ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ 9

ନଜର ପକାନ୍ତୁ TOP NEWS@9PMର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ....

author img

By

Published : Jun 23, 2021, 9:01 PM IST

1.ସ୍କୁଲ ପାଠ୍ୟକ୍ରମରେ ସ୍ଥାନିତ ହେଲା ବନ୍ଦେ ଉତ୍କଳ ଜନନୀ

ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇଲା ବନ୍ଦେ ଉତ୍କଳ ଜନନୀ। ପ୍ରଥମ ଭାଷା ଓଡ଼ିଆରେ ଉଭୟ ନବମ ଓ ଦଶମ ଶ୍ରେଣୀରେ ପଢ଼ାଯିବ।

2.ସମୁଦ୍ର ମଝିରେ ସଂଘର୍ଷ, ବ୍ରିଟିଶ ବିଧ୍ବଂସକ ଜାହାଜରେ ବୋମା ବର୍ଷା କଲା ଋଷ

ସମୁଦ୍ର ମଝିରେ ଚାଲିଲା ଗୁଳିଗୋଳା ଆଉ ବର୍ଷିଲା ବୋମା । କଳା ସାଗରରେ ପ୍ରବେଶ କରିଥିବା ବ୍ରିଟିଶ ରୟାଲ ନେଭିର ବିଧ୍ବଂସକ ଜାହାଜକୁ ଏଭଳି ଆକ୍ରମଣ କରିଛି ଋଷ ।

3.ଭାଇ ପ୍ରେମରେ ଭଉଣୀ ଅନ୍ଧ: ବାଧକ ସାଜିବାରୁ ମା’କୁ ତଣ୍ଟି ଚିପି ହତ୍ୟା

ଧରମ ଭାଇ ସହ ପରକୀୟା ପ୍ରୀତିରେ ବାଧକ ସାଜିବାରୁ ନିଜ ଜନ୍ମଦାତ୍ରୀ ମା’କୁ ତଣ୍ଟି ଚିପି ହତ୍ୟା କଲା ଝିଅ ।

4.‘ଟିକାଦାନ କେନ୍ଦ୍ରରେ ମୋଦିଙ୍କ ଫଟୋ ଲଗାଇଲେ ପୌର ନିର୍ବାଚନରେ ମିଳିବ ଫାଇଦା’

ଟିକାଦାନ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ଟର ନଥିବାରୁ ନବୀନ ପଟ୍ଟନାୟକଙ୍କ ପୋଷ୍ଟରକୁ ଚିରୁଥିବା ଦେଖିବାକୁ ମିଳିଛି । ଏକ ସାମ୍ବାଦିକ ସମ୍ମିଳନୀରେ ଟିକାଦାନ କେନ୍ଦ୍ରରେ ମୋଦିଙ୍କ ପୋଷ୍ଟର ଲଗାଇଲେ ଦଳକୁ ଆସନ୍ତା ନିର୍ବାଚନରେ ଫାଇଦା ମିଳିବ ବୋଲି କହିଛନ୍ତି ବିଜେପି ନେତା ଗୋଲକ ମହାପାତ୍ର ।

5.CMଙ୍କ ସାମ୍ନାରେ ସୁରକ୍ଷାକର୍ମୀ-ଏସପି ମୁହାଁମୁହିଁ, ଗୋଇଠା-ବିଧାର ହେଲା ବର୍ଷା

ଭୁନ୍ତର ଏୟାରପୋର୍ଟରେ କୁଲ୍ଲୁ ଏସପି ଓ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସୁରକ୍ଷାକର୍ମୀଙ୍କ ଭିତରେ ସଂଘର୍ଷ । ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ଘଟିଛି ଘଟଣା ।

6.ବାଲୁକା ଆନିମେସନ ମାଧ୍ୟମରେ ଶ୍ରୀଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମାର ଝଲକ

ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା ଆନିମେସନ ମାଧ୍ୟମରେ ଜଗତର ନାଥ ଜଗନ୍ନାଥଙ୍କ ଦେବସ୍ନାନ ପୂର୍ଣ୍ଣିମାର ୨ ମିନିଟ ୫୦ ସେକେଣ୍ଡର ଏକ ଫିଲ୍ମ ପ୍ରସ୍ତୁତ କରିଛନ୍ତି ।

7.ଭାରତୀୟ ଦୂତାବାସ ପକ୍ଷରୁ ସପ୍ତମ ଆନ୍ତର୍ଜାତିକ ଯୋଗ ସପ୍ତାହ ପାଳନ

ଭାରତୀୟ ଦୂତାବାସର ଆମନ୍ତ୍ରଣରେ ବାହାରିନ ଓଡ଼ିଆ ସମାଜ, ବାହାରିନ ଇଣ୍ଡିଆ ସାଂସ୍କୃତିକ ଏବଂ କଳା ପରିଷଦର ସପ୍ତମ ଆନ୍ତର୍ଜାତିକ ଯୋଗ ସପ୍ତାହ ପାଳନ । ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ଏହି ଯୋଗ ସଚେତନତା ଶିବିରରେ ସାମିଲ ହେଲେ ବାହାରିନରେ ବସବାସ କରୁଥିବା ଓଡ଼ିଆ ।

8.ଭୋଗରାଇର ଭାଇ ଭଉଣୀଙ୍କ ଦାୟିତ୍ୱ ନେବେ ସ୍ବରାଜ, କୋରୋନାରେ ହରାଇଛନ୍ତି ପରିବାର

ଭୋଗରାଇର 7 ବର୍ଷୀୟ ଝିଅ କ୍ରିଷ୍ଣା କୁମାରୀ ପଣ୍ଡା ଓ ତାଙ୍କ ଭାଇର ଦାୟିତ୍ବ ନେବେ ଅଭିନେତା ସ୍ବରାଜ ବାରିକ ।

9.WTC FINAL: ବିରାଟ କୋହଲିଙ୍କ ସ୍ପୋର୍ଟସମ୍ୟାନସିପ୍, ପ୍ରଶଂସା କଲା ଆଇସିସି

କ୍ୟାରିଅରର ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ ଖେଳୁଛନ୍ତି ନ୍ୟୁଜିଲାଣ୍ଡ ୱିକେଟ କିପର ବିଜେ ୱାଟଲିଂ । ଭାରତ ଅଧିନାୟକ ବିରାଟ କୋହଲି ଆଉଟ ହେବା ପୂର୍ବରୁ ବିଜେ ୱାଟଲିଂଙ୍କୁ ପଡ଼ିଆରେ ହାତ ମିଳାଇ ଶୁଭେଚ୍ଛା ଜଣାଇଛନ୍ତି ।

10.ଟୋକିଓ ଅଲମ୍ପିକ୍ସରେ ଅଟୋଗ୍ରାଫ ଓ ଫଟୋଗ୍ରାଫକୁ ମନା

କୋରୋନା ସଂକ୍ରମଣରୁ ବର୍ତ୍ତିବାକୁ ଟୋକିଓ ଅଲମ୍ପିକ୍ସରେ ଶକ୍ତ କଟକଣା ଲାଗୁ ହୋଇଛି । ଦର୍ଶକ କୌଣସି ଅଟୋଗ୍ରାଫ ନେବା ଉପରେ କଟକଣା ଜାରି ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.