ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : May 19, 2022, 5:01 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

୧. ପଦ୍ମ ଧରିଲେ ସୁନିଲ ଜାଖର, କଂଗ୍ରେସରୁ ଦେଇଥିଲେ ଇସ୍ତଫା

ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ତଥା ପଞ୍ଜାବ କଂଗ୍ରେସର ପୂର୍ବତନ ମୁଖ୍ୟ ସୁନିଲ ଜାଖର ଧରିଲେ ପଦ୍ମ । ଦଳକୁ ସ୍ବାଗତ କଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । କିଛି ଦିନ ପୂର୍ବରୁ ସୁନିଲ ଛାଡିଥିଲେ କଂଗ୍ରେସ ଶିବିର ।

୨. Road Rage Case: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ ବର୍ଷେ ଜେଲ୍‌ ଦଣ୍ଡାଦେଶ

କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ । ୧୯୮୮ ରୋଡ୍‌ ରୋଜ ମାମଲାରେ ସିଦ୍ଧୁଙ୍କୁ ବର୍ଷେ ଜେଲ୍ ଦଣ୍ଡ ଶୁଣାଇଲେ ସୁପ୍ରିମକୋର୍ଟ । ଟ୍ୱିଟ୍ କରି ସିଦ୍ଧୁ କହିଲେ, ଆଇନ ଆଗରେ ନିଜକୁ ସମର୍ପଣ କରିବେ ।

୩. ଏଥର ଭକ୍ତଙ୍କ ଗହଣରେ ହେବ ସ୍ନାନଯାତ୍ରା, ଶ୍ରୀଜିଉଙ୍କ ଦର୍ଶନ ସାନିଧ୍ୟ ପାଇବେ ଶ୍ରଦ୍ଧାଳୁ

ଚଳିତ ବର୍ଷ ଭକ୍ତଙ୍କ ଗହଣରେ ହେବ ସ୍ନାନଯାତ୍ରା । ହାତୀବେଶ ପୂର୍ବରୁ ସ୍ନାନ ମଣ୍ଡପ ତଳେ ମିଳିବ ମହାପ୍ରଭୁଙ୍କ ଦର୍ଶନ ।

୪. କମିଶନରେଟ୍‌ ପୋଲିସ କବ୍ଜାରେ ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ୍‌

କମିଶନରେଟ୍‌ ପୋଲିସକୁ ବଡ ସଫଳତା । ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗର ୫ଜଣଙ୍କୁ ଗିରଫ କରିବା ସହ 100 ଗ୍ରାମର ସୁନା ଅଳଙ୍କାର ଓ ମୋବାଇଲ ଜବତ ।

୫. ଓଡିଶା ଦେଇ ଗଡିବ ପୂର୍ବତଟ ରେଳବାଇର ବୈଷ୍ଣୋଦେବୀ ତୀର୍ଥଯାତ୍ରୀ ସ୍ବତନ୍ତ୍ର ଟୁରିଷ୍ଟ ଟ୍ରେନ୍‌

ଓଡ଼ିଶା ଦେଇ ମାତା ବୈଷ୍ଣୋଦେବୀ ତୀର୍ଥଯାତ୍ରୀ ପାଇଁ ସ୍ବତନ୍ତ୍ର ପର୍ଯ୍ୟଟକ ଟ୍ରେନ ସ୍ବଦେଶ ଦର୍ଶନ ଯାତ୍ରା କରିବ। ଭାରତୀୟ ରେଳବାଇ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ ଦ୍ୱାରା ସ୍ୱତନ୍ତ୍ର ପର୍ଯ୍ୟଟନ ପ୍ୟାକେଜ ।

୬. ବ୍ରିଟିଶ ଅମଳରେ ହୋଇଥିଲା ମାମଲା, 108 ବର୍ଷ ପରେ ଆସିଲା ରାୟ

ଜମିଜମା ବିବାଦକୁ ନେଇ ବ୍ରିଟିଶ ଅମଳରେ ହୋଇଥିବା ମାମଲାର 108 ବର୍ଷ ପରେ ରାୟ ଶୁଣାଇଲେ ସିଭିଲ କୋର୍ଟ ।

୭. ରାଜଧାନୀରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, DCP କହିଲେ ଏହା ହତ୍ୟା ନୁହେଁ ଆତ୍ମହତ୍ୟା

ଇନଫୋସିସ୍‌ ଥାନା ଶିଖରଚଣ୍ଡୀ ପାହାଡ ତଳୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣା । ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ସୂଚନା ଦେଲେ ଭୁବନେଶ୍ବର ଡିସିପି ।

୮. ରଥଖଳା ହାଲଚାଲ: ତିନିରଥ ପାଇଁ ସରିଲା ୧୫ ଚକ ନିର୍ମାଣ

ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହେବ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ମହାବାହୁଙ୍କ ରଥଯାତ୍ରା ପାଇଁ ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଧି ପରମ୍ପରା ଅନୁଯାୟୀ ଗତ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ ।

୯. IPL 2022: ସୂତା ଖିଅରେ ଆରସିବିର ପ୍ଲେ-ଅଫ୍‌ ଆଶା

ପାଖଉଛି ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର (IPL 2022) ପ୍ଲେ-ଅଫ୍‌ ପର୍ଯ୍ୟାୟ । ସ୍ଥାନ ପକ୍କା କରିବାକୁ ଦଳମାନଙ୍କର ଜୋରଦାର କସରତ ଆରମ୍ଭ ହୋଇଛି । ଆଜି ଖେଳାଯିବାକୁ ଥିବା 67 ତମ ଲିଗ ମ୍ୟାଚରେ ଗୁଜୁରାଟ ଓ ବାଙ୍ଗାଲୋର ପରସ୍ପରକୁ ଭେଟିବେ ।

୧୦. ପୁଣି ପରଦାରେ ଶୁଭିବ ବାବୁ ମୋସାଏ, ସୁପରହିଟ୍ ଆନନ୍ଦ ମୁଭିର ହେବ ରିମେକ୍

1971 ମସିହାରେ ଆସିଥିବା ପ୍ରସିଦ୍ଧ ବଲିଉଡ ଚଳଚ୍ଚିତ୍ର ଆନନ୍ଦ ପୁଣି ଥରେ ଦର୍ଶକଙ୍କୁ ମନୋରଞ୍ଜନ କରିବା ପାଇଁ ବଡ ପରଦାରେ ପ୍ରଦର୍ଶିତ କରାଯିବ । ଏଥିରେ ଭେଟେରାନ୍ ଅଭିନେତା ରାଜେଶ ଖାନ୍ନା (Rajesh Khanna) ଏବଂ ଅମିତାଭ ବଚ୍ଚନ (Amitabh Bachchan) ଦମଦାର ଅଭିନୟ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.