ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Jul 15, 2022, 5:12 PM IST

Updated : Jul 15, 2022, 5:19 PM IST

ନଜର ପକାନ୍ତୁ @5PM ସୁଦ୍ଧା କିଛି ବର୍ତ୍ତମାନର ବଡ଼ ଖବର

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1. Odisha Assembly: କୋଟିଆର ସ୍ଥିତି ନେଇ ମନ୍ତ୍ରୀଙ୍କ ଉତ୍ତର ଲୋଡିଲେ ବିଧାୟକ

ବିଧାନସଭାର ଶୂନ୍ୟକାଳ (Assembly Zero Hour)ରେ ଆଜି ଉଠିଛି ରାଜ୍ୟର ସୀମା ସୁରକ୍ଷା ପ୍ରସଙ୍ଗ । କୋରାପୁଟ ଜିଲ୍ଲା କୋଟିଆ ଗ୍ରାମପୁଞ୍ଜ କଥା ଉଠାଇଛନ୍ତି ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ । ଆନ୍ଧ୍ରପ୍ରଦେଶ ଅଧିକାରୀ ସୀମାନ୍ତ ଲୋକଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗ କରିଛନ୍ତି ବିଷ୍ଣୁ । ବର୍ତ୍ତମାନ କୋଟିଆରେ ସ୍ଥିତି କଣ ସେ ନେଇ ରାଜସ୍ବ ମନ୍ତ୍ରୀ ଗୃହରେ ଉତ୍ତର ରଖନ୍ତୁ ବୋଲି ଦାବି କରିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ ।

2. ଭୁବନେଶ୍ବରେ ହେବ ସାଇନ୍ସ ସିଟି ପାର୍କ, ପୁରୀରେ ବିଜ୍ଞାନ ଓ ପ୍ଲାନେଟୋରିୟମ କେନ୍ଦ୍ର

ବିଧାନସଭାରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସୂଚନା । କୋଲକାତା ଢାଞ୍ଚାରେ ସ୍ମାର୍ଟସିଟି ଭୁବନେଶ୍ବରରେ ନିର୍ମାଣ ହେବ ସାଇନ୍ସ ସିଟି ପାର୍କ ।

3. ନର୍କ ପାଲଟିଛି ବାଦାମବାଡି ବସଷ୍ଟାଣ୍ଡ ! ଅସରାଏ ବର୍ଷାରେ କାଦୁଅ ପଚପଚ, ଯାତ୍ରୀଙ୍କ ଦୁଃଖ ନକହିଲେ ଭଲ

ଅସରାଏ ବର୍ଷା ହେଲେ ଆଣ୍ଠୁଏ ପଙ୍କରେ ଚାଷ ଜମିର ଭ୍ରମ ସୃଷ୍ଟି କରୁଛି କଟକ ବାଦମବାଡ଼ି ସ୍ଥିତ ଅନୁଗୁଳ ଓ ପୁରୀ ବସଷ୍ଟାଣ୍ଡର ଚିତ୍ର । ଏହାସହ ଚାରିଆଡେ କୁଢକୁଢ ଅଳିଆ ଓ ଆବର୍ଜନା । ସାରା ଓଡ଼ିଶା ତଥା ଅନ୍ୟାନ୍ୟ ରାଜ୍ୟକୁ ବସ ସେବା ଯୋଗାଉଥିବା ଏହି ବସଷ୍ଟାଣ୍ଡ ଆଜି ସମ୍ପୂର୍ଣ୍ଣ ଅବହେଳିତ ହୋଇପଡ଼ିରହିଛି ।

4. ମୋଟର ସାଇକେଲ ପାଇଁ ବୋହୂକୁ ମରଣାନ୍ତକ ଆକ୍ରମଣ, ଶ୍ବଶୁର ଓ ସ୍ୱାମୀ ଥାନାରେ ଅଟକ

ମୋଟର ସାଇକେଲ ପାଇଁ ଶଶୁଘର ଲୋକେ ବୋହୂକୁ ଶାବଳରେ ପିଟି ବାପାଘର ଆଗରେ ଫିଙ୍ଗିଦେଲେ । ଶେଷରେ ଗାଁ ଲୋକଙ୍କ ହାବୁଡରେ ପଡି ସ୍ୱାମୀ ଓ ଶ୍ବଶୁର ଛେଚା ଖାଇଲେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ଏରସମା ଜିରାଇଲୋ ଗାଁରେ ।

