ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Nov 6, 2021, 11:03 AM IST

1. ମମିତାଙ୍କୁ ନ୍ୟାୟ ଦାବି, ଆଜି ୧୨ ଘଣ୍ଟିଆ ଗଜପତି ବନ୍ଦ

ଆଜି ୧୨ ଘଣ୍ଟିଆ ଗଜପତି ବନ୍ଦ । ମମିତା ମେହେରଙ୍କ ହତ୍ୟାକାଣ୍ଡ ମାମଲାକୁ କେନ୍ଦ୍ର କରି ବନ୍ଦ ଡାକରା ଦେଇଛି ବିଜେପି । ରାଜ୍ୟରେ ଦିନକୁ ଦିନ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେବାରେ ଲାଗିଥିବା ଅଭିଯୋଗ କରି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଗର୍ଜିଛି ଦଳ ।

2. ବ୍ରିଜ ନିକଟରୁ ମିଳିଲା ନିଖୋଜ ଶିଶୁ ରଶ୍ମିତାର ମୃତଦେହ

ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ମୁଣ୍ତହଣାପାଟଣା ଗାଁର ନିଖୋଜ ଶିଶୁ ରଶ୍ମିତାଙ୍କ ମୃତଦେହ ଉଦ୍ଧାର ।

3. ଦକ୍ଷିଣ ଓଡିଶାରେ ବଢିବ ବିଜେଡି ଶକ୍ତି ! ଆଜି ଶଙ୍ଖ ଫୁଙ୍କିବେ ପ୍ରଦୀପ

ଶନିବାର ଦକ୍ଷିଣ ଓଡିଶା ରାଜନୀତିରେ ହେବ ବଡ ପରିବର୍ତ୍ତନ । ଶାସକ ବିଜେଡିକୁ ମିଳିବ ବଳ । ବିଜେଡିରେ ସାମିଲ ହେବେ ବିଶିଷ୍ଟ ଆଦିବାସୀ ନେତା ତଥା ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ ମାଝୀ ।

4. ଜାଣନ୍ତୁ କିଏ ଏହି ଓଡିଶା IPS କ୍ୟାଡର ? ଯିଏ କରିବେ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାର ତଦନ୍ତ

କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାର ତଦନ୍ତ କରିବେ ଓଡିଶା ଆଇପିଏସ କ୍ୟାଡର ସଞ୍ଜୟ ସିଂହ । ୱାଙ୍ଖେଡଙ୍କ ନାମରେ ଦୁର୍ନୀତି ଅଭିଯୋଗ ଦର୍ଶାଇ ତାଙ୍କୁ ତଦନ୍ତରୁ ହଟାଯାଇ ସଞ୍ଜୟଙ୍କୁ ତଦନ୍ତରେ ନିଯୁକ୍ତି କରାଯାଇଛି ।

5. ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି; ଆଜି ବସିବ ସର୍ବଦଳୀୟ ବୈଠକ

ପଞ୍ଚାୟତ ନିର୍ବାଚନ ନେଇ ପ୍ରସ୍ତୁତି ଜୋରଦାର କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ଆଜି(ଶନିବାର) ପୂର୍ବାହ୍ନ 11ଟାରେ ବସିବ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସର୍ବଦଳୀୟ ବୈଠକ ।

6. ସରକାରୀ ବିଭାଗ ପାଇଁ ଇ-ଫାଇଲିଂ ବାଧ୍ୟତାମୂଳକ

ରାଜ୍ୟ ସରକାରଙ୍କ ପ୍ରତ୍ୟେକ ବିଭାଗ ପାଇଁ ଇ-ଫାଇଲିଂ ବାଧ୍ୟତାମୂଳକ । ଇ-ଫାଇଲିଂ ପୋର୍ଟାଲ ମାଧ୍ୟମରେ ବିଭାଗଗୁଡିକ ଇ-ଫାଇଲିଂ ବ୍ୟବସ୍ଥା ଦ୍ବାରା ମାମଲା ଦାୟର କରିବେ । ହାଇକୋର୍ଟଙ୍କ ରାୟ ଓ ନିର୍ଦ୍ଦେଶ ସମ୍ପର୍କିତ ସୂଚନା ଇ-ମେଲ ମାଧ୍ୟମରେ ସେମାନଙ୍କୁ ପଠାଯିବ ।

7. ସ୍ମାର୍ଟସିଟିରେ ଅସୁରକ୍ଷିତ ମହିଳା ! ବଢୁଥିବା ଆକ୍ରମଣ ନେଇ ଉଠିଲା ପ୍ରଶ୍ନ

ରାଜଧାନୀରେ ଦିନକୁ ଦିନବୃଦ୍ଧି ପାଇବାରେ ଲାଗିଛି ମହିଳାଙ୍କ ପ୍ରତି ଆକ୍ରମଣ । ନାମକୁ ମାତ୍ର ସ୍ମାର୍ଟସିଟି ହେଲେ ମହିଳା ଅସୁରକ୍ଷିତ । ମହିଳା ସୁରକ୍ଷା ନେଇ ଏବେ ରାଜଧାନୀରେ ଚିନ୍ତା ବଢିଛି । ପୋଲିସ ପାଟ୍ରୋଲିଂ ଉପରେ ଉଠିଲା ପ୍ରଶ୍ନ ।

8. 'ବିହାର ମଦ ମୃତ୍ୟୁ ମାମଲାରେ ନୀତିଶ ସରକାରଙ୍କ ସିଣ୍ଡିକେଟ କାମ କରୁଛି’

ବିହାରରେ ବିଶାକ୍ତ ମଦ ପିଇ ଗତ ୭୨ ଘଣ୍ଟା ମଧ୍ୟରେ ୩୩ ଜଣଙ୍କ ମୃତ୍ୟୁ, ରାଜ୍ୟ ସରକାରଙ୍କୁ ଦାୟୀ କଲେ ଆରଜେଡି ନେତା ।

9. ମଧ୍ୟରାତ୍ରିରୁ ଲାଗୁ ହେଲା ପେଟ୍ରୋଲ-ଡିଜେଲର ନୂଆ ଦର

ମଧ୍ୟରାତ୍ରିରୁ ରାଜ୍ୟରେ ଲାଗୁ ହୋଇଛି ନୂଆ ତୈଳ ଦର । ରାଜ୍ୟ ସରକାର ପେଟ୍ରୋଲ ଏବଂ ଡିଜେଲରୁ ୩ ଟଙ୍କା ଭ୍ୟାଟ୍ କମାଇଛନ୍ତି ।

10. ଭାଇ-ଭଉଣୀଙ୍କ ସ୍ନେହର ପର୍ବ 'ଭାଇ ଦୂଜ୍', ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଭାଇ-ଭଉଣୀଙ୍କ ସ୍ନେହର ପର୍ବ 'ଭାଇ ଦୂଜ୍' । ଭାଇକୁ ଯମଦୋଷରୁ ମୁକ୍ତି ପାଇଁ ଆଜିର ଦିନରେ ଯମରାଜଙ୍କୁ ପୂଜା କରିଥାଏ ଭଉଣୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.