ETV Bharat / bharat

ଟ୍ରାକ୍ଟର ରାଲି ହିଂସା: 20 ଚାଷୀ ନେତାଙ୍କୁ ନୋଟିସ, 37 ଜଣଙ୍କ ବିରୋଧରେ ଏଫଆଇଆର

ଟ୍ରାକ୍ଟର ରାଲି ବେଳେ ହୋଇଥିବା ହିଂସାରେ 20 ଜଣ ଚାଷୀ ନେତାଙ୍କୁ ନୋଟିସ । ଯୋଗେନ୍ଦ୍ର ଯାଦବ, ବଲଦେବ ସିଂ ସିରସା, ବାଲବୀର ଏସ ରାଜୱାଲଙ୍କ ସମେତ 20 ଜଣ ଚାଷୀ ନେତାଙ୍କୁ ଦିଲ୍ଲୀ ପୋଲିସ ନୋଟିସ ଜାରି କରିଛି। ଅଧିକ ପଢନ୍ତୁ...

author img

By

Published : Jan 28, 2021, 1:43 PM IST

ଟ୍ରାକ୍ଟର ରାଲି ହିଂସା
ଟ୍ରାକ୍ଟର ରାଲି ହିଂସା

ନୂଆଦିଲ୍ଲୀ: ଟ୍ରାକ୍ଟର ରାଲି ବେଳେ ହୋଇଥିବା ହିଂସାରେ 20 ଜଣ ଚାଷୀ ନେତାଙ୍କୁ ନୋଟିସ । ଯୋଗେନ୍ଦ୍ର ଯାଦବ, ବଲଦେବ ସିଂ ସିରସା, ବାଲବୀର ଏସ ରାଜୱାଲଙ୍କ ସମେତ 20 ଜଣ ଚାଷୀ ନେତାଙ୍କୁ ଦିଲ୍ଲୀ ପୋଲିସ ନୋଟିସ ଜାରି କରିଛି। ସେମାନଙ୍କୁ ତିନି ଦିନ ମଧ୍ୟରେ ଉତ୍ତର ଦେବାକୁ କୁହାଯାଇଛି।

ଏହାସହ ଯୋଗେନ୍ଦ୍ର ଯାଦବ, ସାମାଜସେବୀ ମେଧା ପାଟକର ଏବଂ ଭାରତ କିଷାନ ୟୁନିଅନର ହରିୟାଣା ୟୁନିଟ୍ ସଭାପତି ଗୁରୁନାମ ସିଂ ଚଢୁନିଙ୍କ ସମେତ 37 କୃଷକ ନେତାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଛି ଦିଲ୍ଲୀ ପୋଲିସ । ଏହା ବ୍ୟତୀତ ଦର୍ଶକ ପାଲ ସିଂ, ସତ୍ୟନମ ସିଂ ପନ୍ନୁ, ବୁଟା ସିଂ ବୁର୍ଜଗିଲ ଏବଂ ଯୋଗୀନ୍ଦର ସିଂ ଉଗ୍ରା, ରାକେଶ ଟିକାୟତଙ୍କ ନାମ ମଧ୍ୟ ଏଫଆଇଆରରେ ଅନ୍ତର୍ଭୁକ୍ତ ହୋଇଛି। ତାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ବିଭିନ୍ନ ବିଭାଗ ଅନୁଯାୟୀ 147, 148 (ଦଙ୍ଗା ସମ୍ବନ୍ଧୀୟ), 120 ବି (ଅପରାଧିକ ଷଡଯନ୍ତ୍ର) ଏବଂ 307 (ହତ୍ୟା ଉଦ୍ୟମ) ଲାଗିଛି ।

ସରକାରୀ ଆକଳନ ଅନୁଯାୟୀ ଏହି ହିଂସାରେ 394 ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଇସିୟୁରେ ଥିବାବେଳେ ଅନେକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଦିଲ୍ଲୀ ପୋଲିସ ବର୍ତ୍ତମାନ ସୁଦ୍ଧା 25ରୁ ଅଧିକ ଅପରାଧିକ ମାମଲା ରୁଜୁ କରିଛି, 19 ଜଣଙ୍କୁ ଗିରଫ କରାଯାଇଛି ଏବଂ 50 ରୁ ଅଧିକ ପ୍ରଦର୍ଶନକାରୀଙ୍କୁ ଅଟକ ରଖାଯାଇଛି ।

ଅନ୍ୟପକ୍ଷେ ଦିଲ୍ଲୀ ଟ୍ରାଫିକ ପୋଲିସ କହିଛି ଯେ NH-24 ଖୋଲାଯାଇଛି । ଫଳରେ ଦିଲ୍ଲୀରୁ ଗାଜିଆବାଦ ପର୍ଯ୍ୟନ୍ତ ରାସ୍ତା ଖୋଲିଛି । ଅନ୍ୟପକ୍ଷେ ଚିଲା ସୀମାରେ ବିକେୟୁ(ଭାନୁ) ବ୍ୟାରିକେଡ୍ ହଟିଛି । 57 ଦିନ ପରେ ଚିଲା ସୀମା ଖୋଲିଛି । ଏହାସହ ଲାଲକିଲ୍ଲାରେ ବହୁ ସଂଖ୍ୟକ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି। ଅନ୍ୟପକ୍ଷେ ଟିକ୍ରି ସୀମା ଏବଂ ସିଂଘୁ ସୀମାରେ କୃଷକଙ୍କ ବିରୋଧ 64ତମ ଦିନରେ ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.