ETV Bharat / bharat

Train Accident in Jharkhand: ୨ ମାଲବାହୀ ଟ୍ରେନ ମୁହାଁମୁହିଁ ଧକ୍କା, ଏହି ରୁଟରେ ଟ୍ରେନ ବାତିଲ

author img

By

Published : Dec 26, 2021, 3:50 PM IST

ଝାଡ଼ଖଣ୍ଡର ହାଟିଆ-ରାଉରକେଲା ଡିଭିଜନରେ(hatia-rourkela division) ୨ଟି ମାଲଗାଡ଼ି ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା(Train Accident) । ତେବେ ଦୁର୍ଘଟଣାରେ କ’ଣ କ୍ଷୟକ୍ଷତି ହୋଇଛି, ସେ ବାବଦରେ କିଛି ସ୍ପଷ୍ଟ ହୋଇପାରି ନାହିଁ । ଅଧିକ ପଢନ୍ତୁ

ଝାଡ଼ଖଣ୍ଡରେ ୨ ମାଲବାହୀ ଟ୍ରେନ ମୁହାଁମୁହିଁ ଧକ୍କା, ଏହି ରୁଟରେ ଟ୍ରେନ ବାତିଲ...

ରାଞ୍ଚି: ଝାଡ଼ଖଣ୍ଡରେ ହାଟିଆ-ରାଉରକେଲା ଡିଭିଜନରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା (Train Accident) । ଶନିବାର ବିଳମ୍ବିତ ରାତ୍ରିରେ ୨ଟି ମାଲବାହୀ ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା(goods trains collided) ହୋଇଛି । ବର୍ତ୍ତମାନ ରେଳ ଅଧିକାରୀମାନେ ଏ ସମ୍ପର୍କରେ କିଛି କହିବାକୁ ମନା କରିଛନ୍ତି । ତେବେ ଏହି ଦୁର୍ଘଟଣା ପକରା ଏବଂ କୁରକୁରା ରେଲୱେ ଷ୍ଟେସନ(Pakra and Kurkura railway stations) ମଧ୍ୟରେ ହୋଇଛି ବୋଲି କୁହାଯାଉଛି । ଏପଟେ ରାଞ୍ଚି ରେଳ ଡିଭିଜନର ଅପରେସନ ବିଭାଗର ଏହା ଏକ ବଡ଼ ବିଫଳତା ବୋଲି ବିଶେଷଜ୍ଞମାନେ କହିଛନ୍ତି ।

କୁହାଯାଉଛି ଯେ, କୁରକୁରା ଷ୍ଟେସନର ୩ ନମ୍ବର ଲାଇନରେ ରାଞ୍ଚି ପାର୍ଶ୍ବରୁ ମାଲଗାଡ଼ି ଅଗ୍ରସର ହେଉଥିଲା । ଅପରପକ୍ଷେ ରାଉରକେଲାରୁ ବାନେ ଦେଇ ରାଞ୍ଚି ଆଡ଼କୁ ଅନ୍ୟ ଏକ ମାଲଗାଡ଼ି ସିଗ୍‌ନାଲକୁ ଅଣଦେଖା କରି ୩ ନମ୍ବର ଲାଇନରେ ପ୍ରବେଶ କରିଥିଲା। ଏହା ପରେ ଉଭୟ ମାଲଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ବାନୋ ରେଲୱେ ପୋଲିସ(Bano Railway Police) ଏବଂ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଦୁର୍ଘଟଣାରେ କ’ଣ କ୍ଷୟକ୍ଷତି ହୋଇଛି, ସେ ବାବଦରେ କିଛି ସ୍ପଷ୍ଟ ହୋଇପାରି ନାହିଁ।

ଟ୍ରେନ୍ ଦୁର୍ଘଟଣା ହେତୁ ଏହି ରୁଟରେ ଅନେକ ଟ୍ରେନ ବାତିଲ କରାଯାଇଛି ବୋଲି ରାଞ୍ଚି ରେଳ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଦୁର୍ଘଟଣା ଯୋଗୁଁ ଡିଭିଜନ ଦ୍ବାରା ଅନେକ ଟ୍ରେନ ବାତିଲ ହୋଇଛି | ଏଥି ସହିତ, ପରିବର୍ତ୍ତିତ ମାର୍ଗରେ କିଛି ଟ୍ରେନ୍ ଚଲାଇବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

ଏହି ଟ୍ରେନଗୁଡିକ ବାତିଲ କରାଯାଇଛି:

୧- ଟ୍ରେନ୍ ନମ୍ବର 18176 ଝାରସୁଗୁଡ଼ା-ହାଟିଆ-ମେମୁ (Jhadsuguda-Hatia-MEmu) ଟ୍ରେନ ବାତିଲ କରାଯାଇଛି |

୨- ଟ୍ରେନ୍ ନମ୍ବର 08150 ରାଉରକେଲା-ହାଟିଆ(rourkela-hatia) ଯାତ୍ରୀବାହୀ ଟ୍ରେନ ବାତିଲ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.