସଂଖ୍ୟା ପ୍ରାୟ 8 ଶହ ହୋଇଥିଲା । କେଇ ଦିନ ପର୍ଯ୍ୟନ୍ତ ନଦୀରୁ ଯାତ୍ରୀଙ୍କ ମୃତ୍ୟଦେହ ଉଦ୍ଧାର କରାଯାଇଥିଲା । ଏହାକୁ ଦେଶର ସବୁଠୁ ବଡ ରେଳ ଦୁର୍ଘଟଣା ଭାବେ ମଧ୍ୟ ବିବେଚନା କରାଯାଏ ।

2. ଫିରୋଜାବାଦ ଦୁର୍ଘଟଣା, 358 ମୃତ:

1995 ମସିହା ଅଗଷ୍ଟ 20 ତାରିଖରେ ଉତ୍ତର ପ୍ରଦେଶର ଫିରୋଜାବାଦରେ ଘଟିଥିବା ଏହି ଭୟଙ୍କର ଦୁର୍ଘଟଣା 385 ଜୀବନ ନେଇଥିଲା । ପୁରୀରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ପୁରୁଷୋତ୍ତମ ଏକ୍ସପ୍ରେସ, କାଳିନ୍ଦି ଏକ୍ସପ୍ରେସ ସହ ଧକ୍କା ହେଇଥିଲା । ଉଭୟ ଟ୍ରେନର ଏକାଧିକ ବଗି ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା । କେଇ ଘଣ୍ଚାର ଅପରେସନ ପରେ 385 ଯାତ୍ରୀଙ୍କ ପ୍ରାଣହାନୀ ହୋଇଥିବା ସରକାରୀ ଭାବେ ଘୋଷଣା କରାଯାଇଥିଲା । ଏଥିରେ ପ୍ରାୟ ହଜାରରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ ।

3.ଆସାମ ରେଳ ଦୁର୍ଘଟଣା ନେଇଥିଲା 268 ଯାତ୍ରୀଙ୍କ ଜୀବନ:-

1999 ମସିହା ଅଗଷ୍ଟ 20 ତାରିଖରେ ଉତ୍ତର-ପୂର୍ବ ରାଜ୍ୟ ଆସମରେ ଭୟଙ୍କର ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ 359 ଯାତ୍ରୀ । ଆସମର ଗାଇସଲରେ ଆୱାଦ-ଆସାମ ଏକ୍ସପ୍ରେସ ଓ ବ୍ରହ୍ମପୁତ୍ର-ମେଲ ମୁଁହାମୁହିଁ ଧକ୍କା ହୋଇଥିଲେ । ଏଥିରେ 359 ଯାତ୍ରୀ ପ୍ରାଣ ହରାଇଥିଲେ । ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଦୁର୍ଘଟଣାର ମୃତକଙ୍କ ମଧ୍ୟରେ ଭାରତୀୟ ସେନାର ବହୁ ଯବାନ ରହିଥିଲେ । କାରଣ ଦୁର୍ଘଟଣାର ଶିକାର ହୋଇଥିବା ବ୍ରହ୍ମପୁତ୍ର ମେଲରେ ଆସାମରୁ ସୁରକ୍ଷାବଳର ଯବାନ ଯାତ୍ରା କରୁଥିଲେ ।

4.ଖାନ୍ନା ଟ୍ରେନ ଦୁର୍ଘଟଣା:-

1998 ମସିହା ନଭେମ୍ବର 26 ତାରିଖରେ ପଞ୍ଜାବର ଖାନ୍ନା ନିକଟରେ ଘଟିଥିଲା ଏହି ଭୟଙ୍କର ରେଳ ଦୁର୍ଘଟଣା । ଏଥିରେ 212 ଯାତ୍ରୀଙ୍କ ଅକଳା ମୃତ୍ୟୁ ହୋଇଥିଲା । ଅମୃତସର ଅଭିମୁଖେ ଯାତ୍ରା କରୁଥିବା ଗୋଲ୍ଡେନ ଟେମ୍ପୁଲ ମେଲର କିଛି ବଗି ଲାଇନଚ୍ୟୁତ ହୋଇଥିଲା । ପରେ ଏହି ଧାରଣାରେ ଆସୁଥିବା ଜମ୍ମୁ ତାଇ-ସିଆଲଦା ଏକପ୍ରେସ ଏହି ଟ୍ରେନକୁ ଧକ୍କା ଦେଇଥିଲା । ଏଥିରେ ପ୍ରାୟ 212 ଯାତ୍ରୀଙ୍କ ମୃତ୍ୟୁ ହେବା ସହ ପ୍ରାୟ 5 ଶହରୁ ଅଧିକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବୈଷୟିକ ତ୍ରୁଟି କାରଣରୁ ଏହି ଦୁର୍ଘଟଣା ଘଟିଥିଲା ।

