ETV Bharat / bharat

ବଜାର ଭିତରେ ପସିଲା ଟ୍ରେନ୍‌ ବଗି, ସ୍ଥାନୀୟ ଲୋକେ ଭୟଭୀତ - coach derail on Road

Bhagalpur Train Bogie: ବିହାରରେ ଘଟିଛି ଏକ ବିଚିତ୍ର ଘଟଣା । ଭାଗଲପୁରରେ ଟ୍ରେଲରରେ ଲୋଡ ହୋଇ ଟ୍ରେନ ବଗି ଯାଉଥିବା ବେଳେ ନିୟନ୍ତ୍ରଣ ହରାଇ ବଜାର ମଧ୍ୟକୁ ଗଳି ପଡ଼ିଛି । ଅଧିକ ପଢନ୍ତୁ

ନିୟନ୍ତ୍ରଣ ହରାଇ ବଜାରକୁ ମାଡି ଆସିଲା ଟ୍ରେନ ବଗି

author img

By ETV Bharat Odisha Team

Published : Dec 31, 2023, 5:40 PM IST

ନିୟନ୍ତ୍ରଣ ହରାଇ ବଜାରକୁ ମାଡି ଆସିଲା ଟ୍ରେନ ବଗି

ପାଟନା: ବିହାରରେ ଆଜି ଏକ ମର୍ମନ୍ତୁନ୍ଦ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ସ୍ଥାନୀୟ ଲୋକେ । ଜନ ଗହଳିପୂର୍ଣ୍ଣ ରାସ୍ତାରେ ଖସି ପଡିଲା ରେଳ ବଗି । ବିହାରର ଭାଗଲପୁରରେ ଆଜି(ରବିବାର) ସକାଳୁ ଏକ ଟ୍ରୋନ୍‌ ବଗି ବୋଝେଇ ଟ୍ରକ୍‌ ନିୟନ୍ତ୍ରଣ ହରାଇ ଲୋହିଆ ପୋଲର ରେଲିଂ ଭାଙ୍ଗି ମାର୍କେଟ ଭିତରକୁ ପଶି ଆସିଥିଲା । ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହେବାରୁ ଅଳ୍ପକେ ବର୍ତ୍ତି ଯାିଥିଲେ । ଅଚାନକ ଟ୍ରେନ ବଗି ଦେଖି ସ୍ଥାନୀୟ ଲୋକମାନେ ଆଶ୍ଚର୍ଯ୍ୟ ହେବା ସହ ଭୟଭୀତ ହୋଇଯାଇଥିଲେ । ସୂଚନା ପାଇ ରେଲୱେ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ଉପରେ ପଡ଼ିଥିବା ଟ୍ରେନ ବଗିକୁ ହଟାଇଥିଲେ ।

ସୂଚନା ଅନୁସାରେ ଟ୍ରଲର ଉପରେ ଟ୍ରେନର ବଗିଟି ଲୋଡ ହୋଇ ଲୋହିଆ ପୋଲ ଦେଇ ଯାଉଥିଲା । ଏହି ସମୟରେ ଟ୍ରକ ଡ୍ରାଇଭର ଜଣକ ନିଜର ନିୟନ୍ତ୍ରଣ ହରାଇ ବସିଥିଲେ । ଏହା ଦ୍ବାରା ବେକାବୁ ହୋଇ ଟ୍ରେନ ବଗି ଲୋହିଆ ପୋଲ ଭାଙ୍ଗି ବଜାର ମଧ୍ୟକୁ ପ୍ରବେଶ କରିଥିଲା । ଏହି ଦୁର୍ଘଟଣା ପରେ ଉକ୍ତ ଅଞ୍ଚଳରେ ଲୋକେ ଏଣେତେଣେ ଦୌଡ଼ିବାକୁ ଲାଗିଲେ । ଫଳରେ ଷ୍ଟେସନକୁ ଯିବାକୁ ଥିବା ରାସ୍ତାରେ ଯାଆଆସ ବାଧାପ୍ରପ୍ତ ହୋଇ ଥିଲା । ଏହି ଦୁର୍ଘଟଣାର ସୂଚନା ପାଇବା ମାତ୍ରେ ରେଳ ବିଭାଗର ଅଧିକାରୀ ଏବଂ ଆରପିଏଫର ଟିମ୍‌ ସେଠାରେ ପହଞ୍ଚିଥିଲା । ଟ୍ରାଫିକ୍‌ ପୋଲିସ ଦ୍ୱାରା ରୁଟ୍‌ ଡାଇଭର୍ଟ କରି ବଗିକୁ ହଟାଇବାର ପ୍ରୟାସ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ...କରମଣ୍ଡଳର କଳା କାହାଣୀ, ସେଦିନର କଥା ଭୁଲି ହେଉନି

ସ୍ଥାନୀୟ ଲୋକଙ୍କ କହିବା ମୁତାବକ ସକାଳ ୮ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଟ୍ରେଲର ବଗିଟିକୁ ନେଇ ଷ୍ଟେସନ ଆଡ଼କୁ ଗଲା ବେଳେ ବେକାକୁ ହୋଇ ଏହି ଦୁର୍ଘଟଣା ଘଟିଥିଲା । ତେବେ ଏହି ଦୁର୍ଘଟଣାର କାରଣ ଟ୍ରକ୍‌ ବ୍ରେକ୍‌ ଫେଲ୍‌ ବୋଲି ଅନୁମାନ କରାଯାଉଛି । ଡ୍ରାଇଭର ଜଣକ ଗମ୍ଭୀର ଭାବେ ଆହତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଡ୍ରାଇଭର ନିଜର ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ବଡ଼ ଦୁର୍ଘଟଣାକୁ ଏଡାଇ ପାରିଥିଲେ । କ୍ରେନ୍‌ ଯୋଗେ ଗଳି ପଡ଼ିଥିବା ବଗିକୁ ହଟାଇ ଷ୍ଟେସନକୁ ସ୍ଥାନାନ୍ତରିତ କରାଯାଇଛି । ବିହାରରେ ଗତ ୭୨ ଘଣ୍ଟା ମଧ୍ୟରେ ଏଭଳି ବିଚିତ୍ର ଘଟଣା ଦ୍ବିତୀୟ ଥର ଘଟିଛି । ପୂର୍ବରୁ ମୋତିହାରୀରେ ଏକ ଉଡାଜାହଜ ନେଇ ଯାଉଥିବା ଟ୍ରେଲର ଫ୍ଲାଇଓଭର ତଳେ ଅଟକି ଯାଇଥିଲା । ପରେ ଟ୍ରେଲରର ଚକାରୁ ହାୱା ବାହାର କରି ଉଡାଜାହଜକୁ ଉଦ୍ଧାର କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.