ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Nov 3, 2021, 1:15 PM IST

Updated : Nov 3, 2021, 1:26 PM IST

ନଜର ପକାନ୍ତୁ NEWS@11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧. ଦୀପାବଳିରେ ସଂକ୍ରମଣ ନେଇ ସଚେତନ କଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, କହିଲେ ଯାଇନି କୋରୋନା

ବାଣ ଫୁଟାଇବାର ମୂଳ ଲକ୍ଷ୍ୟ ହେଉଛି ପ୍ରଦୂଷଣ କମ ହେଉ । କୋରୋନା ସମୟରେ ଏଥିପ୍ରତି ସଚେତନ ରହିବା ଆବଶ୍ୟକ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

୨. ହସ୍ପିଟାଲରେ ଭର୍ତ୍ତି ହେଲେ ନିରଞ୍ଜନ ପଟ୍ଟନାୟକ

ଡାକ୍ତରଖାନାରେ ଭର୍ତ୍ତି ହେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଆଜି(ବୁଧବାର) ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ପିସିସି ଉପସଭାପତି ଗଣେଶ୍ୱର ବେହେରା ସୂଚନା ଦେଇଛନ୍ତି ।

୩. ମହଙ୍ଗା ମାଡକୁ ପରିବାର ଆର୍ଥିକ ବୋଝ, ସହିପାରିଲେନି ଉଜାଡି ଦେଲେ ସଂସାର

ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ପାଇଁ ଗଲା ୨ ଜୀବନ । ସ୍ତ୍ରୀ ଓ ପୁଅକୁ ହତ୍ୟା । ଅଭିଯୁକ୍ତ କଲା ଆତ୍ମସମର୍ପଣ ।

୪. ବିରୋଧୀଙ୍କ ବହିଷ୍କାର ଦାବି ପରେ ପ୍ରମାଣ ମାଗିଲେ ଦିବ୍ୟଶଙ୍କର

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଜାରି ରହିଛି ବିକ୍ଷୋଭ ପ୍ରଦର୍ଶନ । ବିରୋଧୀ କେଉଁଠି ପୋଡାଜଳା କରୁଛନ୍ତି ତ ଆଉ କେଉଁଠି ରାସ୍ତା ଅବରୋଧ କରି ନିଜ ଦାବି ଉପସ୍ଥାପନ କରୁଛନ୍ତି ।

୫. ରାଜ୍ୟରେ ଆଖି ବୁଜିଲେ 3 କୋରୋନା ଆକ୍ରାନ୍ତ

ରାଜ୍ୟରେ ତଳମୁହାଁ ଦୈନିକ କୋରୋନାଜନିତ ମୃତ୍ୟୁସଂଖ୍ୟା । ଆଜି(ବୁଧବାର) ରାଜ୍ୟରେ ତିନିଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନାଜନିତ ମୃତ୍ୟୁସଂଖ୍ୟା ୮ ହଜାର ୩୪୩ରେ ପହଞ୍ଚିଛି ।

୬. ଆଜି ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ, ସ୍ମାର୍ଟ ସ୍ବାସ୍ଥ୍ୟକାର୍ଡ ବାଣ୍ଟିବାକୁ ଆସି ମନ୍ତ୍ରୀ ହଟହଟା

ବିଜେପି କର୍ମୀ ଓ କଂଗ୍ରେସ କର୍ମୀଙ୍କୁ ବିଜେଡିର ମାଡ ପ୍ରତିବାଦରେ ଆଜି ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ ଡାକରା । ଅଞ୍ଚଳରେ ସ୍ମାର୍ଟ ସ୍ବାସ୍ଥ୍ୟକାର୍ଡ ବାଣ୍ଟିବାକୁ ଆସି ହଟହଟା ହେଲେ ମନ୍ତ୍ରୀ ଟୁକୁନି ସାହୁ ।

୭. ଗାଈ ଚରାଳି ସମେତ ୫ ମଇଁଷି ଉପରେ ମାଡିଗଲା ବସ୍, ସମସ୍ତେ ମୃତ

କୋରାପୁଟ ସୁନାବେଡା ଥାନା ଅଞ୍ଚଳ ଜାତୀୟ ରାଜପଥରେ ସଡକ ଦୁର୍ଘଟଣା । ଗାଈ ଚରାଳି ସମେତ ୫ ମଇଁଷି ମୃତ

୮. ସଡକ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ୧୪୭ କୋଟିର ପାଣ୍ଠି ଘୋଷଣା

ସଡକ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ୧୪୭ କୋଟି ଟଙ୍କାର ପାଣ୍ଠି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ମଧ୍ୟରେ ସମସ୍ତ ଚିକିତ୍ସା ଖର୍ଚ୍ଚ ଏହି ପାଣ୍ଠିରୁ ବହନ କରାଯିବ ।

୯. ଡିସେମ୍ବର ୨୪ରୁ ଭୁବନେଶ୍ୱରରେ ୪ର୍ଥ ଜାତୀୟ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତା

ଆସନ୍ତା ଡିସେମ୍ବର ୨୪ରୁ ୨୬ ଯାଏଁ ଭୁବନେଶ୍ବରରେ ୪ର୍ଥ ଜାତୀୟ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆୟୋଜିତ ହେବ ।

୧୦. ପଦ୍ମଶ୍ରୀ ପାଇବେ କଙ୍ଗନା, କରଣ ଓ ଏକତା

ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ସମେତ ଫିଲ୍ମ ନିର୍ମାତା କରଣ ଜୋହର ଓ ଏକତା କପୁର ପାଇବେ ପଦ୍ମଶ୍ରୀ ପୁରସ୍କାର ।

Last Updated : Nov 3, 2021, 1:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.