ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - TOP NEWS AT 9PM

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Oct 19, 2021, 9:25 PM IST

1. କାର୍ତ୍ତିକ ମାସ ପାଇଁ ଜାରି ହେଲା ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌

କାର୍ତ୍ତିକ ମାସ ପାଇଁ ଜାରି ହେଲା ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌ । ସମ୍ପ୍ରତି ଭୁବନେଶ୍ୱରର ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି BMC ପକ୍ଷରୁ ଜାରି ହୋଇଛି ଏହି ଗାଇଡଲାଇନ । ସେପ୍ଟେମ୍ବର ମାସରେ ଜାରି ହୋଇଥିବା କୋଭିଡ ଗାଇଡ୍‌ଲାଇନ୍‌ ଅନୁପାଳନ ସହ କାର୍ତ୍ତିକ ମାସ ପାଇଁ ଜାରି ହେଲା ସ୍ୱତନ୍ତ୍ର ଆଡଭାଇଜରି ।

2. ‘ମୋହନ ମାଝୀଙ୍କୁ ଆକ୍ରମଣ କରିଛନ୍ତି ତାଙ୍କ ନିଜ ଦଳୀୟ କର୍ମୀ’

ରାଜ୍ୟ ବିଜେପି ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଗାଡି ଉପରେ ଆକ୍ରମଣ ଘଟଣାରେ BJP ଶାସକ BJDକୁ ଦାୟୀ କରିଆସୁ ଥିବାବେଳେ ପାଲଟା ବର୍ଷିଲା ବିଜେଡି । ମୋହନଙ୍କୁ ନିଜ ଦଳୀୟ କର୍ମୀ ଆକ୍ରମଣ କରିଥିବା ନେଇ କହିଲେ BJD ମୁଖପାତ୍ର ସୁଲତା ଦେଓ ।

3. ଆଜିଠାରୁ ପ୍ରସିଦ୍ଧ ଢେଙ୍କାନାଳର ଲକ୍ଷ୍ମୀପୂଜା ମହୋତ୍ସବ ଆରମ୍ଭ

କିଛି ମୁହୂର୍ତ୍ତ ଅପେକ୍ଷା, ଧରାପୃଷ୍ଠକୁ ଓହ୍ଲାଇବେ ମା' ଧନଦାତ୍ରୀ । ଆଜିଠାରୁ ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜା ଆରମ୍ଭ ହେବ । ୧୧ ଦିନ ଧରି କୋଭିଡ୍‌ କଟକଣା ମଧ୍ୟରେ ୩୮ଟି ମଣ୍ଡପରେ ପୂଜା ପାଇବେ ମା' ଲକ୍ଷ୍ମୀ । ମା'ଙ୍କ ଆଗମନକୁ ନେଇ ଭକ୍ତିଭାବରେ ପୁରି ଉଠିଛି ଢେଙ୍କାନାଳ ।

4. ବଦଳିଲା ଭୁବନେଶ୍ବର-ବେଙ୍ଗାଲୁରୁ ପ୍ରଶାନ୍ତି ସ୍ପେଶାଲ ଟ୍ରେନର ଯାତ୍ରା ସମୟ

ବଦଳିଲା ଭୁବନେଶ୍ବର-ବେଙ୍ଗାଲୁରୁ ପ୍ରଶାନ୍ତି ସ୍ପେଶାଲ ଟ୍ରେନର ଯାତ୍ରା ସମୟ । ବେଙ୍ଗାଲୁରୁର ଦୁଇ ଷ୍ଟେସନରେ ପହଞ୍ଚିବା ସମୟରେ ସାମାନ୍ୟ ସଂଶୋଧନ କଲା ରେଳବାଇ ।

5. ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ଵର ଟୁଡୁଙ୍କ ସାମ୍ବାଦିକ ସମ୍ମିଳନୀ

