ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Apr 4, 2022, 5:00 PM IST

1-Srimandir Kitchen Vandalism Case: ସିଂହଦ୍ୱାର ଥାନାରେ ଏତଲା, ତଦନ୍ତ କରିବ 5 ଜଣିଆ କମିଟି

ଶ୍ରୀମନ୍ଦିର ରୋଷ ଘର ଚୁଲି ଭାଙ୍ଗିବା ଘଟଣାରେ ମାମଲା ରୁଜୁ କରିଛି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ । ଏହାସହ ଘଟଣାର ତଦନ୍ତ ପାଇଁ ୫ ଜଣିଆ ଟିମ ଗଠନ ହୋଇଛି ବୋଲି କହିଛନ୍ତି ପୁରୀ ଏସପି ।

2-ଗାଙ୍ଗପୁର ଥାନା IIC ମୃତ୍ୟୁ ଘଟଣା, CBI ତଦନ୍ତ ଦାବିରେ ହାଇକୋର୍ଟରେ ମାମଲା

ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ ଘଟଣାକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି ।

3-ତତଲା କଢେଇରେ ଛଟପଟ ଝାରସୁଗୁଡା: ନାହିଁ ଜଳଛତ୍ର ବ୍ୟବସ୍ଥା, ଆଉଟୁପାଉଟୁ ସ୍ଥାନୀୟ ବାସିନ୍ଦା

ଝାରସୁଗୁଡା ଜିଲ୍ଲାରେ ଅନୁଭୂତ ହେଲାଣି ଗ୍ରୀଷ୍ମର ପ୍ରକୋପ । ଗତ କିଛିଦିନ ହେଲାଣି ତାପମାତ୍ରା ପ୍ରାୟ ୪୦ ଡିଗ୍ରୀ ରହୁଥିବାବେଳେ ଦିନକୁ ଦିନ ଏହା ବଢିବଢି ଚାଲିଛି ।

4-ଶ୍ରୀମନ୍ଦିର ରୋଷ ଘର ବିଶୃଙ୍ଖଳାକୁ BJPର ସମାଲୋଚନା, ମନ୍ଦିର ପ୍ରଶାସନକୁ ଦାୟୀ କଲେ ବିଜୟ

ଶ୍ରୀମନ୍ଦିର ରୋଷ ଘର ବିଶୃଙ୍ଖଳାକୁ କଡା ସମାଲୋଚନା କରିଛି ବିଜେପି । ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ବରିଷ୍ଠ ବିଜେପି ନେତା ସମାଲୋଚନା କରିଛନ୍ତି । ମନ୍ଦିର ଓ ଜିଲ୍ଲା ପ୍ରଶାସନ 3 ଦିନ ଆଗରୁ ରୋଷ ଘରେ ବିଭ୍ରାଟ କଥା ଜାଣିଥିଲା ।

5-ପୁରୀରେ ଆନ୍ତଃଜିଲ୍ଲା ବ୍ରାଉନସୁଗାର ବେପାରୀ ଗିରଫ, ୧୧ ଲକ୍ଷ ମୂଲ୍ୟର ଧଳାଜହର ଜବତ

ପୋଲିସ କବ୍‌ଜାରେ ଆନ୍ତଃଜିଲ୍ଲା ବ୍ରାଉନସୁଗାର ବେପାରୀ । ପୁରୀ STF ଓ ବାସେଳୀ ସାହି ଥାନା ପୋଲିସ ଏହି ଦୁଇ ଆନ୍ତଃ ଜିଲ୍ଲା ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିଛି ।