5. ଜ୍ଞାନେଶ୍ବରୀ ଏକ୍ସପ୍ରେସ ଦୁର୍ଘଟଣା:-

2010 ମେ’ 28 ତାରିଖରେ ଘଟିଥିଲା ଏହି ଦୁର୍ଘଟଣାରେ । ପଶ୍ଚିମବଙ୍ଗର ପଶ୍ଚିମ-ମେଦିନପୁର ଜିଲ୍ଲାରେ ହୋଇଥିବା ଏହି ଭୟଙ୍କର ରେଳ ଦୁର୍ଘଟଣାରେ 170 ଯାତ୍ରୀଙ୍କ ପ୍ରାଣହାନୀ ଘଟିଥିଲା । ଏଥିରେ ପ୍ରଥମ ଥର କୌଣସି ରେଳ ଦୁର୍ଘଟଣାରେ ମାଓବାଦୀଙ୍କ ଭୂମିକା ସନ୍ଦେହକୁ ଆସିଥିଲା । ରେଳ ଧାରଣାକୁ ବୋମା ବିସ୍ଫୋରଣରେ ଉଡାଇ ଦିଆଯାଇଥିବା କାରଣରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ହଓ୍ବାଡା-କୁର୍ଲ୍ଲା ଲୋକମାନ୍ୟ ତିଲକ ଜ୍ଞାନେଶ୍ବରୀ ସୁପର ଡିଲେକ୍ସ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଥିଲା । ଏଥିରେ ପ୍ରାୟ 5 ଶହରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ 170 ଜଣ ଆଖି ବୁଜିଥିଲେ ।

6. ବାଲେଶ୍ବର ଟ୍ରେନ ଦୁର୍ଘଟଣା:-

ଚଳିତ ଦଶନ୍ଧିର ବାଲେଶ୍ବର ବାହନଗାରେ ଘଟିଥିବା ଟ୍ରେନ ଦୁର୍ଘଟଣାକୁ ସବୁଠାରୁ ଭୟଙ୍କର ରେଳ ଦୁର୍ଘଟଣା ବୋଲି କୁହାଯାଉଛି । ସମଗ୍ର ଦେଶକୁ ସ୍ତବ୍ଦ କରିଦେଇଥିବା ଏହି ଦୁର୍ଘଟଣାରେ ଏବେ ସୁଦ୍ଧା ମୃତ୍ୟୁସଂଖ୍ୟା 261କୁ ବୃଦ୍ଧି ପାଇଲାଣି । ଗତକାଲି ରାତିରୁ ଜାରି ରହିଥିବା ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଯୁଦ୍ଧକାଳୀନ ଭାବେ ଜାରି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିବା ପରେ ଆଜି ଅପରାହ୍ନରେ ଓଡିଶାରେ ପହଞ୍ଚିବେ । ସ୍ଥିତି ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନିଜେ ଘଟଣାସ୍ଥଳକୁ ଆସୁଥିବା ବେଳେ ରେଳମନ୍ତ୍ରୀ ସକାଳୁ ଘଟଣାସ୍ଥଳରେ ରହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିବା ପରେ ହସ୍ପିଟାଲରେ ଆହତଙ୍କୁ ଭେଟିଛନ୍ତି । ତାମିଲନାଡୁର ମନ୍ତ୍ରୀ ଉଦୟାନିଧିଙ୍କ ସହ ଏକ ଟିମ ମଧ୍ୟ ଓଡିଶା ଆସୁଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ବାଲେଶ୍ବରରେ ପହଞ୍ଚିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.