ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : May 31, 2022, 5:25 PM IST

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1. ପୈତୃକ ଗ୍ରାମରେ ସିଦ୍ଧୁ ମୁସେଓ୍ବାଲଙ୍କ ଶେଷକୃତ୍ୟ ସମ୍ପନ୍ନ, ସ୍ତବ୍ଧ ମାନସା

ସିଦ୍ଧୁ ମୁସେଓ୍ବାଲଙ୍କ ଶେଷକୃତ୍ୟ ଶେଷ । ହଜାର ହଜାର ସମର୍ଥକଙ୍କ ମଧ୍ୟରେ ପୈତୃକ ଗ୍ରାମରେ ହେଲା ଶେଷକୃତ୍ୟ । ନିଜର ପ୍ରିୟ ଟ୍ରାକ୍ଟରରେ ଆସିଲା ସିଦ୍ଧୁଙ୍କ ମୃତଦେହ । ପରିବାର ସହ ଉପସ୍ଥିତ ଥିଲେ ପ୍ରଦେଶ କଂଗ୍ରେସର ଏକାଧିକ ନେତା ।

2. PM Kisan Samman Nidhi Yojana: 10 କୋଟି ଚାଷୀଙ୍କ ଖାତାକୁ ଗଲା 21 ହଜାର କୋଟି

କିଶାନ ସମ୍ମାନ ନିଧିରେ ଚାଷୀଙ୍କ ଖାତାକୁ ଏକାଦଶ କିସ୍ତି ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ପ୍ରାୟ ୧୦ କୋଟି ଚାଷୀଙ୍କ ଖାତାକୁ ଯାଇଛି ୨୧ ହଜାର କୋଟି ଟଙ୍କା ।

3. ଫାରୁକ ଅବଦୁଲ୍ଲାଙ୍କୁ ଜେରା କଲା ED

ଜାମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା NC ମୁଖ୍ୟ ଫାରୁକ ଅବଦୁଲ୍ଲାଙ୍କୁ ଜେରା କଲା ED । ରାଜ୍ୟ କ୍ରିକେଟ ଆସୋସିଏସନ ଆର୍ଥିକ ଅନିୟମିତତା ମାମଲାରେ ହାଜର ହେବା ପାଇଁ ପାଇଥିଲେ ସମନ ।

4. Rajya Sabha Election: ନାମାଙ୍କନ ଭରିଲେ 4 ବିଜେଡି ପ୍ରାର୍ଥୀ

ରାଜ୍ୟସଭା ପାଇଁ ନାମାଙ୍କନ ଭରିଛନ୍ତି 4 ବିଜେଡି ପ୍ରାର୍ଥୀ । ସୁଲତା ଦେଓ, ମାନସ ମଙ୍ଗରାଜ, ନିରଞ୍ଜନ ବିଶି ଓ ସସ୍ମିତ ପାତ୍ର ବିଧାନସଭା ପ୍ରକୋଷ୍ଠରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

5. ବିଶିଷ୍ଟ ଚିତ୍ରଶିଳ୍ପୀ ଲଲାଟ ମୋହନ ପଟ୍ଟନାୟକଙ୍କୁ ଧର୍ମପଦ ପୁରସ୍କାର ପ୍ରଦାନ

ଲଲାଟ ମୋହନ ପଟ୍ଟନାୟକଙ୍କୁ ଓଡ଼ିଶାର ଚିତ୍ରକଳା ଓ ଭାସ୍କର୍ଯ୍ୟ କ୍ଷେତ୍ରରେ ସମ୍ମାନସ୍ପଦ 'ଧର୍ମପଦ' ପୁରସ୍କାର ପ୍ରଦାନ । ଭୁବନେଶ୍ବର ସଂସ୍କୃତି ଭବନରେ ପୁରସ୍କୃତ ।

6. କନିଷ୍ଠ ଯନ୍ତ୍ରୀଙ୍କୁ ଆକ୍ରମଣ ଘଟଣା, ବନ୍ଦ ଡାକରା ବାତିଲ କଲା କଂଗ୍ରେସ

ଆଜି (ମଙ୍ଗଳବାର) କଂଗ୍ରେସ ପକ୍ଷରୁ ଡକାଯାଇଥିବା ବନ୍ଦ ଡାକରାକୁ ବାତିଲ କରାଯାଇଛି । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କନିଷ୍ଠ ଯନ୍ତ୍ରୀ ରଜନୀକାନ୍ତ ଭକ୍ତଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ଡକାଯାଇଥିବା ବନ୍ଦ ଡାକରା ସ୍ଥଗିତ ରହିଛି ।

7. କଥା ମାନିଲାନି ଶିଶୁ, ନିର୍ଦ୍ଧୁମ ଛେଚିଲେ ବାପା ମାଆ

କଥା ନମାନିବାରୁ ନିର୍ଦ୍ଧୁମ ମାଡ ମାରି ଲହୁଲୁହାଣ କଲେ ବାପା ମାଆ । ଏଭଳି ଅଭିଯୋଗ ଆସିଛି ବଲାଙ୍ଗୀର କଣ୍ଟାବାଞ୍ଜି ଧୋବା ପଡ଼ାରୁ ।

8. ପୁରୀରେ ପିସିସି ସଭାପତି ଶରତ ପଟ୍ଟନାୟକ: ମହାପ୍ରଭୁଙ୍କୁ କଲେ ଦର୍ଶନ, ଦଳକୁ ମଜବୁତ କରିବା ନେଇ ନେଲେ ପଣ

ପିସିସିର ନୂଆ ସଭାପତି ଶରତ ପଟ୍ଟନାୟକ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ପୁଣି ସେ ରାଜ୍ୟରେ କଂଗ୍ରେସ ସଂଗଠନକୁ ତୃଣମୁଳ ସ୍ତରରୁ ମଜଭୁତ କରିବେ ବୋଲି କହିଛନ୍ତି ।

9. ମରିଗଲା ମମତା, ଜନ୍ମକଲା ଛୁଆକୁ କୂଅରେ ଫିଙ୍ଗିଲା ମାଆ

ପାଷାଣ ହୋଇଗଲା ମାଆ ହୃଦୟ । ମରିଗଲା ମମତା । ରାଗରେ ନିଜ ଜନ୍ମ କଲା ଛୁଆଙ୍କ ପ୍ରତି ଭୁଲିଗଲା ମମତା ।

10. Ind vs SA T-20: ଜୁନ୍‌ ୧ରୁ ଅନ୍‌ଲାଇନ୍‌ ଟିକେଟ ବିକ୍ରି

ଜୁନ ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଟି-୨୦ ମ୍ୟାଚ୍‌ । ଏହି ମ୍ୟାଚ ପାଇଁ ଜୁନ 1 ତାରିଖ ଦିନ 11ଟାରୁ ଅନଲାଇନ ଟିକେଟ ବିକ୍ରି ଆରମ୍ଭ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.