ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - big news of the day

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Oct 28, 2021, 9:05 AM IST

1-ବାରମୁଲ୍ଲାରେ ଜଣେ ଆତଙ୍କବାଦୀ ସଫା

ପୁଣି ସୀମାରେ ଫୁଟିଲା ଗୁଳି । ଜାମ୍ମୁକାଶ୍ମୀର ବାରମୁଲ୍ଲା ଜିଲ୍ଲାରେ ସୁରକ୍ଷାବାହିନୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି ।

2-ଆର୍ଯ୍ୟନ ଡ୍ରଗ୍ସ କେସ, କିରଣ ଗୋସାଭି ଗିରଫ

ଗିରଫ ହେଲେ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାର ସାକ୍ଷୀ କିରଣ ଗୋସାଭି । ଏନସିବି କାର୍ଯ୍ୟାଳୟରେ ଆର୍ଯ୍ୟନଙ୍କ ସହ ଫଟୋ ଉଠାଇ ଚର୍ଚ୍ଚାରେ ଥିଲେ । ତାଙ୍କ ନାମରେ ଆର୍ଯ୍ୟନଙ୍କୁ ଛାଡିବା ପାଇଁ ଲାଞ୍ଚ ଅଭିଯୋଗ ମଧ୍ୟ ଥିଲା ।

3-ଆଜି 18ତମ ASEAN-India ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ

ଭିଡିଓ କନଫରେନ୍ସିଂ ମାଧ୍ୟମରେ 18ତମ ASEAN-ଭାରତ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

4-ଥମୁନି ତୈଳ ତାତି; ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦାମ୍, ଜାଣନ୍ତୁ କେତେ...

ଲୋକଙ୍କ କଲବଲ କରୁଛି ପେଟ୍ରୋଲ-ଡିଜେଲ ଦର । ଲଗାତାର ଦ୍ବିତୀୟ ଦିନରେ ପୁଣି ଦାମ୍ ବଢାଇଲେ ତୈଳ କମ୍ପାନୀ । ବିଭିନ୍ନ ସ୍ଥାନରେ ପେଟ୍ରୋଲ ଲିଟର ୧୨୦ ଟଙ୍କା ପାର୍ ।

5-ଆସନ୍ତା 30ରେ ଗୋଆ ଗସ୍ତ କରିବେ ରାହୁଲ

ଗୋଆ ବିଧାନସଭା ନିର୍ବାଚନ 2022 । ଅକ୍ଟୋବର 30ରେ ଗୋଆ ଗସ୍ତ କରିବେ ରାହୁଲ । ବିଭିନ୍ନ କାର୍ଯ୍ୟକ୍ରମରେ କରିବେ ଅଂଶ ଗ୍ରହଣ ।

6-ସମୀର ୱାଙ୍ଖଡେ ଲାଞ୍ଚ ମାମଲା, ତଦନ୍ତ ନେତୃତ୍ବ ନେବେ ACP ମିଲିନ୍ଦ ଖେତଲେ

NCB ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ବିରୁଦ୍ଧରେ ୨୫ କୋଟି ଲାଞ୍ଚ ମାମଲା । ଏହି ମାମଲାର ଯାଞ୍ଚ କରିବ ACP ମିଲିନ୍ଦ ଖେତଲେଙ୍କ ନେତୃତ୍ବାଧୀନ ଟିମ୍ ।

7-Pegasus Row: ସୁପ୍ରିମକୋର୍ଟଙ୍କ ତଦନ୍ତ ନିର୍ଦ୍ଦେଶ ପରେ ମୁହାଁମୁହିଁ ରାହୁଲ-ସମ୍ବିତ

ପେଗାସସ୍ ସ୍ପାଏୱେର ବ୍ୟବହାରର ତଦନ୍ତ ପାଇଁ ବୁଧବାର ସୁପ୍ରିମକୋର୍ଟ ୩ ଜଣିଆ କମିଟି ଗଠନ କରିଛନ୍ତି । ଏହାର କେଇ ଘଣ୍ଟା ନ ପୁରୁଣୁ ଭାରତୀୟ ଜନତା ପାର୍ଟି (ବିଜେପି) ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମଧ୍ୟରେ କଥା କଟାକଟି ହୋଇଛି ।

8-ବିନା ଲାଇସେନ୍ସରେ ଚାଲୁଛି ଡ୍ୟାନ୍ସ ବାର, BMC-ପୋଲିସକୁ ମିଳୁନି ସୁରାକ୍

ରାଜଧାନୀରେ ବିନା ଲାଇସେନ୍ସରେ ଚାଲୁଛି ଡ୍ୟାନ୍ସ ବାର । ହେଲେ ପାନ ଓ ଅଣ୍ଡା ଦୋକନୀଙ୍କ ଉପରେ ଦବଙ୍ଗଗିରି ଦେଖାଉଥିବା ପୋଲିସକୁ ମିଳୁନି ବେଆଇନ ଡ୍ୟାନ୍ସ ବାରର ସୁରାକ୍ । ସନ୍ଦେହରେ ପୋଲିସ ଓ ବିଏମସିର ଭୂମିକା ।

9-T-20 WC: ସ୍କଟଲାଣ୍ଡକୁ ୪ ୱିକେଟରେ ହରାଇଲା ନାମିବିୟା

ବୁଧବାର ସୁପର-୧୨ ଗ୍ରୁପ-ବିର ଅନୁଷ୍ଠିତ ହୋଇଥିବା ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛି ନାମିବିୟା । ସ୍କଟଲାଣ୍ଡକୁ ୪ ୱିକେଟରେ ପରାସ୍ତ କରି ବିଶ୍ବକପରେ ଇତିହାସ ରଚିଛି । ପ୍ରଥମ କରି ବିଶ୍ବକପରେ ଯୋଗ୍ୟତା ଅର୍ଜନ କରିଥିବା ନାମିବିୟା ପ୍ରଥମ ରାଉଣ୍ଡରେ ୨ଟି ମ୍ୟାଚ ଜିତି ସୁପର-୧୨ରେ ପ୍ରବେଶ କରିଥିଲା ।

10-T-20 WC: ଆଜି ଅଷ୍ଟ୍ରେଲିଆ-ଶ୍ରୀଲଙ୍କା ମୁକାବିଲା

ଟି-ଟ୍ବେଣ୍ଟି ବିଶ୍ବକପର ସୁପର-୧୨ ରାଉଣ୍ଡ(ଗ୍ରୁପ-1)ରେ ଆଜି(ଗୁରୁବାର) ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିବେ । ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିବା ପରେ ଅଷ୍ଟ୍ରେଲିଆର ମନୋବଳ ଦୃଢ ରହିଛି । ଶ୍ରୀଲଙ୍କା ମନୋବଳ ଦୃଢ ନଥିଲେ ମଧ୍ୟ ସେ ୪ଟି ମ୍ୟାଚ ଜିତି ସାରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.