ETV Bharat / bharat

ଟ୍ରେନ ଡ୍ରାଇଭର ୧୨ ଘଣ୍ଟାରୁ ଅଧିକ କାମ କରିବା ଅନୁଚିତ: ରେଳ ବୋର୍ଡ

ସୁରକ୍ଷିତ ରେଳ ପରିଚାଳନା ଉପରେ ଗୁରୁତ୍ବ । ଟ୍ରେନ ଡ୍ରାଇଭରଙ୍କୁ ୧୨ ଘଣ୍ଟାରୁ ଅଧିକ କାମ କରିବାକୁ ନ ଦେବାକୁ ସମସ୍ତ ଜୋନ୍‌କୁ ନିର୍ଦ୍ଦେଶ ଦେଳେ ରେଳ ବୋର୍ଡ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 13, 2023, 10:23 PM IST

Etv Bharat
Etv Bharat

ନୂଆଦିଲ୍ଲୀ: ଟ୍ରେନ ଡ୍ରାଇଭର ୧୨ ଘଣ୍ଟାରୁ ଅଧିକ କାମ କରିବା ଉଚିତ ନୁହେଁ । ଆଜି ଏହି ନୂ୍‌ଆ ଗାଇଡଲାଇନ ଜାରି କରିଛନ୍ତି ଭାରତୀୟ ରେଳ ବୋର୍ଡ । ସୁଚାରୁରୂପେ ରେଳ ପରିଚାଳନା କରିବା ଦିଗରେ ଦୃଷ୍ଟି ଦେଇ ବୋର୍ଡ ଏହି ନୂଆ ନିର୍ଦ୍ଦେଶାନାମା ଜାରି କରିଛନ୍ତି । ଏହାପରେ ଏହାକୁ ସମସ୍ତ ଜୋନରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାଦ୍ବାରା ରେଳ ଡ୍ରାଇଭରମାନଙ୍କ ଡ୍ୟୁଟି ଓ ବିଶ୍ରାମ ସମୟ ବ୍ୟବସ୍ଥିତ ଢଙ୍ଗରେ ସମ୍ପାଦିତ ହୋଇପାରିବ । ଏହି ନିୟମ ସମସ୍ତ ରେଳ କର୍ମଚାରୀଙ୍କ ଲାଗି ଲାଗୁ କରାଯିବାକୁ ନିର୍ଦ୍ଦେଶ ରହିଛି ।

ସୁରକ୍ଷିତ ରେଳ ପରିଚାଳନାକୁ ଗୁରୁତ୍ବ ଦିଆଯାଇ ଏହି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଇଣ୍ଡିଆନ ରେଲୱେ ଲୋକୋ ରନିଂମେନ୍‌ ଅର୍ଗାନାଇଜେନ (IRLRO) ପକ୍ଷରୁ ଅଭିଯୋଗ ହୋଇଥିଲା ଯେ ଡ୍ରାଇଭରମାନେ ୧୨ ଘଣ୍ଟାରୁ ଅଧିକ ସମୟ ଧରି କାର୍ଯ୍ୟ କରୁଥିବାରୁ ସେମାନଙ୍କ ବିଶ୍ରାମରେ ବାଧା ଉପୁଜିଛି । ଏହାସହିତ ସେମାନଙ୍କ ଲଞ୍ଚ ବ୍ରେକ୍‌ ଲାଗି ମଧ୍ୟ କୌଣସି ବ୍ୟବସ୍ଥା ନାହିଁ । ନୂଆ ଗାଇଡଲାଇନର ଅନ୍ୟ ଏକ ନିର୍ଦ୍ଦେଶନାମାରେ ସେମାନଙ୍କୁ କାର୍ଯ୍ୟକ୍ଷମ ନିର୍ବାହ କ୍ଷେତ୍ରରେ ଏହି ସୀମା ବାହାରେ କାର୍ଯ୍ୟ କରିବାକୁ କୁହାଯାଇଛି ବୋଲି ଆସୋସିଏସନ ପକ୍ଷରୁ କହିଛି ।

