ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଟପ ୫

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : Jun 4, 2022, 5:20 PM IST

1.କାଲି ନୂଆ ମନ୍ତ୍ରୀମଣ୍ଡଳ ନେବେ ଶପଥ, ରାଜ ଭବନରେ କାର୍ଯ୍ୟକ୍ରମ

ଆସନ୍ତାକାଲି ପୂର୍ବାହ୍ନ 11.45 ରେ ଶପଥ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଟିମ । ରାଜ ଭବନରେ ଶପଥ ଗ୍ରହଣ କରିବେ ନୂଆମନ୍ତ୍ରୀ । ଏନେଇ ସମସ୍ତ ପ୍ରସ୍ତୁତି ଓ ତାଲିକା ଶେଷ ହୋଇଥିବା ସୂଚନା ମିଳିଛି ।

2.କେମିକାଲ ପ୍ଲାଣ୍ଟରେ ବିସ୍ଫୋରଣ: 6 କର୍ମଚାରୀ ମୃତ, ଉଦ୍ଧାର କାର୍ଯ୍ୟ ଜାରି

ଉତ୍ତରପ୍ରଦେଶ ହାପୁର ଜିଲ୍ଲାରେ ଏକ କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ପରେ ବିସ୍ଫୋରଣ । 6 କର୍ମଚାରୀ ମୃତ ସନ୍ଦେହ । ଏବେ ବି ଅନେକ କର୍ମଚାରୀ ଫସିଥିବା ସୂଚନା । ଜାରି ରହିଛି ଉଦ୍ଧାର ପ୍ରକ୍ରିୟା । ନିଆଁ ଲିଭା କାର୍ଯ୍ୟରେ 5ରୁ ଅଧିକ ଅଗ୍ନିଶମ ଟିମ ।

3.ରଥଖଳା ହାଲଚାଲ: ତିନି ରଥ ଦଣ୍ଡାରେ ଆଗ ମୁହାଣ୍ଟ ଓ ପଛ ମୁହାଣ୍ଟ ସଂଯୋଗ ଆରମ୍ଭ

ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ଚଳଚଞ୍ଚଳ ରଥଖଳା । ଅଧାରୁ ଅଧିକ ରଥ ନିର୍ମାଣ କାର୍ଯ୍ୟ ସରିଥିବା ଜଣାପଡିଛି । ତିନି ରଥର ପଞ୍ଚ ଦଣ୍ଡାରେ ଆଗ ମୁହାଣ୍ଟ ଓ ପଛ ମୁହାଣ୍ଟ ସଂଯୋଗ ଆରମ୍ଭ ହୋଇଛି । ପଞ୍ଚ ଦଣ୍ଡା ସହ ତାଳଧ୍ଵଜ ରଥ, ନନ୍ଦିଘୋଷ ରଥର ଆଉ ୪ଟି ଲେଖାଏଁ ଦଣ୍ଡା ନିର୍ମାଣ ଶେଷ ହୋଇଛି ।

4.୨ ଲୋକସଭା, ୭ ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା BJP

ଦୁଇ ଲୋକସଭା ଓ ୭ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା BJP । ଉତ୍ତର ପ୍ରଦେଶରୁ ସଂଖ୍ୟାଲଘୁ ମନ୍ତ୍ରୀ ମୁଖତାର ଆବାସ ନଖଭିଙ୍କ ଲଢିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ । ତ୍ରିପୁରାର ବର୍ଦ୍ଦଓ୍ବାଲିରୁ ପ୍ରାର୍ଥୀ ହେଲେ ମୁଖ୍ୟମନ୍ତ୍ରୀ ମାଣିକ ଶାହ ।

5.Odisha Health Director Advice: ଲକ୍ଷଣ ଥିଲେ ଟେଷ୍ଟ କରାନ୍ତୁ

ପୁଣି ଡରାଇଲାଣି କରୋନା । ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ତେଣୁ ଓଡ଼ିଶାବାସୀଙ୍କ ପାଇଁ ସତର୍କତା ଜାରି କରିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

6.ବାଚସ୍ପତି ପଦରୁ ଇସ୍ତଫା ଦେଲେ ସୂର୍ଯ୍ୟ ନାରାୟଣ ପାତ୍ର

ଓଡିଶା ବିଧାନସଭାର ବାଚସ୍ପତି ପଦରୁ ଇସ୍ତଫା ଦେଲେ ସୂର୍ଯ୍ୟ ନାରାୟଣ ପାତ୍ର । ୨୦୧୯ ଜୁନ୍‌ ପହିଲାରୁ ବାଚସ୍ପତି ଥିଲେ ସୂର୍ଯ୍ୟ ନାରାୟଣ ପାତ୍ର ।

7.BJPରେ ସାମିଲ ହେବେ ପଞ୍ଜାବ କଂଗ୍ରେସର ୪ ପ୍ରମୁଖ ନେତା !

ସୁନିଲ ଜାଖରଙ୍କ ପରେ ବିଜେପିରେ ସାମିଲ ହୋଇପାରନ୍ତି ପଞ୍ଜାବ କଂଗ୍ରେସର ୪ ପ୍ରମୁଖ ନେତା । ଅମିତ ଶାହଙ୍କ ପଞ୍ଚକୁଲା କାର୍ଯ୍ୟକ୍ରମରେ ସାମିଲ ହେବା ନେଇ ଚର୍ଚ୍ଚା ।

8.କଂଗ୍ରେସକୁ ଝଟ୍‌କା, ହାତ ଛାଡିଲେ ମନୋଜ ମହାପାତ୍ର

ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର । କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କୁ ପଠାଇଲେ ଇସ୍ତଫା ପତ୍ର ।

9.Amravati-Akola highway: ୧୦୮ ଘଣ୍ଟାରେ ୭୫କିମି ରାସ୍ତା ନିର୍ମାଣ ଲକ୍ଷ୍ୟ, ସୃଷ୍ଟି ହେବ ବିଶ୍ବ ରେକର୍ଡ

ବିଶ୍ବ ରେକର୍ଡ ହାତେଇବା ଲକ୍ଷ୍ୟରେ ଚାଲିଛି କାର୍ଯ୍ୟ । ଅମରାବତୀ- ଅକୋଲା ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟକୁ ମାତ୍ର ୧୦୮ ଘଣ୍ଟାରେ ଶେଷ କରି ବିଶ୍ବ ରେକର୍ଡ ହାତେଇବା ଲକ୍ଷ୍ୟରେ ରହିଛନ୍ତି କର୍ମୀ । ଘଟଣାସ୍ଥଳରେ ଗିନିଜ ବୁକ୍‌ ଟିମ ଉପସ୍ଥିତ ।

10.ବାରବାଟୀ ପ୍ରସ୍ତୁତ: ଜୁନ୍‌ ୧୨କୁ ଅପେକ୍ଷା, ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ଟକ୍କର

କଟକ: ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ମ୍ୟାଚ୍‌ ପାଇଁ ପ୍ରସ୍ତୁତ ବାରବାଟୀ ଷ୍ଟାଡିୟମ । ଓଡିଶା କ୍ରିକେଟ ଆସୋସିଏସନର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଏନେଇ ଅଧିକ ସୂଚନା ଦେଉଛନ୍ତି ଆମ କଟକ ପ୍ରତିନିଧି ପ୍ରଭୁକଲ୍ୟାଣ ପାଲ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.