ETV Bharat / bharat

ଉତ୍ତର ପ୍ରଦେଶରେ ଅନ୍ଧାରରେ ଏମର୍ଜେନ୍ସି ଓ୍ବାର୍ଡ, ଟର୍ଚ୍ଚ ଲାଇଟରେ ରୋଗୀସେବା - ଟର୍ଚ୍ଚ ଲାଇଟରେ କରାଗଲା ଚିକିତ୍ସା

ଉତ୍ତର ପ୍ରଦେଶର ପ୍ରତାପଗଡ ମେଡିକାଲ କଲେଜରେ କଟିଗଲା ବିଜୁଳି । ଟର୍ଚ୍ଚ ଲାଇଟରେ ରୋଗୀ ଦେଖିଲେ ଡାକ୍ତର । ଅଧିକ ପଢନ୍ତୁ

ଅନ୍ଧାର ଏମର୍ଜେନ୍ସି ଓ୍ବାର୍ଡ, ଟର୍ଚ୍ଚ ଲାଇଟରେ କରାଗଲା ଚିକିତ୍ସା

author img

By

Published : Jul 23, 2022, 4:02 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ସ୍ବାସ୍ଥ୍ୟ ସେବାରେ ଚରମ ଅବହେଳା ଦେଖିବାକୁ ମିଳିଛି । ବିଦ୍ୟୁତ ସରବରାହ କଟିଯିବାରୁ ଟର୍ଚ୍ଚ ଲାଇଟରେ ରୋଗୀ ଦେଖିଲେ ଡାକ୍ତର । ତାହା ବି ଅନ୍ୟ କିଛି ବିଭାଗରେ ନୁହେଁ ବରଂ ଏମର୍ଜେନ୍ସି ଓ୍ବାର୍ଡରେ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପ୍ରତାପଗଡ ମେଡିକାଲ କଲେଜରେ ।

ଗତ ଗୁରବାର ଦିନ ବିଦ୍ୟୁତ ଆଲୋକରେ ସମ୍ପୂର୍ଣ୍ଣ ହସ୍ପିଟାଲ ପରିସର ଅନ୍ଧାର ଥିବାବେଳେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ଟର୍ଚ୍ଚ ଲାଇଟରେ ରୋଗୀ ଚିକିତ୍ସା କରିଥିବା ଦେଖିବାକୁ ମିଳିଛି । ଜରୁରୀକାଳୀନ ୱାର୍ଡ ସମେତ ସମସ୍ତ ୱାର୍ଡରେ ରୋଗୀମାନେ ଅନ୍ଧାରରେ ରହିବାକୁ ବାଧ୍ୟ ହୋଇଥିଲେ । ସ୍ୱାସ୍ଥ୍ୟ କର୍ମୀମାନେ ମୋବାଇଲ ଆଲୋକରେ ଇଞ୍ଜେକ୍ସନ ଦେବା ସହିତ ମଲମ ଏବଂ ବ୍ୟାଣ୍ଡେଜ୍ ସହିତ ସମସ୍ତ ଚିକିତ୍ସା କରାଇଥିବା ଦେଖିବାକୁ ମିଳିଛି । ଏହି ଘଟଣା ପରେ ଉତ୍ତର ପ୍ରଦେଶରେ ୨୪ ଘଣ୍ଟା ବିଦ୍ୟୁତ ସରବରାହ ଦାବି କରୁଥିବା ସରକାରଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସରକାରଙ୍କ ସ୍ବାସ୍ଥ୍ୟସେବା ଭିତ୍ତିଭୂମିର ବିକାଶ ନେଇ ବାଃ ବାଃ ନେଉଥିବାବେଳେ, ବାସ୍ତବ ଚିତ୍ର ସମ୍ପୁର୍ଣ୍ଣ ଅଲଗା ହୋଇଥିବା ନେଇ ଅଭିଯୋଗ ହୋଇଛି । ତେବେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଏପରି ଚରମ ଅବହେଳା ନେଇ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିବାରୁ ଟର୍ଚ୍ଚ ଛଡାଇ ନେଇଥିଲେ ସ୍ବାସ୍ଥ୍ୟକର୍ମୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.