ଯଦି ଏପରି ହେଉଛି ତେବେ ନିର୍ଦ୍ଦିଷ୍ଟ ସମୟ ସୀମା ପୂର୍ବରୁ ଏ ନେଇ କର୍ମଚାରୀଙ୍କୁ ସୂଚିତ କରିବା ଲାଗି ଆସୋସିଏସନ ପକ୍ଷରୁ କୁହାଯାଇଛି । ତେବେ ଯଦି ଟ୍ରେନ ବିଳମ୍ବ ହୁଏ ତେବେ ୧୧ ଘଣ୍ଟା ହେବା ମାତ୍ରେ କୌଣସି ଷ୍ଟେସନରେ ଅନ୍ୟ ଜଣେ କର୍ମଚାରୀଙ୍କୁ ଉକ୍ତ ଡ୍ୟୁଟି ଭାର ଦେବା ଲାଗି କୁହାଯାଇଛି । ୧୨ ଘଣ୍ଟାରୁ ଯେପରି ସମୟ ଅଧିକ ନ ହୁଏ ସେ ଲାଗି ବ୍ୟବସ୍ଥା କରିବା ପାଇଁ ମଧ୍ୟ କହିଛି ଆସୋସିଏସନ । ତେବେ ବୋର୍ଡ ପକ୍ଷରୁ ଗାଇଡଲାଇନରେ କୁହାଯାଇଛି ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟ, ଭୂମିକମ୍ପ, ଦୁର୍ଘଟଣା, ବନ୍ୟା, ବିକ୍ଷୋଭ ସମୟରେ ଡ୍ରାଇଭରଙ୍କୁ ଅତିରିକ୍ତ ସମୟ ଡ୍ୟୁଟି କରିବାକୁ ପଡ଼ିପାରେ । ଏଭଳି ସ୍ଥିତିରେ କଣ୍ଟ୍ରୋଲର ସେମାନଙ୍କୁ ସୂଚିତ କରିବେ ବୋଲି କହିଛି ବୋର୍ଡ ।

ଏହା ବି ପଢନ୍ତୁ- Railway Tracks Safety: ଜେନେରାଲ ମ୍ୟାନେଜରଙ୍କୁ ନିର୍ଦ୍ଦେଶନାମା ଜାରି କଲା ରେଳ ବୋର୍ଡ

ସେପଟେ IRLRO କାର୍ଯ୍ୟକାରୀ ସଭାପତି ସଞ୍ଜୟ ପାଢୀ କହିଛନ୍ତି ଯେ ନୂଆ ଗାଇଡଲାଇନରେ ଯେଉଁ ଏକ୍ସିଜେନ୍ସିଜ ବା ସୀମା ବାହାରେ କାର୍ଯ୍ୟ କରିବାକୁ କୁହାଯାଇଛି ଏହା ରେଲୱେ କର୍ତ୍ତୃପକ୍ଷଙ୍କ ସପକ୍ଷରେ ଯାଉଛି । ଏହାର ବାହାନା ନେଇ ସମୟେ ସମୟେ ଡ୍ରାଇଭରଙ୍କୁ ୧୫ ଘଣ୍ଟା କାମ କରିବା ଲାଗି ମଧ୍ୟ କୁହାଯାଇପାରେ । ହେଲେ ରନିଂ ଷ୍ଟାଫଙ୍କୁ କିପରି ଡ୍ୟୁଟିରୁ ରିଲିଭ ମିଳିବ ଓ କେଉଁ ଅଧିକାରୀ ସେମାନଙ୍କୁ କାର୍ଯ୍ୟରୁ ନିବୃତ୍ତ କରିବେ ସେ ସମ୍ପର୍କରେ ଗାଇଡଲାଇନରେ ଉଲ୍ଲେଖ ନାହିଁ ।

ଏହି ଅଭିଯୋଗ ଆଣି ଅହମ୍ମଦାବାଦ ରେଲୱେ ଡିଭିଜନ ପକ୍ଷରୁ ଜାରି ହୋଇଥିବା ଏକ ସର୍କୁଲାର ଦେଖାଇଥିଲେ କାର୍ଯ୍ୟକାରୀ ସଭାପତି ସଞ୍ଜୟ ପାଢୀ । ଏଠାରେ ପ୍ରାୟ ୨୩ ପ୍ରତିଶତ କର୍ମଚାରୀଙ୍କୁ ୧୨ ଘଣ୍ଟାରୁ ଅଧିକ କାର୍ଯ୍ୟ କରିବା ଲାଗି କୁହାଯାଇଥିଲା । ଏହି ସମାନ ସ୍ଥିତି ଅଧିକାଂଶ ଡିଭିଜନରେ ଦେଖିବାକୁ ମିଳୁଛି ବୋଲିସେ ଅଭିଯୋଗ କରିଥିଲେ । କର୍ମଚାରୀମାନେ ଅଧିକ ସମୟ ଧରି କାର୍ଯ୍ୟ କରୁଥିବାରୁ ଦୁର୍ଘଟଣା ଘଟୁଥିବା ସେ କହିଥିଲେ । ୧୨ ଘଣ୍ଟା ମଧ୍ୟରେ ଡ୍ରାଇଭର କେଉଁଠି ଖାଇବେ ସେ ସମ୍ପର୍କରେ ଉଲ୍ଲେଖ ନାହିଁ । ଏଣୁ ଡ୍ରାଇଭିଂ ସମୟରେ ହିଁ ଡ୍ରାଇଭରମାନେ ଖାଦ୍ୟ ଖାଇଥାନ୍ତି । ଏଥିଲାଗି ରେଲୱେ କର୍ତ୍ତୃପକ୍ଷ ତାଙ୍କୁ ଫାଇନ ଭରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.