ETV Bharat / bharat

Ukraine War: ଫେରିଲେଣି ୧୧୫୬ ଭାରତୀୟ, ଆସୁଛନ୍ତି ଆଉ ୨୪୦

author img

By

Published : Feb 28, 2022, 3:33 PM IST

ୟୁକ୍ରେନ ସଙ୍କଟ ମଧ୍ୟରେ ଜାରି ରହିଛି ଅପରେସନ ଗଙ୍ଗା । ଭାରତ ଫେରିଲେଣି ୧୧୫୬ ଛାତ୍ରଛାତ୍ରୀ । ଆଜି ଆସୁଛନ୍ତି ଆଉ ୨୪୦ । ଉଦ୍ଧାର ପ୍ରକ୍ରିୟା ସୁଗମ କରିବା ପାଇଁ ୟୁକ୍ରେନର ପଡୋଶୀ ଦେଶକୁ ଗସ୍ତ କରିବେ ୪କେନ୍ଦ୍ର ମନ୍ତ୍ରୀ । ଭୟଭୀତ ନହେବାକୁ ଭାରତୀୟଙ୍କୁ ଦୂତାବାସର ପରାମର୍ଶ । ଅଦିକ ପଢନ୍ତୁ

Ukraine war: ଏବେ ସୁଦ୍ଧା ଭାରତ ଫେରିଲେଣି 1156 ଭାରତୀୟ

ନୂଆଦିଲ୍ଲୀ: ୟୁକ୍ରେନରେ ଜାରି ରହଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ଭାରତୀୟଙ୍କ ସୁରକ୍ଷିତ ସ୍ବେଦେଶ ପ୍ରତ୍ୟାବର୍ତ୍ତନ ପାଇଁ ସରକାର ଜାରି ରଖିଛନ୍ତି ‘ଅପରେସନ ଗଙ୍ଗା’। ଏହି ଅପରେସନରେ ବର୍ତ୍ତମାନ ସୁଦ୍ଧା 1,156 ଜଣ ଭାରତୀୟଙ୍କୁ ସୁରକ୍ଷିତ ସ୍ବଦେଶକୁ ଅଣାଯାଇ ସରିଛି । ୟୁକ୍ରେନର ଆକାଶ ମାର୍ଗ ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ ପଡୋଶୀ ପୋଲାଣ୍ଡ, ରୋମାନିଆରୁ ଏୟାର ଇଣ୍ଡିଆର ମୋଟ ୫ ବିମାନରେ ଏମାନଙ୍କୁ ଅଣାଯାଇଥିବା ବେଳେ ଅପରେସନ ଜାରି ରହିଛି । ଆଜି ୬ଷ୍ଠ ବିମାନ 240 ଭାରତୀୟଙ୍କୁ ଧରି ବୁଦାପେଷ୍ଟରୁ ଭାରତ ଅଭିମୁଖେ ଉଡାଣ ଭରିଛି ।

  • As on 28th Feb 2022 (till 12:00 Hrs), 5 flights (one in Mumbai and four in Delhi) carrying Indians from Ukraine have arrived in India carrying a total of 1156 passengers with none of the passengers kept under isolation so far: Health Ministry#RussiaUkraineConflict

    (File pic) pic.twitter.com/HP9ULo1yel

    — ANI (@ANI) February 28, 2022 " class="align-text-top noRightClick twitterSection" data=" ">

ତେବେ ଗତକାଲି ଏହି ପ୍ରକ୍ରିୟାକୁ ଆହୁରି ସୁଗମ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୪ ମନ୍ତ୍ରୀଙ୍କୁ ୟୁକ୍ରେନ ପଡୋଶୀ ରାଷ୍ଟ୍ରଙ୍କୁ ପଠାଇବା ପାଇଁ ନିଷ୍ପତ୍ତି ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଫେରିଥିବା କୌଣସି ଯାତ୍ରୀଙ୍କୁ ସଙ୍ଗରୋଧରେ ରଖାଯାଇ ନଥିବା ମଧ୍ୟ ସ୍ପଷ୍ଟ କରିଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଦୂତାବାସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ମଧ୍ୟ ପ୍ରାୟ ୧୫ ହଜାର ଭାରତୀୟ ୟୁକ୍ରେନର ବିଭିନ୍ନ ସ୍ଥାନରେ ରହିଛନ୍ତି । ସେମାନଙ୍କୁ ସୁରକ୍ଷିତ ଫେରାଇବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ‘ଅପରେସନ ଗଙ୍ଗା’ ଜାରି ରହିଥିବା ବେଳେ ସେଠାରେ ସତର୍କତା ବଜାୟ ରଖିବା ପାଇଁ ପରାମର୍ଶ ଜାରି କରିଛି ଦୂତାବାସ ।

ସେହିପରି ଦୂତାବାସ ସହ ବିନା ଯୋଗାଯୋଗ କିମ୍ବା ପରାମର୍ଶରେ ସେଠାରେ ଅନ୍ୟତ୍ର ଯିବା ପାଇଁ ମଧ୍ୟ ପ୍ରଚେଷ୍ଟା ନକରିବା ପାଇଁ ମଧ୍ୟ ସେମାନଙ୍କୁ ପରାମର୍ଶ ଦିଆଯାଇଛି । ଭାରତୀୟଙ୍କ ସୁରକ୍ଷିତ ସ୍ବଦେଶ ପ୍ରତ୍ୟାବର୍ତ୍ତନ ହିଁ ବର୍ତ୍ତମାନର ସର୍ବୋଚ୍ଚ ପ୍ରାଥମିକତା ବୋଲି କହି ସାରିଥିବା ଭାରତ ସରକାର ଉଭୟ ଋଷ ଓ ୟୁକ୍ରେନ ସରକାରଙ୍କ ସହ ଯୋଗାଯୋଗରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.