6-Terrorist Attack In JK: ୨୪ ଘଣ୍ଟାରେ ୩ ଆକ୍ରମଣ, ଜଣେ ଶହୀଦ ୫ ଆହତ

ଜମ୍ମୁ କାଶ୍ମୀରର ଭିନ୍ନ ଭିନ୍ନ ସ୍ଥାନରେ ଆତଙ୍କୀ ଆକ୍ରମଣ । ଫଳରେ ଜଣେ CRPF ଯବାନ ଶହୀଦ ହୋଇଥିବା ବେଳେ ଅନ୍ୟ ଜଣେ ଯବାନ ଓ ଦୁଇ ଜଣ ପ୍ରବାସୀ ଶ୍ରମିକ ଆହତ ହୋଇଛନ୍ତି । ଗତକାଲି ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ ପଞ୍ଜାବ ଦୁଇ ପ୍ରବାସୀ ଶ୍ରମିକ । ସୁରକ୍ଷା କଡାକଡି ସହ ଆରମ୍ଭ ହେଲା ସର୍ଚ୍ଚ ଅପରେସନ ।

7-ଗୁଜୁରାଟ ଉପକୂଳରୁ ପାକିସ୍ତାନୀ ବୋଟ ଜବତ

ଗୁଜୁରାଟର ଭୁଜ ଉପକୂଳରୁ ପାକିସ୍ତାନୀ ବୋଟ ଜବତ କରିଛି ସୀମା ସୁରକ୍ଷା ବଳ । କେହି ଗିରଫ ହୋଇନଥିବା ସୂଚନା ।

8-Ugadi festival: ଆନ୍ଧ୍ରରେ ଅଦ୍ଭୁତ ପରମ୍ପରା, ପରସ୍ପରକୁ ଘସି ଫୋପାଡନ୍ତି ଗ୍ରାମବାସୀ

ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାର ଅନ୍ତର୍ଗତ କୈରୁପ୍ପାଲା ଗାଁରେ ଦେଖିବାକୁ ମିଳିଛି ଭିନ୍ନ ଏକ ପରମ୍ପରା । ଉଗାଦି ଦିନ ଦେଖିବାକୁ ମିଳିଥାଏ ଏହି ଭିନ୍ନ ପରମ୍ପରା । ପୁରାଣ ଅନୁସାରେ ଗାଁର ଆରାଧ୍ୟ ଦେବତା ପ୍ରଭୁ ବୀରଭଦ୍ର ସ୍ବାମୀ ଭକ୍ତଙ୍କୁ ଦର୍ଶନ ଦେବା ଲାଗି ବାହାରକୁ ଆସିଥାନ୍ତି । ଏହି ସମୟରେ ଏକ ପରମ୍ପରା ଦେଖିବାକୁ ମିଳିଥାଏ ।

9-ଶପଥ ନେଲେ ୬ ନବ ନିର୍ବାଚିତ ରାଜ୍ୟସଭା ସଦସ୍ୟ

ନବ ନିର୍ବାଚିତ ୬ ରାଜ୍ୟସଭା ସଦସ୍ୟ ଆଜି ଶପଥ ନେଇଛନ୍ତି । ରାଜ୍ୟସଭା ସଭାପତି ଭେଙ୍କେୟା ନାଇଡୁ ସେମାନଙ୍କୁ ଶପଥ ଗ୍ରହଣ କରାଇଛନ୍ତି ।

10-ବଲାଙ୍ଗୀରରେ 19ତମ ରାଜ୍ୟ ସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ

ବଲାଙ୍ଗୀରରେ 19ତମ ରାଜ୍ୟ ସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ବା ମିଷ୍ଟର ଓ ମିସ୍‌ ଓଡ଼ିଶା ପ୍ରତିଯୋଗିତା ଆୟୋଜିତ ହୋଇଛି । ଏହି ପ୍ରତିଯୋଗିତାରେ ଭୁବନେଶ୍ବରର ବିଚିତ୍ର ନାୟକ ମିଷ୍ଟର ଓଡ଼ିଶା ଭାବରେ ବିବେଚିତ ହୋଇଥିବା ବେଳେ ଭୁବନେଶ୍ବରର ଶିବାନୀ ଦାସ ପ୍ରଥମ ମିସ୍‌ ଓଡ଼ିଶା ମୁକୁଟ ପିନ୍ଧିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.