ETV Bharat / bharat

ଟ୍ରାକ୍ଟର ଦୁର୍ଘଟଣାରେ 6 ଶ୍ରଦ୍ଧାଳୁ ମୃତ, ଅନେକ ଆହତ - ଦୁର୍ଘଟଣାଗ୍ରସ୍ତ ହେଲା ଟ୍ରାକ୍ଟର

ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡ ସୀମାନ୍ତ ସିର୍ସା ବର୍ଡର ନିକଟରେ ଟ୍ରଲିକୁ ପିଟିଲା ଟ୍ରାକ୍ଟର (Tractor Trolley Accident in Sirsa border ) । ଘଟଣାସ୍ଥଳରେ 6 ଜଣଙ୍କ ମୃତ୍ୟୁ । ଅନେକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅଧିକ ପଢନ୍ତୁ

ଉତ୍ତରାଖଣ୍ଡ ଉତ୍ତର ପ୍ରଦେଶ ସୀମାନ୍ତରେ ଦୁର୍ଘଟଣା, 6 ମୃତ

author img

By

Published : Aug 28, 2022, 7:16 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡ ସୀମାନ୍ତ ସିର୍ସା ବର୍ଡର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ସଡ଼କ ଦୁର୍ଘଟଣାରେ (Tractor Trolley) Accident) 6 ଜଣ ପ୍ରାଣ ହରାଇଛନ୍ତି । ପ୍ରାୟ 40ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଏକ ଟ୍ରାକ୍ଟଟରେ ବସି ନିକଟରେ ଥିବା ଏକ ଗୁରୁଦ୍ବାରକୁ ଯାଉଥିଲେ । ଟ୍ରାକ୍ଟରଟି ସିର୍ସା ଗାଁ ମୁଣ୍ଡ ବୁଲାଣି ଅତିକ୍ରମ କରିବା ପରେ ଚାଳକ ଟ୍ରାକ୍ଟରକୁ ଏନଏଚ 74 ରାସ୍ତାରେ ବୁଲାଉ ଥିବା ବେଳେ ପଛପଟୁ ଦୃତଗତିରେ ଆସୁଥିବା ଟ୍ରଲି ହଠାତ୍ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଟ୍ରାକ୍ଟର ସମେତ ଟ୍ରଲି ଘଟଣା ସ୍ଥଳରେ ଓଲଟି ପଡି ଦୂରକୁ ଛିଟିକି ପଡିଥିଲା(Rudrapur Pilgrims Tractor accident) । ଟ୍ରଲିରେ ବସିଥିବା ଶ୍ରଦ୍ଧାଳୁମାନଙ୍କ ଚିତ୍କାର କରିଥିଲେ । ବର୍ତ୍ତମାନ ସୁଦ୍ଧା 6 ଜଣଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଛି । ସେହିପରି ଏହି ଦୁର୍ଘଟଣାରେ ଅନ୍ୟ କିଛି ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

  • यह घटना बहुत दुखःद है। 6 लोगों की मृत्यु हुई है। सभी मृतकों के आश्रितों को 2-2 लाख रुपए की सहायता राशि दी जाएगी। गंभीर रूप से घायलों को 50,000 और जो आंशिक रूप से घायल हैं उनको 25,000 रुपए सरकार की तरफ से दिए जाएंगे: उत्तराखंड के मुख्यमंत्री पुष्कर सिंह धामी, हलद्वानी https://t.co/PRWDZAxtJQ pic.twitter.com/XR7NkQFnTt

    — ANI_HindiNews (@AHindinews) August 28, 2022 " class="align-text-top noRightClick twitterSection" data=" ">

ସୂଚନା ଅନୁସାରେ, ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡ ସୀମାବର୍ତ୍ତୀ ସିର୍ସା ଆଉଟପୋଷ୍ଟ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି (Tractor Trolley Accident in Sirsa border)। ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ରାକ୍ଟରରେ ପ୍ରାୟ 40 ଶ୍ରଦ୍ଧାଳୁ ଥିବା କୁହାଯାଉଥିବା ବେଳେ ଔପଚାରିକ ଭାବେ କିଛି ସ୍ପଷ୍ଟ ହୋଇ ପାରିନାହିଁ । ନିକଟସ୍ଥ ରୁଦ୍ରପୁର ଜିଲ୍ଲା ଡାକ୍ତରଖାନାରେ 17 ଆହତଙ୍କ ଚିକିତ୍ସା ଜାରି ରହିଛି । ଅନ୍ୟ କିଛି ଗୁରୁତରଙ୍କୁ ହାଲ୍ଦୱାନୀରେ ଥିବା ସୁଶୀଲା ତିୱାରୀ ହସ୍ପିଟାଲକୁ ରେଫର୍ କରାଯାଇଛି । ଟ୍ରାକ୍ଟର ଟ୍ରଲିରେ ବସିଥିବା ସମସ୍ତ ଶ୍ରଦ୍ଧାଳୁ ଏହି ଦୁର୍ଘଟଣାରେ ଆହାତ ହୋଇଛନ୍ତି ।

ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ଟ୍ରାକ୍ଟର ଟ୍ରଲିରେ ପ୍ରାୟ 40ରୁ ଅଧିକ ଶ୍ରଦ୍ଧାଳୁ ଥିଲେ । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ଜିଲ୍ଲା ମାଜିଷ୍ଟ୍ରେଟ, ଏଡିଏମ ଏବଂ ଅନ୍ୟ କିଛି ସରକାରୀ ଅଧିକାରୀ ମଧ୍ୟ ଜିଲ୍ଲା ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ଅବସ୍ଥା ସମ୍ପର୍କରେ ପଚାରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ମଧ୍ୟ ଆରମ୍ଭ କରିଛି ।

ସେପଟେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ହସପିଟାଲକୁ ଯାଇ ଆହାତମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ, ଗୁରୁତର ଆହାତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଏବଂ ଆହାତ ବ୍ୟକ୍ତିଙ୍କୁ ୨୫ ହଜାର ଟଙ୍କା ସରକାରଙ୍କୁ ଦିଆଯିବା ନେଇ ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.