ETV Bharat / bharat

ବାଲେଶ୍ବର ଦୁର୍ଘଟଣା ପରେ ବଢିନି ଟିକେଟ୍‌ କ୍ୟାନସଲେସନ, କଂଗ୍ରେସ ଅଭିଯୋଗକୁ ଖଣ୍ଡନ କଲା IRCTC

କଂଗ୍ରେସର ଟ୍ରେନ ଟିକେଟ୍‌ କ୍ଯାନସଲେସନ ବୃଦ୍ଧି ଅଭିଯୋଗକୁ ଖଣ୍ଡନ କଲା IRCTC । କହିଲା ବଢିନାହିଁ କ୍ୟାନସଲେସନ, ରଖିଲା ତଥ୍ୟ । ଅଧିକ ପଢନ୍ତୁ

ବାଲେଶ୍ବର ଦୁର୍ଘଟଣା ପରେ ବଢିନାହିଁ ଟିକେଟ କ୍ୟାନସଲେସନ, କଂଗ୍ରେସରବାଲେଶ୍ବର ଦୁର୍ଘଟଣା ପରେ ବଢିନାହିଁ ଟିକେଟ କ୍ୟାନସଲେସନ, କଂଗ୍ରେସର ଅଭିଯୋଗକୁ ଖଣ୍ଡନ କଲା IRCTC ଅଭିଯୋଗକୁ ଖଣ୍ଡନ କଲା IRCTC
ବାଲେଶ୍ବର ଦୁର୍ଘଟଣା ପରେ ବଢିନାହିଁ ଟିକେଟ କ୍ୟାନସଲେସନ, କଂଗ୍ରେସର ଅଭିଯୋଗକୁ ଖଣ୍ଡନ କଲା IRCTC
author img

By

Published : Jun 6, 2023, 5:03 PM IST

Updated : Jun 6, 2023, 5:35 PM IST

ନୂଆଦିଲ୍ଲୀ: ବାଲେଶ୍ବର ଟ୍ରେନ ଦୁର୍ଘଟଣା ପରେ ବଢିନାହିଁ ଯାତ୍ରୀଙ୍କର ଟିକେଟ କ୍ୟାନସଲେସନ । କଂଗ୍ରେସ ପକ୍ଷରୁ କରାଯାଇଥିବା ଏହି ଦାବିକୁ ରେଳବାଇର ଟିକେଟ ବୁକିଂ ପ୍ରକ୍ରିୟା ପରିଚାଳନା କରୁଥିବା କ୍ୟାଟରିଂ ଓ ଟ୍ୟୁରିଜିମ କର୍ପୋରେସନ (IRCTC) ଖଣ୍ଡନ କରିବା ସହ ଏହାକୁ ଭୁଲ ତଥ୍ୟ ବୋଲି ଦର୍ଶାଇଛି । ଦୁର୍ଘଟଣା ପରେ ଦେଶବ୍ୟାପୀ ହଜାର ହଜାର ରେଳଯାତ୍ରୀ ସେମାନଙ୍କର ଟିକେଟ କ୍ୟାନସଲ କରିଥିବା କଂଗ୍ରେସ ଅଭିଯୋଗ କରିଥିଲା । IRCTC ଏକ ଟ୍ବିଟରେ କହିଛି, "ଏହି ତଥ୍ୟ ସମ୍ପୂର୍ଣ୍ଣ ଭୁଲ । କ୍ୟାନସଲେସନ ବଢିନାହିଁ । କ୍ୟାନସଲେସନ ହାର ହ୍ରାସ ପାଇଛି । ଚଳିତ ମାସ ପହିଲାରେ (1 ତାରିଖ) ରେ 7.7 ଲକ୍ଷ ଟିକେଟ କ୍ୟାନସଲେସନ ହୋଇଥିବା ବେଳେ 3 ତାରିଖରେ ଏହି ସଂଖ୍ୟା 7.5 ଲକ୍ଷକୁ ହ୍ରାସ ପାଇଛି ।’’