5. ରାଜ୍ୟରେ ବଢୁଛି ସଂକ୍ରମଣ, ସ୍ଥିତିଦେଖି ହସ୍ପିଟାଲ ବେଡ୍‌ ବୃଦ୍ଧିହେବ କହିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ କୋରୋନା ସଂକ୍ରମଣ ବଢିବାରେ ଲାଗିଛି । ପୂର୍ବ ଲହର ଅପେକ୍ଷା ବଢିବା ହାର କମ ରହିଛି ବୋଲି କହିଲା ସ୍ବାସ୍ଥ୍ୟ ବିଭାଗ ।

6. ଦିଲ୍ଲୀରେ ଭୁଶୁଡିଲା ନିର୍ମାଣାଧିନ କୋଠା, ୬ ଶ୍ରମିକ ମୃତ

ରାଜଧାନୀ ଦିଲ୍ଲୀର ଅଲୀପୁର ଅଞ୍ଚଳରେ ଭୁଶୁଡ଼ିଲା ନିର୍ମାଣାଧିନ କୋଠା । ପ୍ରାଥମିକ ସୂଚନା ଅନୁଯାୟୀ ଭଙ୍ଗା କାନ୍ଥ ଓ ଛାତ ତଳେ ଚାପି ହୋଇ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।

7. Sri Lanka Crisis: ଅନ୍ତରୀଣ ରାଷ୍ଟ୍ରପତି ଭାବେ ଶପଥ ନେଲେ ରାନିଲ ବିକ୍ରମସିଂଘେ

ଶ୍ରୀଲଙ୍କାର ଅନ୍ତରୀଣ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କଲେ ରାନିଲ ବିକ୍ରମସିଂଘେ । ସୁପ୍ରିମକୋର୍ଟଙ୍କ ଚିଫ୍‌ ଜଷ୍ଟିସ୍‌ ଜୟନ୍ତ ଜୟସୁରିଆ ତାଙ୍କୁ ଶପଥ ଗ୍ରହଣ କରାଇଛନ୍ତି ।

8. NIRF 2022: ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତାରେ IIT ମାଡ୍ରାସ ଶୀର୍ଷରେ

ଆଜି ପ୍ରକାଶ ପାଇଲା ୨୦୨୨ NIRF ରାଙ୍କିଙ୍ଗ । ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତାରେ IIT ମାଡ୍ରାସ ଶୀର୍ଷରେ।

9. ଏଥର IPL ଷ୍ଟାଇଲରେ Kho Kho, ଦମ ଦେଖାଇବ ଟିମ ଓଡିଶା

ଏଥର ଆଇପିଏଲ ଷ୍ଟାଇରେ ଖେଳାଯାଉଛି ଖୋ ଖୋ (Ultimate Kho Kho) । ଏହି ଲିଗ ୨୧ଦିନ ଧରି ଖେଳାଯିବ ଓ ମୋଟ ୩୪ଟି ମ୍ୟାଚ୍‌ ପ୍ରଥମ ସଂସ୍କରଣରେ ଖେଳାଯିବା ନେଇ ସୂଚୀ ରହିଛି । ନକଆଉଟ୍‌ ମ୍ୟାଚ୍‌ ପ୍ଲେଅଫ ଫର୍ମାଟରେ ଖେଳାଯିବା ଓ କ୍ବାଲିଫାୟର ଓ ଏଲିମିନେଟର ମଧ୍ୟ ସ୍ଥିର ହେବ । ୬ଟି ଟିମ- ତେଲଗୁ ଯୋଦ୍ଧାସ୍‌, ଗୁଜରାଟ ଜାଏଣ୍ଟସ, ଓଡିଶା ଜଗର୍ନଟ୍ସ, ରାଜସ୍ଥାନ ୱାରିୟର୍ସ, ମୁମ୍ବାଇ ଖିଲାଡିସ, ଚେନ୍ନାଇ କ୍ବିକ୍‌ ଗନ୍‌ସ ଲିଗ୍‌ରେ ଅଂଶଗ୍ରହଣ କରୁଛନ୍ତି ।

10. ସିଲଭର ଗାଉନ୍‌ରେ ଉର୍ବଶୀ ରୌତେଲାଙ୍କ ବାର୍ବି ଲୁକ୍‌

ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ସେ ତାଙ୍କ ଗ୍ଲାମରସ୍ ଷ୍ଟାଇଲ୍ ସହିତ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି । ଉର୍ବଶୀ ପୁଣି ଥରେ ତାଙ୍କ ଲୁକ୍ ସହିତ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଦେଖନ୍ତୁ ଫଟୋ...।

Last Updated : Jul 15, 2022, 5:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.