ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Mar 25, 2022, 5:04 PM IST

1-ଏମିତି ବି ଆସେ ମୃତ୍ୟୁ ! ବନ୍ଧୁକ ସଫା ବେଳେ ଫୁଟିଲା ଗୁଳି, ଚାଲିଗଲା IICଙ୍କ ଜୀବନ

ନିଜ ବନ୍ଧୁକରୁ ଗୁଳିଫୁଟି ଗଞ୍ଜାମ ଗାଙ୍ଗପୁର ଥାନା ଅଧିକାରୀଙ୍କ ମୃତ୍ୟୁ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନାରେ । ସମ୍ପୃକ୍ତ ଥାନା ଅଧିକାରୀ ନିଜ ନିଜ ରିଭଲଭର ସଫା କରୁଥିବା ସମୟରେ ଗୁଳି ଫୁଟି ମୃତ୍ୟୁ ଘଟିଥିବା ଜଣାପଡିଛି ।

2-REPOLLING: ଭୋଟ ଦେଉଛି ଉମରକୋଟ

ମରକୋଟ ପୌର ପରିଷଦର ୮ ନମ୍ବର ୱାର୍ଡର ୧୪ ନମ୍ବର ବୁଥରେ ଅଧ୍ୟକ୍ଷା ପଦବୀ ପାଇଁ ଚାଲିଛି ସାନି ମତଦାନ । ଗୁରୁବାର(ଗତକାଲି) ଉଦ୍ଧିଷ୍ଟ ଇଭିଏମରେ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଇଭିଏମ୍ ମେସିନରେ ଉମରକୋଟ ପୌର ପରିଷଦର ପ୍ରାର୍ଥୀଙ୍କ ସ୍ଥାନରେ ନବରଙ୍ଗପୁର ପୌର ପରିଷଦର ପ୍ରାର୍ଥୀଙ୍କ ନାମ ରହିଥିଲା ।

3-Budget Session: ଗୃହରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ

ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନ । ଅଧିବେଶନ ଆରମ୍ଭରୁ ଗୃହରେ ଦିବଙ୍ଗତ ନେତା ଓ କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବ ଆଗତ କରିଥିଲେ।

4-Yogi 2.0: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ ଇକାନା ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଆୟୋଜିତ ଏକ ଭବ୍ୟ ସମାରୋହରେ ପାଖାପାଖି 50 ହଜାରରୁ ଅଧିକ ଅତିଥିଙ୍କ ଉପସ୍ଥିତିରେ ଯୋଗୀ ଆଦିତ୍ୟନାଥ ୟୁପିର ମୁଖ୍ୟମନ୍ତ୍ରୀ ଭାବେ ଦ୍ବିତୀୟ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି । ଯୋଗୀଙ୍କ ସମେତ 2 ଜଣ ଉପ-ମୁଖ୍ୟମନ୍ତ୍ରୀ ଓ ଅନ୍ୟ 50 ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଉଛନ୍ତି ।

5-Ukraine War: ମାରିଆପୋଲ ଥିଏଟର ଉପରେ ଋଷର ମିସାଇଲ ମାଡ, 300 ମୃତ

ମାରିଆପୋଲର ଏକ ଡ୍ରାମା ଥିଏଟରରେ ଶତାଧିକ ସାଧରଣ ନାଗରକି ଆଶ୍ରୟ ନେଇଥିବା ବେଳେ ଋଷ ଏହା ଉପରେ ମିସାଇଲ ଆକ୍ରମଣ କରିଥିଲା । ଫଳରେ ଏହି ଆକ୍ରମଣରେ ପ୍ରାୟ ୩ ଶହରୁ ଅଧିକ ସାଧରଣ ନାଗରିକଙ୍କ ମୃତ୍ୟୁ ହୋଇଛି ।

6-Bhagwant Mann: ପୁଣି ଏକ ବଡ ନିଷ୍ପତ୍ତି, ଗୋଟିଏ ପାଳିର ପେନସନ୍ ପାଇବେ ବିଧାୟକ

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ବଡ ଘୋଷଣା । ପଞ୍ଜାବର ବିଧାୟକ ପେନସନ ଯୋଜନାରେ ପରିବର୍ତ୍ତନ କଲେ ମୁଖ୍ୟମନ୍ତ୍ରୀ । ଏଣିକି ଗୋଟିଏ ପାଳି ପାଇଁ ବିଧାୟକଙ୍କୁ ମିଳିବ ପେନସେନ ।

7-ପରିଣତ ବୟସରେ ବି ପାଠ ପଢ଼ିବାର ପଣ, ହାସଲ କଲେଣି 14 MA ଡିଗ୍ରୀ

ଶିକ୍ଷା ଲାଭ କରିବାର କ୍ଷୁଧା ଥିଲେ ଯେକୌଣସି ବ୍ୟକ୍ତି ଯେକୌଣସି ସ୍ଥାନ କିମ୍ବା ଯେକୌଣସି ପଦବୀରେ ରହି ତାହା ହାସଲ କରି ପାରିବ । ସେହିଭଳି ଜଣେ ବ୍ୟକ୍ତି ହେଉଛନ୍ତି ଛତିଶଗଡ଼ କୋରବା ଜିଲ୍ଲା ଆଇନଜୀବୀ ଏସ୍‌.ଭି. ପୁରୋହିତ । ଏବେ ସୁଦ୍ଧା ୧୪ଟି ବିଷୟରେ କରିଛନ୍ତି ପୋଷ୍ଟ ଗ୍ରାଜୁଏସନ ।

8-AP 3 Capitals Issue: ନ୍ୟାୟପାଳିକା ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ଜଗନ

ନ୍ୟାୟପାଳିକା ସୀମା ଅତିକ୍ରମ କରିଛି । ଆନ୍ଧ୍ରପ୍ରଦେଶ ରାଜ୍ୟର ୩ ରାଜଧାନୀ ପ୍ରତିଷ୍ଠା ସମସ୍ୟା ନିମନ୍ତେ ମାର୍ଚ୍ଚ ୩ରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଦେଇଥିବା ରାୟ ଉପରେ ଏମିତି କିଛି କହିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀ ।

9-ସମ୍ପତ୍ତି ଆଗରେ ରକ୍ତ ସମ୍ପର୍କ ତୁଚ୍ଛ ! ପୁଅ ଗୁଳିରେ ଚାଲିଗଲା ବାପା ଜୀବନ

ପୁଅ ନିଜ ପିତାଙ୍କୁ ଗୁଳିକରି ହତ୍ୟା କରିଛି । ଏମିତି ଘଟଣା ଘଟିଛି ମଦାହ ଥାନା ଅଞ୍ଚଳର ବିଶନପୁର ପଞ୍ଚାୟତର କବୈୟା ଗାଁରେ । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା ।

10-Swiss Open: ସୁଇସ ଓପନ ବ୍ୟାଡ୍‌ମିଣ୍ଟନରୁ ସାଇନା ବାହାର

ସ୍ବିଜରଲାଣ୍ଡରେ ଖେଳାଯାଉଥିବା ସୁଇସ ଓପନ(Swiss Open) ବ୍ୟାଡ୍‌ମିଣ୍ଟନରୁ ବାଦ୍‌ ପଡିଲେ ଭାରତୀୟ ସର୍ଟଲର ସାଇନା ନେହୱାଲ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.