ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS @9PM

ନଜର ପକାନ୍ତୁ TOP NEWS@9PM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ....

TOP NEWS@9PM
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 8, 2021, 9:08 PM IST

1. ଆଜି ଦିନକରେ କୋରୋନାରୁ ସୁସ୍ଥ ହେଲେ ୭୬୬୪

ରାଜ୍ୟରୁ ଦିନକରେ ୭୬୬୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା ୪ ଲକ୍ଷ ୩୯ ହଜାର ୩୨୨ରେ ପହଞ୍ଚିଲା ।

2.ଟିକାକରଣ ପାଇଁ ଟଙ୍କା ରିଲିଜ କରୁନି କେନ୍ଦ୍ର ! ବର୍ଷିଲେ ସାଲୁଜା

କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । କେନ୍ଦ୍ର ସରକାର ଟିକାକରଣ ଲାଗି 35 ହଜାର କୋଟି ଟଙ୍କା ବ୍ୟବସ୍ଥା କରିଥିବାବେଳେ ମାତ୍ର 4744 କୋଟି ଟଙ୍କା ରିଲିଜ କରିଥିବାରୁ ବିରୋଧୀ ପ୍ରଶ୍ନ କରିଛନ୍ତି ।

3.ଜାତୀୟ ଟାକ୍ସଫୋର୍ସ ଗଠନ କଲେ ସର୍ବୋଚ୍ଚ ନ୍ୟାୟାଳୟ, ଅକ୍ସିଜେନ ଓ ଅନ୍ୟ ଜରୁରୀ ମେଡିକାଲ ସାମଗ୍ରୀ ଆବଣ୍ଟନରେ ଗୁରୁତ୍ବ

ଦେଶରେ ଦେଖାଦେଇଥିବା କୋଭିଡର ଦୃତ ସଂକ୍ରମଣ ଓ ଅକ୍ସିଜେନ ଯୋଗାଣ ପ୍ରକ୍ରିୟାର ତଦାରଖ କରିବେ ନିଜେ ସର୍ବୋଚ୍ଚ ନ୍ୟାୟାଳୟ । ଏନେଇ ଗଠିତ ହେଲା ଟାକ୍ସଫୋର୍ସ ।
4.ଭୁବନେଶ୍ବରରେ ପହଞ୍ଚିଲା ରାଜ୍ୟ ସରକାର କିଣିଥିବା ୧ ଲକ୍ଷ କୋଭିସିଲ୍ଡ ଟିକା

ଭୁବନେଶ୍ବରରେ ପହଞ୍ଚିଲା ରାଜ୍ୟ ସରକାର କିଣିଥିବା ୧ ଲକ୍ଷ କୋଭିସିଲ୍ଡ ଟିକା । ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ ଏହି ଟିକା ।

5.24 ଘଣ୍ଟାରେ କୁଆପଥର ବର୍ଷା, 5 ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ

ସାରା ରାଜ୍ୟରେ କାଳବୈଶାଖୀ ତାଣ୍ଡବ। ୨୪ ଘଣ୍ଟାରେ କାଳବୈଶାଖୀ ବର୍ଷା ନେଇ ୨୪ ଜିଲ୍ଲା ଏବଂ କୁଆପଥର ବର୍ଷା ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
6.ସାହେବଗଞ୍ଜ ଷ୍ଟେସନରୁ 2 ବର୍ଷର ଶିଶୁପୁତ୍ର ସହ ଓଡିଆ ମହିଳା ଉଦ୍ଧାର, ପରିଚୟ ଅସ୍ପଷ୍ଟ

ସାହେବଗଞ୍ଜ ରେଳ ଷ୍ଟେସନରୁ ଉଦ୍ଧାର ହେଲା ମହିଳାଙ୍କ ସହ ତାଙ୍କର ଦୁଇ ବର୍ଷର ଶିଶୁପୁତ୍ର । ପରିଚୟ ଏପର୍ଯ୍ୟନ୍ତ ଅସ୍ପଷ୍ଟ।

7.କୋଭିଡ ନିୟମକୁ ଫୁ, ନମାଜ ପଢିବାକୁ ଏକାଠି ହେଲେ ଶହଶହ ମୁସଲିମ୍

ହାଇଦ୍ରାବାଦରେ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠି କୋରୋନା କଟକଣାକୁ ଫୁ କରି ଶହଶହ ସଂଖ୍ୟାରେ ମୁସଲମାନମାନେ ରମଜାନ ମାସର ଶେଷ ଶୁକ୍ରବାର ଦିନ ନମାଜ ପଢିବା ପାଇଁ ଚାରମିନାର ନିକଟ ମକ୍କା ମସଜିଦ ଠାରେ ଏକାଠି ହୋଇଛନ୍ତି।

8.ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ପାରୋଲ ପାଇଥିବା ସମସ୍ତ ବନ୍ଦୀଙ୍କୁ ତୁରନ୍ତ ମୁକ୍ତ କରାଯାଉ

ଦେଶରେ କୋଭିଡ ମାମଲାରେ ଅପ୍ରତ୍ୟାଶିତ ବୃଦ୍ଧିକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଆଜି(ଶନିବାର) ଜେଲଗୁଡିକୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
9.ପୂର୍ବତନ ହକି ଖେଳାଳି ଏମକେ କୌଶିକଙ୍କ ପରଲୋକ

ପୂର୍ବତନ ହକି ଖେଳାଳି ତଥା ପ୍ରଶିକ୍ଷକ ଏମକେ କୌଶିକଙ୍କ ପରଲୋକ । 1980 ମସ୍କୋ ଅଲିମ୍ପିକ୍ସରେ ହକିରେ ଜିତିଥିଲେ ସ୍ୱର୍ଣ୍ଣପଦକ ।

10.ବଡ ରିଲିଫ! ହଲମାର୍କ ନୁହେଁ ବାଧ୍ୟତାମୂଳକ, ନିୟମ କୋହଳ

କୋରୋନା ଭାଇରସ ମହାମାରୀକୁ ଦୃଷ୍ଟିରେ ରଖି ହଲମାର୍କିଂ ହଲମାର୍କ ଗହଣା ନିୟମ କୋହଳ । ସୁନାର ଶୁଦ୍ଧତା ଜାଣିବା ପାଇଁ ହଲମାର୍କର ବ୍ୟବହାର କରାଯାଇଥାଏ । ହଲମାର୍କ ମହଙ୍ଗା ଧାତୁ ଶୁଦ୍ଧତାର ସାର୍ଟିଫିକେଟ ହୋଇଥାଏ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.