ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : May 28, 2022, 9:31 PM IST

1.Sonu Sood Meets CM Naveen Patnaik: ନବୀନଙ୍କୁ ସାକ୍ଷାତ କଲେ ଅଭିନେତା ସୋନୁ ସୁଦ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) ଙ୍କୁ ଆଜି (ଶନିବାର) ସନ୍ଧ୍ୟାରେ ଭେଟିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ (Sonu Sood) । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରିଛନ୍ତି ସୋନୁ । ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

2.Covid-19 Vaccine: ୮୮ ପ୍ରତିଶତ ପ୍ରାପ୍ତ ବୟସ୍କ ନେଇସାରିଲେଣି ଉଭୟ ଡୋଜ୍‌ ଟିକା

ଟୀକାକରଣରେ ଭାରତର ଭଲ ପ୍ରଦର୍ଶନ । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୂଚନା, ୮୮ ପ୍ରତିଶତ ପ୍ରାପ୍ତ ବୟସ୍କ ନେଇ ସାରିଲେଣି ଉଭୟ ଡୋଜ । ତଥାପି କୋଭିଡ ପ୍ରୋଟୋକଲ ପାଳନ କରିବା ପାଇଁ କଲେ ଅପିଲ୍‌ ।

3.ଜଘନ୍ୟ ସ୍ବାମୀ: 2 ଶିଶୁଙ୍କ ସହ ସ୍ତ୍ରୀକୁ କାଠକଟା ମେସିନରେ ହତ୍ୟା ପରେ ଆତ୍ମହତ୍ୟା !

ଚେନ୍ନାଇରେ ଅଭାବନୀୟ ଘଟଣା । 2 ଶିଶୁଙ୍କ ସହ ସ୍ତ୍ରୀକୁ କାଠକଟା ମେସିନରେ କାଟି ହତ୍ୟା କରିବା ପରେ ଆତ୍ମହତ୍ୟା କଲା ସ୍ବାମୀ । ଘରୁ ମିଳିଲା 4 ମୃତଦେହ ।

4.Paid Period Leave: କେନ୍ଦ୍ରମନ୍ତ୍ରୀଙ୍କୁ ଓଡିଆ ଝିଅର ନିବେଦନ, ମହିଳାଙ୍କୁ ଦିଆଯାଉ ଋତୁସ୍ରାବ ଛୁଟି

ଋତୁସ୍ରାବ ସମୟରେ କାର୍ଯ୍ୟରତ ମହିଳାଙ୍କୁ ଅନ୍ତତଃ ପକ୍ଷେ ଗୋଟିଏ ଦିନ ଛୁଟି ଦିଆଯାଉ ବୋଲି କେନ୍ଦ୍ର ଶ୍ରମମନ୍ତ୍ରୀଙ୍କୁ ନିବେଦନ କଲେ ସମ୍ବଲପୁରର ଝିଅ ।

5.ନାବାଳିକାଙ୍କୁ କ୍ୟାନ୍ସର ହେବା ଘଟଣା, ଦମ୍ପତିକୁ ଦାୟୀ କରି ଥାନାରେ ମାମଲା

ବାଲେଶ୍ଵର ସଦର ଥାନା ଜମ୍ବେଶ୍ୱରପୁର ଗାଁର ଜଣେ ନାବାଳିକାର ଗୋଡ଼ ଫୁଲି କ୍ୟାନ୍ସର ଭଳି ମାରାତ୍ମକ ରୋଗରେ ପୀଡ଼ିତ ଅଛନ୍ତି । ତାଙ୍କୁ ନେଇ ଘରେ ରଖିଥିବା ବ୍ୟକ୍ତିଙ୍କ ନାମରେ ସଦର ଥାନାରେ ଏତଲା ଦିଆଯାଇଛି ।

6.Parikrama Project Row: NMA ଚେୟାରମ୍ୟାନଙ୍କ ଉପରେ ବର୍ଷିଲେ ବିଜୟ, କହିଲେ ସବୁଆଡେ ବୁଲୁଛନ୍ତି ପୁରୀ ଆସୁନାହାଁନ୍ତି

ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ସାକ୍ଷାତ ପରେ ପ୍ରତିକ୍ରିୟା ରଖିଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଶଙ୍କରାଚାର୍ଯ୍ୟଙ୍କ କଥାରେ ଦ୍ବିମତ ନାହିଁ କହିବା ସହ NMA ଉପରେ ପ୍ରବଳ ବର୍ଷିଲେ ।

7.Encounter in jk : 2 ଆତଙ୍କୀ ନିପାତ, ଗୁଳି ବିନିମୟ ଜାରି

ଅନନ୍ତନାଗରେ 2 ଆତଙ୍କୀଙ୍କୁ ନିପାତ କଲେ ସୁରକ୍ଷାକର୍ମୀ । ଜାରି ରହିଛି ଏନକାଉଣ୍ଟର ।

8.ଭାରି ପଡିଲା ରକି ଭାଇ ହେବା ନିଶା, ମାତ୍ରାଧିକ ସିଗାରେଟ ପିଇ ହସ୍ପିଟାଲରେ ନାବାଳକ

ଯୁବପିଢିଙ୍କ ଉପରେ ପ୍ରଭାବ ପକାଉଛି ସିନେମା । ଭାରି ପଡିଲା ରକି ଭାଇ ହେବା ନିଶା । ମାତ୍ରାଧିକ ସିଗାରେଟ ପିଇ ହସ୍ପିଟାଲରେ ଭର୍ତ୍ତି ହେଲା ନାବାଳକ ।

9.କଙ୍ଗନାକୁ ଲାଗିଲା ଝଟକା: ସପ୍ତାହ ଭିତରେ ମୁମ୍ବାଇର ସମସ୍ତ ପ୍ରେକ୍ଷାଳୟରୁ ହଟିଲା ଧାକଡ

ବଲିଉଡର କୁଇନ କଙ୍ଗନା ରଣାଓ୍ବତ ଷ୍ଟାରର୍ 'ଧାକଡ୍' ର ପ୍ରଦର୍ଶନ ବକ୍ସ ଅଫିସରେ ଏକପ୍ରକାର ଖରାପ ରହିଛି । ବର୍ତ୍ତମାନ ସୁଦ୍ଧା ଏହା ପ୍ରାୟ 5 କୋଟି ରୋଜଗାର କରିଛି ।

10.Asia Cup 2022: ହକି ଟିମ ଇଣ୍ଡିଆର ଦମଦାର ବିଜୟ

ଏସିଆ କପ୍‌ ହକି ଟୁର୍ଣ୍ଣାମେଣ୍ଟରେ ଭାରତର ଦମଦାର ବିଜୟ । Super4 ମ୍ୟାଚ୍‌ରେ ଜାପାନକୁ ୨-୧ରେ ହରାଇଲା ବୀରେନ୍ଦ୍ର ଲାକ୍ରାଙ୍କ ଟିମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.