ETV Bharat / bharat

ପାଲେଷ୍ଟାଇନ ପ୍ରସଙ୍ଗରେ ମୋଦିଙ୍କ ଆଭିମୁଖ୍ୟ ନେଇ ଆମେ ସନ୍ଦେହରେ: ଶରଦ

author img

By ETV Bharat Odisha Team

Published : Oct 28, 2023, 8:32 PM IST

ଜାତିସଂଘରେ ଆଗତ ଗାଜା ଅସ୍ତ୍ରବିରତି ପ୍ରସ୍ତାବରେ ଭୋଟ ଦେଲାନି ଭାରତ । ବିରୋଧୀ କହିଲେ ପାଲେଷ୍ଟାଇନ ପ୍ରସଙ୍ଗରେ ମୋଦିଙ୍କ ଆଭିମୁଖ୍ୟ ନେଇ ଆମେ ସନ୍ଦେହରେ । ଅଧିକ ପଢନ୍ତୁ

ପାଲେଷ୍ଟାଇନ ପ୍ରସଙ୍ଗରେ ମୋଦିଙ୍କ ଆଭିମୁଖ୍ୟ ନେଇ ଆମେ ସନ୍ଦେହରେ: ଶରଦ
ପାଲେଷ୍ଟାଇନ ପ୍ରସଙ୍ଗରେ ମୋଦିଙ୍କ ଆଭିମୁଖ୍ୟ ନେଇ ଆମେ ସନ୍ଦେହରେ: ଶରଦ

ନୂଆଦିଲ୍ଲୀ: ଆଜି ଜାତିସଂଘ ମହାସଭାରେ ଗାଜାରେ ଇସ୍ରାଏଲ ଗାଜାରେ ତୁରନ୍ତ ଅସ୍ତ୍ରବିରତି ଘୋଷଣା କରିବା ନେଇ ଆହୁତ ପ୍ରସ୍ତାବରେ ଭାରତ ଭୋଟିିଂରୁ ବିରତ ରହିଛି ।ଏହାକୁ ନେଇ ବିରୋଧି ଏହି ପ୍ରସଙ୍ଗରେ ଭାରତର ସ୍ପଷ୍ଟ ଆଭିମୁଖ୍ୟ କଣ ବୋଲି ପ୍ରଶ୍ନ କଲେଣି । ନସିପି ପ୍ରତିଷ୍ଠାତା ମୁଖ୍ୟ ଶରଦ ପାଓ୍ବାର କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କର ପାଲେଷ୍ଟାଇନ ପ୍ରସଙ୍ଗରେ ଆଭିମୁଖ୍ୟ କମ ତାକୁ ନେଇ ଆମେ ସମ୍ପୂର୍ଣ୍ଣ ସନ୍ଦେହରେ ।

ପୂର୍ବରୁ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରହିସାରିଥିବା ବରିଷ୍ଠ ରାଜନେତା ଶରଦ ପାଓ୍ବାର ଆଜି ମୁମ୍ବାଇରେ ଏକ ପ୍ରେସମିଟରେ ଏହି ପ୍ରସଙ୍ଗ ଉଠାଇଛନ୍ତି । କହିଛନ୍ତି,‘‘ଗାଜାରେ ଯେଉଁପରି ଭାବେ ଆକ୍ରମଣ ଜାରି ରହିଛି, ହସ୍ପିଟାଲ ଉପରେ ଆକ୍ରମଣ ହୋଇଛି । ହାଜର ହଜାର ସାଧାରଣ ଲୋକ ପ୍ରାଣ ହରାଇଛନ୍ତି । ଏହାକୁ କଦାପି ସମର୍ଥନ କରାଯାଇପାରିବ ନାହିଁ । ଆଜି ଭାରତ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଆମେ ସମସ୍ତେ ସନ୍ଦେହରେ । ପୂର୍ବରୁ ଗାଜା ପାଲେଷ୍ଟାଇନ ପ୍ରସଙ୍ଗରେ କେବେ ଏପ୍ରକାର ସନ୍ଦେହ କିମ୍ବା ଅନିଶ୍ଚିତତା ଦେଖିବାକୁ ମିଳିନଥିଲା । ପ୍ରଥମେ ସେମାନେ ଇସ୍ରାଏଲ ସପକ୍ଷରେ ମତ ରଖିଥିଲେ । ଏବେ ବିଶ୍ବର ଅନ୍ୟ ଦେଶଙ୍କ ଆଭିମୁଖ୍ୟ ଦେଖି ବିଦେଶ ମନ୍ତ୍ରଣାଳୟ ନିଜ ପୂର୍ବ ଆଭିମୁଖ୍ୟରେ ପରିବର୍ତ୍ତନ କରିଛି ।’’

ଆଜି ଜୋର୍ଡାନ ପକ୍ଷରୁ ଦିଆଯାଇଥିବା ଗାଜାରେ ଅସ୍ତ୍ରବିରତି ପ୍ରସ୍ତାବରେ ଭାରତ ସମେତ ଅନ୍ୟ କିଛି ଶକ୍ତିଶାଳୀ ପଶ୍ଚିମ ରାଷ୍ଟ୍ର ଭୋଟରୁ ବିରତ ରହିଥିଲେ । ଜାତିସଂଘ ମହାସଭାର ଅଧିବେଶନରେ ଆଗତ ଏହି ସଙ୍କଳ୍ପ ସପକ୍ଷରେ 120 ଟି ରାଷ୍ଟ୍ର ଭୋଟ ଦେଇଥିଲା । ସେହିପରି ଏହି ପ୍ରସ୍ତାବ ବିପକ୍ଷରେ 14 ରାଷ୍ଟ୍ର ଭୋଟ ଦେଇଥିବା ବେଳେ 45 ଦେଶ ଭୋଟ ଦେବାରୁ ନିବୃତ୍ତ ରହିଥିଲେ । ଭାରତ ସମେତ ଆମେରିକା, କାନାଡା, ୟୁକ୍ରେନ ପ୍ରମୁଖ ଏହି ଭୋଟିଂରୁ ନିଜକୁ ଦୂରରେ ରଖିଥିଲେ । ପ୍ରାୟ193 ରାଷ୍ଟ୍ର ଆଜିର ମହାସଭା ଅଧିବେଶନରେ ଅଂଶଗ୍ରହଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ :- Israel Hamas War: ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଅସ୍ତ୍ରବିରତି ପ୍ରସ୍ତାବ ପାରିତ, ଭୋଟିଂରୁ ବିରତ ରହିଲା ଭାରତ

ଭାରତ ସବୁବେଳେ ଇସ୍ରାଇଲ- ପାଲେଷ୍ଟାଇନ ପ୍ରସଙ୍ଗରେ ଟୁ-ଷ୍ଟେଟ ନୀତିକୁ ସମର୍ଥନ କରିଥାଏ ବୋଲି କହିଥିଲା । ଅର୍ଥାତ ଦୁଇଟି ସ୍ବତନ୍ତ୍ର ରାଷ୍ଟ୍ର ଗଠନ କରି ଉଭୟ ଦେଶ ମଧ୍ୟରେ ସ୍ଥାୟୀ ସମାଧାନ କରିବା ପାଇଁ ନୂଆଦିଲ୍ଲୀ ପୂର୍ବରୁ ଯେଉଁ ମତ ପୋଷଣ କରିଥିଲା, ତାହା ଉପରେ ଗୁରୁତ୍ବ ଦେଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.