ବାଲେଶ୍ବର ଦୁର୍ଘଟଣା ପରେ ବିଭିନ୍ନ ସୂଚନା ପ୍ରକାଶ ପାଉଛି । କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଭକ୍ତ ଚରଣ ଦାସ ଅଭିଯୋଗ କରିଥିଲେ ଯେ, ଦୁର୍ଘଟଣା ପରେ ରେଳଯାତ୍ରୀମାନେ ଭୟଭୀତ ହୋଇପଡିଛନ୍ତି । ସେମାନେ ଯାତ୍ରା କରିବା ପାଇଁ ସୁରକ୍ଷିତ ଅନୁଭବ କରୁନାହାନ୍ତି । ତେଣୁ ଦୁର୍ଘଟଣା ପରେ ବୁକ କରାଯାଇଥିବା ଟିକେଟର କ୍ଯାନସଲେସନ ବୃଦ୍ଧି ପାଇଛି । ଏହି ଖବର ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ IRCTC ତଥ୍ୟ ସହ ଉତ୍ତର ରଖି କଂଗ୍ରେସର ଅଭିଯୋଗକୁ ସମ୍ପୂର୍ଣ୍ଣ ଭୁଲ ବୋଲି କହିଛି ।

ଭକ୍ତ ଦାସ କହିଥିଲେ, ଏପରି ଏକ ଭୟଙ୍କର ଦୁର୍ଘଟଣା ପୂର୍ବରୁ କେବେ ହୋଇନଥିଲା । ଶହ ଶହ ଲୋକ ସେମାନଙ୍କ ଜୀବନ ହରାଇବା ସହ ହଜାରରୁ ଅଧିକ ଲୋକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହି ଦୁର୍ଘଟଣା ସମସ୍ତଙ୍କୁ ଦୁଖଃ ଦେଇଛି । ରେଳଯାତ୍ରୀମାନେ ସେମାନଙ୍କ ଯାତ୍ରାକୁ ସୁରକ୍ଷିତ ମଣୁନାହାନ୍ତି । ଫଳରେ ହଜାର ହଜାର ରେଳଯାତ୍ରୀ ସେମାନଙ୍କ ଟିକେଟ କ୍ୟାନସଲ କରୁଛନ୍ତି ।

ଅନ୍ୟପଟେ ଦୁର୍ଘଟଣା ସ୍ଥଳରେ ପ୍ରାୟ 50 ଘଣ୍ଚାର ପୁନରୁର୍ଦ୍ଧାର କାର୍ଯ୍ୟ ଶେଷ ହେବା ପରେ ପୂର୍ବତଟ ରେଳପଥର ଏହି ହାଓ୍ବାଡା-ଚେନ୍ନାଇ ରୁଟରେ ରେଳ ଚଳାଚଳ ସ୍ବାଭାବିକ ହୋଇଛି । ଗତକାଲି ପ୍ରାୟ 30 ଯାତ୍ରୀବାହୀ ଟ୍ରେନ ସହ ଏକାଧିକ ମାଲଗାଡି ଯାତାୟତ କରିଛି । ପୁରୀ- ହାଓ୍ବଡା ବନ୍ଦେ ଭାରତ ଏକ୍ସପ୍ରେସ ମଧ୍ୟ ଚଳାଚଳ କରିଛି । ଆଜି କରମଣ୍ଡଳ ଏକ୍ସପ୍ରେସ ମଧ୍ୟ ଏହି ଦୁର୍ଘଟଣା ସ୍ଥଳ ଅତିକ୍ରମ କରିଛି । ମୁଖ୍ୟ ଲାଇନ (ଅପ-ଡାଉନ) କାର୍ଯ୍ୟ ଶେଷ ହୋଇଥିବା ବେଳେ ଏବେ ଲୁପ ଲାଇନ ମରାମତି କାର୍ଯ୍ୟ ଜାରି ରଖିଛି ରେଳବାଇ । ଅନ୍ୟପଟେ ସିବିଆଇ ମଧ୍ୟ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 6, 2023, 5:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.