ETV Bharat / bharat

TOP NEWS @5 PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@5 PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @5 PM
TOP NEWS @5 PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Dec 25, 2020, 5:03 PM IST

1-ଆସନ୍ତାକାଲିଠୁ ମହାପ୍ରଭୁଙ୍କ ଦର୍ଶନ କରିବେ ପୁରୀବାସୀ

ଆସନ୍ତାକାଲିଠୁ ଡିସେମ୍ବର 31 ଯାଏଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ ପୁରୀର ସ୍ଥାନୀୟ ବାସିନ୍ଦା । ଦର୍ଶନ ବ୍ୟବସ୍ଥାକୁ ସୁରକ୍ଷିତ ଓ ଶୃଙ୍ଖଳିତ କରିବାକୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି

2-ଥରିଲା ବାଲେଶ୍ଵର, ଭୂମିକମ୍ପ ସନ୍ଦେହ

ବାଲେଶ୍ବର ସହରର କିଛି ଅଂଶ ତଥା ରେମୁଣା ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ।

3-ବିଜେଡି ପାଳିବ ୨୪ତମ ପ୍ରତିଷ୍ଠା ଦିବସ, ସାମିଲ ହେବେ ମୁଖ୍ୟମନ୍ତ୍ରୀ

ବିଜେଡି ପାଳିବ 24ତମ ପ୍ରତିଷ୍ଠା ଦିବସ । ରାଜଧାନୀରେ ବିଜେଡି ମୁଖ୍ୟ କାର୍ଯ୍ୟାଳୟ ସହ ରାଜ୍ୟରେ ସମସ୍ତ ନିର୍ବାଚନ ମଣ୍ଡଳୀ ଓ ପୌରାଞ୍ଚଳ ସ୍ତରରେ ଦଳର ପ୍ରତିଷ୍ଠା ଦିବସ ପାଳନ ହେବ ।

4-ପୁରୀ ସହର ଦୋକାନୀଙ୍କ ପାଇଁ 2ଟି ଡଷ୍ଟବିନ ବାଧ୍ୟତାମୂଳକ

ପୁରୀ ସହରରେ ଥିବା ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ନିଜ ଦୋକାନ ସାମ୍ନାରେ ଡଷ୍ଟବିନ ରଖିବାକୁ ବାଧ୍ୟତାମୂଳକ ନିୟମ କରିଛି ପୁରୀ ପୌରପାଳିକା ।

5-ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ସ୍ଥଳ ସେନାର ଲେଫ୍ଟନାଣ୍ଟ ଜେନରାଲ

ଭାରତୀୟ ସ୍ଥଳ ସେନା ବିଭାଗର ଲେଫ୍ଟନାଣ୍ଟ ଜେନରାଲ ସତିନ୍ଦର କୁମାର ସଇନି ପରିବାର ସହ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରୁ ପତିତପାବନଙ୍କ ଦର୍ଶନ କରି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି

6-କୋରୋନା ପାଇଁ ଫିକା ପଡିଲା ବଡଦିନ: ଚର୍ଚ୍ଚରେ ନାହିଁ ଆନନ୍ଦ ଉଲ୍ଲାସ

କୋରୋନା ପାଇଁ ଫିକା ପଡିଲା ବଡ଼ଦିନ । ଚର୍ଚ୍ଚରେ ନାହିଁ ଆନନ୍ଦ ଉଲ୍ଲାସ । ଚର୍ଚ୍ଚରେ ସାଜସାଜ୍ଜାରେ ମଧ୍ୟ ଉଣା ହୋଇଥିବା ଦେଖିବାକୁ ମିଳିଛି ।

7-ଶଗଡ ଗାଡିରେ ଚାରା ବାଣ୍ଟିଲେ ସାନ୍ତାକ୍ଲଜ୍

କୋରୋନା କଟକଣା ପାଇଁ ଚଳିତ ବର୍ଷ ଫିକା ପଡିଛି ବଡ଼ଦିନ । ତେବେ ଏହି ବିଶେଷ ଦିନକୁ ଭୁବନେଶ୍ବରର ବକୁଳ ଫାଉଣ୍ଡେସନ ପକ୍ଷରୁ ଚାରା ବଣ୍ଟନ କରାଯାଇ ଏକ ଭିନ୍ନ ଢଙ୍ଗରେ ପାଳୁଛନ୍ତି ବଡ଼ଦିନ ।

8-ଡି ବ୍ରଦର୍ସଙ୍କ ଘରେ ପୋଲିସ, ରିମାଣ୍ଡରେ ଆଣି କରୁଛି ଜେରା

ବନ୍ଧୁକ କାରବାର ଘଟଣାରେ ଡି ବ୍ରଦର୍ସଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରୁଛି କମିଶନରେଟ ପୋଲିସ । ଡି ବ୍ରଦର୍ସଙ୍କ ବାସଭବନକୁ ଉଭୟଙ୍କୁ ଆଣି ଆଜି କରୁଛି ଅଧିକ ତଦନ୍ତ । ଡି ବ୍ରଦର୍ସଙ୍କ ଘର ଚାରିପଡେ ବ୍ୟାପକ ପୋଲିସ ମୁତୟନ ।

9-ନୀତିଶଙ୍କୁ ବିଜେପିର ଝଟକା, ପଦ୍ମ ଧରିଲେ ଅରୁଣାଚଳର 6 JDU ବିଧାୟକ

ଅରୁଣାଚଳ ପ୍ରଦେଶର 6 ଜଣ ଜେଡିୟୁ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି ।

10-ମୋଦିଙ୍କ ନୂଆବର୍ଷ ଭେଟି, ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଠାଇଲେ 18 ହଜାର କୋଟି

କୃଷକ ସମ୍ମାନ ନିଧିର ଆଉ ଗୋଟିଏ କିସ୍ତିକୁ ଭିଡିଓ କନଫରେନ୍ସିଂ ଜରିଆରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର 9 କୋଟିରୁ ଉର୍ଦ୍ଧ୍ବ ଚାଷୀଙ୍କ ଖାତାକୁ 18 ହଜାର କୋଟି ଟଙ୍କା ଡିବିଟି ଜରିଆରେ ଟ୍ରାନ୍ସଫର ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.