ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Aug 22, 2021, 7:03 PM IST

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ବଲାଙ୍ଗୀରରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କ ସହ କଲେ ଆଲୋଚନା

କଳାହାଣ୍ଡି ଜିଲ୍ଲା ଗସ୍ତ ପରେ ବଲାଙ୍ଗୀରରେ ପହଞ୍ଚିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ବିଭିନ୍ନ ଅଞ୍ଚଳ ବୁଲିବା ସହ ସ୍ଥାନୀୟ ଲୋକଙ୍କ ସହ କଲେ ଆଲୋଚନା । ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି ।

2. ବନ୍ଧାହେଲେ ନକଲି OTDC ଅଧ୍ୟକ୍ଷ, ୧୫୦ କୋଟିର ଫେକ ଓ୍ବାର୍କ ଅର୍ଡର ଦେଇ ଲୁଟିଛନ୍ତି ୩କୋଟି

ଫେକ୍ ଓ୍ବାର୍କ ଅର୍ଡର ବଳରେ ଯୁବକଙ୍କ ଠାରୁ ଲୁଟ୍ ହୋଇଥିବା ନେଇ ଅଭିଯୋଗ । ଏନେଇ ନକଲି OTDC ଅଧ୍ୟକ୍ଷଙ୍କୁ ବାନ୍ଧିଲା ଅର୍ଥନୈତିକ ଅପରାଧା ଶାଖା (EOW) ।

3. ଆୟକର ପୋର୍ଟାଲ ସମସ୍ୟା, Infosys CEO ସଲିଲ ପାରେଖଙ୍କୁ କେନ୍ଦ୍ରର ସମନ

ଦେଶର ମୁଖ୍ୟ ସଫ୍ଟୱେର କମ୍ପାନୀ ଇନଫୋସିସ(Infosys) ସିଇଓ ତଥା ମହାନିର୍ଦ୍ଦେଶକ ସଲିଲ ପାରେଖଙ୍କୁ ସମନ ଜାରି କରିଛି କେନ୍ଦ୍ର ଅର୍ଥମନ୍ତ୍ରଣାଳୟ । ଆୟକର ଦାଖଲ ବ୍ୟବସ୍ଥାର ବିକାଶ ପାଇଁ ଇନଫୋସିସକୁ 2019ରେ ଏହାର ଦାୟିତ୍ବ ଦିଆଯାଇଥିଲା ।

4. ହେଲୋ ରାମଲଲା ! ମୁଁ କଲ୍ୟାଣ ସିଂହ କହୁଛି, ଦୟାକରି ବର୍ଷା ବନ୍ଦ କରିଦିଅ...

ଯେବେ କଲ୍ୟାଣ ସିଂହ କହିଲେ ହେଲୋ ରାମଲଲା... ଦୟାକରି ବର୍ଷା ବନ୍ଦ କରିଦିଅ । ଆଉ ସତକୁ ସତ ଅଟକିଯାଇଥିଲା ବର୍ଷା ।

5. ବିହାର କଲେଜରେ ଅଜବ ନିୟମ: ସେଲଫି ଓ ଫର୍ମାଲ ଡ୍ରେସକୁ ନା...

ଆଫଗାନିସ୍ତାନର ମହିଳା ବିରୋଧୀ ନିୟମକୁ ଚର୍ଚ୍ଚା ହେଉଥିବାବେଳେ ବିହାରର ଏକ କଲେଜରେ ଆସିଛି ଏଭଳି କିଛି ନିୟମ । ଯେଉଁଥିରେ ଖୋଲା ଚୁଟି କରିପାରିବେନି ଛାତ୍ରୀ କି କଲେଜ ପରିସରରେ ସେଲଫି ଉଠାଇପାରିବେ ନାହିଁ ।

6. ରାଜ୍ୟରେ ଚିନ୍ତା ବଢାଉଛି ଶିଶୁ ସଂକ୍ରମଣ, ୮ ଦିନରେ ୧୦୦୦ ମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ ଚିନ୍ତା ବଢାଇବାରେ ଲାଗିଲାଣି ଶିଶୁ ସଂକ୍ରମଣ । ସରକାରୀ ତଥ୍ୟ ଅନୁସାର ଗତ ୮ଦିନରେ 948 ଶିଶୁ ହେଲେଣି ସଂକ୍ରମିତ । ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ।

7. ରାକ୍ଷୀ ବାନ୍ଧିଲେ ରାନୀ ପଣ୍ଡା, ପାଉଣା ଦେଲେ ସୁର

ଆଜି ପଵିତ୍ର ରକ୍ଷା ବନ୍ଧନ । ଭଉଣୀମାନେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧୁଥିବା ବେଳେ କଂଗ୍ରେସ ବିଧାୟକ ସୁର ରାଉତ ରାୟଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି ଅଭିନେତ୍ରୀ ରାନୀ ପଣ୍ଡା।

8. ରାଜ୍ୟ ସରକାର ତୁରନ୍ତ ଜମି ଅଧିଗ୍ରହଣ କାର୍ଯ୍ୟ ସାରନ୍ତୁ: ସୁର ରାଉତରାୟ

ରାଜ୍ୟ ସରକାର ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ସାରୁ ନଥିବାରୁ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁନି । ରେଳମନ୍ତ୍ରୀଙ୍କ ଏହି ଟିପ୍ପଣୀ ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ବିଧାୟକ ।

9. Tokyo Paralympics: ଟେବୁଲ ଟେନିସ, ଟାଇକୋଣ୍ଡ ଏବଂ ଭାରୋତ୍ତଳନ ଇଭେଣ୍ଟରେ ପଦକ ଆଶା

ଅଗଷ୍ଟ ୨୪ ତାରିଖରୁ ଆରମ୍ଭ ହେବ ଟୋକିଓ ପାରାଲମ୍ପିକ୍ସ ୨୦୨୧ । ଏଥିରେ ଭାଗ ନେବାକୁ ଥିବା ବିଭିନ୍ନ ଇଭେଣ୍ଟରେ କ୍ରୀଡ଼ାବିତଙ୍କ ଠାରୁ ପଦକ ଆଶା କରାଯାଉଛି ।

10.ଯୁବତୀଙ୍କ ସହ ରାତିଅଧିଆ ଉଦଣ୍ଡ ନାଚ କଲେ ରାମୁ

ପ୍ରଖ୍ୟାତ ସିନେମା ନିର୍ମାତା ତଥା ନିର୍ଦ୍ଦେଶକ ରାମଗୋପାଳ ବର୍ମାଙ୍କ ନୂଆ ଅନ୍ଦାଜ । ନିଜ ବୟାନକୁ ଆଉ ସେନସେସନାଲ କମେଣ୍ଟକୁ ନେଇ ନ୍ୟୁଜ ହେଡଲାଇନରେ ରହିଆସୁଥିବା ରାମଗୋପାଳ ବର୍ମା ଏଥର ସୋସିଆଲ ମିଡିଆରେ କରୁଛନ୍ତି ଟ୍ରେଣ୍ଡ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.