କେନ୍ଦ୍ରମନ୍ତ୍ରୀ ଜଳଶକ୍ତି ଓ ଆଦିବାସୀ ବ୍ୟାପାର ତଥା ମୟୂରଭଞ୍ଜ ସାଂସଦ ଇଂ ବିଶ୍ଵେଶ୍ଵର ଟୁଡୁ ମୁଖ୍ୟମନ୍ତ୍ରୀଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନକୁ ପ୍ରେସମିଟରେ ନିନ୍ଦା କରିଛନ୍ତି ।

6. ବେଆଇନ ବାଲି ଚାଲାଣ ଘଟଣାରେ ଜୟଦେବ ନିର୍ବାଚନ ମଣ୍ଡଳୀ ବୁଲିଲେ ସାଂସଦ

ବେଆଇନ ବାଲି ଚୋରା ଚାଲାଣ ରୋକିବାରେ ଫେଲ୍ ମାରିଛି ଜିଲ୍ଲା ପ୍ରଶାସନ । ଏହି ଘଟଣାରେ ବାରମ୍ବାର ଅଭିଯୋଗ ପରେ ଅଞ୍ଚଳ ବୁଲି ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କଲେ ସାଂସଦ ।

7. ଚପଲ ପିନ୍ଧି ମହାପ୍ରସାଦ ସେବନ କଲେ ପର୍ଯ୍ୟଟକ, ଜଗନ୍ନାଥ ପ୍ରେମୀ ମହଲରେ ତୀବ୍ର ପ୍ରତିକ୍ରିୟା

ମହାପ୍ରସାଦକୁ ଅସମ୍ମାନ । ଚପଲ ପିନ୍ଧି ମହାପ୍ରସାଦ ଖାଉଥିବା ବ୍ୟକ୍ତିଙ୍କ ଭିଡିଓ ଭାଇରଲ । ଜଗନ୍ନାଥ ପ୍ରେମୀ ମହଲରେ ତୀବ୍ର ପ୍ରତିକ୍ରିୟା ।

8. ଅଭିନେତ୍ରୀ ଶର୍ଲିନ ଚୋପ୍ରାଙ୍କ ବିରୋଧରେ ମାନହାନୀ ମାମଲା ଦାଏର କଲେ କୁନ୍ଦ୍ରା ଦମ୍ପତି

ଶର୍ଲିନ ଚୋପ୍ରାଙ୍କ ବିରୋଧରେ ମାନହାନୀ ଅଭିଯୋଗ ଆଣିଛନ୍ତି ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରା । କୁନ୍ଦ୍ରା ଦମ୍ପତିଙ୍କ ଆଇନଜୀବୀ ଶର୍ଲିନ ଚୋପ୍ରାଙ୍କୁ ନୋଟିସ ପଠାଇ ଏକ ସପ୍ତାହ ମଧ୍ୟରେ କ୍ଷମା ମାଗିବାକୁ କହିଛନ୍ତି ।

9. ଅନ୍ୟ ଅଭିଯୁକ୍ତଙ୍କ ପରି ଆର୍ଯ୍ୟନଙ୍କ ହେଉଛି କାଉନସେଲିଂ: NCB

ଅନ୍ୟ ଅଭିଯୁକ୍ତଙ୍କ ପରି ଆର୍ଯ୍ୟନଙ୍କ ମଧ୍ୟ ସମାନ ଢଙ୍ଗରେ କାଉନସେଲିଂ କରାଯାଉଛି ବୋଲି NCB ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ କହିଛନ୍ତି ।

10. T20 WC: ଭାରତ-ପାକିସ୍ତାନ ମ୍ୟାଚ୍‌ ସପକ୍ଷରେ ପ୍ରକାଶ ପାଦୁକୋନ

ଖେଳ ସହ ରାଜନୀତିକୁ ମିଶ୍ରଣ କରିବା ଅନୁଚିତ୍‌ । ଏହା କହିଛନ୍ତି ଭାରତୀୟ ବ୍ୟାଡ୍‌ମିଣ୍ଟନ କିମ୍ବଦନ୍ତୀ ପ୍ରକାଶ ପାଦୁକୋନ୍‌ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.