ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ୍ ନ୍ୟୁଜ

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 29, 2021, 1:06 PM IST

1. ବିଶୃଙ୍ଖଳିତ ସଦସ୍ୟଙ୍କୁ ତାଗିତ; ଲୋକସଭା ବାରମ୍ବାର ମୁଲତବୀ

ଆଜି ଲୋକସଭା ଆରମ୍ଭ ହେବା ମାତ୍ରେ ବିରୋଧୀ ଲୋକସଭାରେ କ୍ଷୋଭ ପ୍ରକାଶ କରିଥିଲେ ବାଚସ୍ପତି ଓମ ବିର୍ଲା । ଗତକାଲି(ବୁଧବାର)ର ଗୃହରେ ବିରୋଧୀ ସଦସ୍ୟଙ୍କ ଅଶୋଭନୀୟ ଆଚରଣ ପାଇଁ ସାଂସଦ ମାନଙ୍କୁ ପାଠ ପଢାଇଥିଲେ ବାଚସ୍ପତି ।

2. STATE CORONA DEATH; ଆଉ ୬୫ ଆକ୍ରାନ୍ତ ମୃତ

ରାଜ୍ୟରେ କମୁନାହିଁ କୋରୋନା ଜନିତ ମୃତ୍ୟୁସଂଖ୍ୟା । ଦିନକୁ ଦି ଗଡି ଚାଲିଛି ମୁଣ୍ଡ । ଆଜି ରାଜ୍ୟରେ ଆଉ 65 ଜଣଙ୍କ ଜୀବନ ନେଇଛି ମହାମାରୀ ।

3. ଏଣିକି ମାମଲା ଶୁଣାଣିର ଦେଖିପାରିବେ ସିଧା ପ୍ରସାରଣ, ଲାଗୁ ହେଲା ରୁଲ୍

ଏଣିକି ଲୋକେ ହାଇକୋର୍ଟରେ ମାମଲା ଶୁଣାଣିର ସିଧା ପ୍ରସାରଣ ଦେଖି ପାରିବେ । ଏନେଇ ‘ହାଇକୋର୍ଟ ଅଫ୍ ଓଡ଼ିଶା ଲାଇଭ୍ ଷ୍ଟ୍ରିମିଂ ଅଫ୍ କୋର୍ଟ ପ୍ରୋସିଡିଂସ୍ ରୁଲ୍ସ, ୨୦୨୧’ ପ୍ରଣୟନ କରାଯାଇଛି ।

4. ବ୍ୟବସ୍ଥାକୁ କଟାକ୍ଷ ! ମୃତ୍ୟୁର 11 ବର୍ଷ ପରେ ସମ୍ପର୍କୀୟ ପାଇବେ ପେନସନ୍

ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁର 11 ବର୍ଷ ପରେ ସମ୍ପର୍କୀୟ ପାଇବେ 20 ବର୍ଷର ପେନସେନ୍ । ହାଇକୋର୍ଟ ଶୁଣାଇଲେ ନିଷ୍ପତ୍ତି ।

5. Tokyo Olympics, Day 7: କୋରିଆ ଅଲମ୍ପିକ ପଦକ ବିଜେତାଙ୍କୁ ହରାଇଲେ ଅତନୁ

୨୦୧୨ ଲଣ୍ଡନ ଅଲମ୍ପିକ ପଦକ ବିଜେତା କୋରିଆର ଜିନହେକଙ୍କୁ ହରାଇଲେ ଭାରତୀୟ ତୀରନ୍ଦାଜ ତାରକା ଅତନୁ ଦାସ ।

6. ପୁଣି ବଢିଲା ଦୈନିକ ସଂକ୍ରମଣ: ଦିନକରେ ୪୩,୫୦୯ ଆକ୍ରାନ୍ତ, ୬୪୦ ମୃତ

୨୪ ଘଣ୍ଟା ମଧ୍ୟରେ ଦେଶରେ ୪୩ ହଜାର ୫୦୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

7. ଜାତୀୟ ଶିକ୍ଷା ନୀତିକୁ ବର୍ଷେ, ଶିକ୍ଷାବିତ୍‌ଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ଜାତୀୟ ଶିକ୍ଷା ନୀତିକୁ ପୁରିଛି ବର୍ଷେ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ନୀତି ନିର୍ମାତାମାନଙ୍କୁ ସମ୍ବୋଧିତ କରିବେ । ଭର୍ଚ୍ଚୁଆଲି ଏହି କାର୍ଯ୍ୟକ୍ରମ କରାଯିବ ।

8. ରାତିପାହିଲେ ମାଟ୍ରିକ ପରୀକ୍ଷା, କଟକଣା କଡାକଡି

ଆସନ୍ତାକାଲି (ଶୁକ୍ରବାର) ଅଫଲାଇନ ମାଟ୍ରିକ ପରୀକ୍ଷା । 504ଟି କେନ୍ଦ୍ରରେ ହେବ ପରୀକ୍ଷା । କୋଭିଡ କଟକଣା ମଧ୍ୟରେ ପରୀକ୍ଷା ହେବା ନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ।

9. ପୁଣି କୁନ୍ଦ୍ରା ଦମ୍ପତିଙ୍କ ନାଁରେ ନୂଆ ମାମଲା, 3 ଲକ୍ଷ ଫାଇନ

ପୁଣି କୁନ୍ଦ୍ରା ଦମ୍ପତିଙ୍କ ନାମରେ ଯୋଡିହେଲା ଆଉ ଏକ ମାମଲା । ଉଭୟଙ୍କ ନାମରେ ଜଡିତ ଥିବା ଭିଆନ କମ୍ପାନୀ ଇନସାଇଡର୍ ଟ୍ରେଡିଂ ନିୟମ ଉଲ୍ଲଙ୍ଘନ କରୁଥିବା ଅଭିଯୋଗ, ପଡିଲା 3 ଲକ୍ଷ ଜରିମାନା ।

10. International Tiger Day: ବାଘ ସୁରକ୍ଷା ଆମ ଦାୟିତ୍ବ

ଆଜି ବିଶ୍ବ ବ୍ୟାଘ୍ର ଦିବସ । ବ୍ୟାଘ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି 2010ରୁ ସାରା ବିଶ୍ବରେ ଜୁଲାଇ 29କୁ ବିଶ୍ବ ବ୍ୟାଘ୍ର ଦିବସ ଭାବେ ପାଳନ କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.