ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : May 21, 2021, 11:01 AM IST

1.ଆଜି ଅପରାହ୍ନରେ ରାଜ୍ୟ କ୍ୟାବିନେଟ୍ ବୈଠକ

ଆଜି ଅପରାହ୍ନରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ ।

2.ଗତ 24 ଘଣ୍ଟାରେ 2.59 ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ, 4209 ମୃତ

ଦେଶରେ କ୍ରମଶଃ ହ୍ରାସ ପାଉଛି ସଂକ୍ରମଣ । ଗତ 24 ଘଣ୍ଟାରେ ଦେଶରେ 2 ଲକ୍ଷ 59 ହଜାର 591 ନୂଆ ସଂକ୍ରମଣ ମାମଲା ଚିହ୍ନଟ । ହେଲେ ଥମୁନି ମୃତ୍ୟୁହାର ।

3.ଭୀମସାରରେ ପ୍ରଥମ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ

କୋଭିଡ ମହାମାରୀ ସମୟରେ ଚିନ୍ତା ବଢ଼ାଉଛି ବ୍ଲାକ ଫଙ୍ଗସ । ବର୍ତ୍ତମାନ ସମ୍ବଲପୁର ବୁର୍ଲା ଭୀମସାର ମେଡ଼ିକାଲରେ ଜଣେ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।

4.ମହାରାଷ୍ଟ୍ର ସୀମାନ୍ତରେ ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ, 14 ନକ୍ସଲ ନିପାତ

ମହାରାଷ୍ଟ୍ର ଗାଡଚିରୋଲି ଜିଲ୍ଲା ଇଟାପାଲି ଜଙ୍ଗଲ ଅଞ୍ଚଳରେ ପୋଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ । 14 ନକ୍ସଲ ନିପାତ, ମୃତ୍ୟୁ ସଂଖ୍ୟା ବଢିବା ନେଇ ସୂଚନା ।

5.ବାର୍ଜ P305ରୁ ଏବେ ବି ନିଖୋଜ 37 ଜଣ, ମୃତ୍ୟୁ ସଂଖ୍ୟା 49କୁ ବୃଦ୍ଧି

ଆରବ ସାଗରରେ ବାର୍ଜ P305 ବୁଡିବାକୁ 4 ଦିନ ବିତିଗଲାଣି । ବର୍ତ୍ତମାନ ସୁଦ୍ଧା 49 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ 37 ଜଣ ଏବେବି ନିଖୋଜ ଅଛନ୍ତି ।

6.ବାର୍ଜ P305 କ୍ୟାପ୍ଟେନଙ୍କ ବିରୋଧରେ ମାମଲା ରୁଜୁ

କ୍ୟାପ୍ଟେନଙ୍କ ଅସାବଧାନତା କାରଣରୁ ବୁଡିଯାଇଛି ବାର୍ଜ P305 । ଏମିତି ଅଭିଯୋଗ ଆଣିଛନ୍ତି ବାର୍ଜରେ ଥିବା କର୍ମଚାରୀ ରେହମାନ ହୁସେନ ଶେଖ୍ ।

7.ଆଜି ବାରଣାସୀରେ ଡାକ୍ତରଙ୍କ ସହ ଆଲୋଚନା କରିବେ ମୋଦି

ଆଜି ପ୍ରଧାନମନ୍ତ୍ରୀ ମୋଦି ଉତ୍ତରପ୍ରଦେଶ ବାରଣାସୀରେ ଡାକ୍ତର ଓ କୋରୋନା ଯୋଦ୍ଧାଙ୍କ ସହିତ ଆଲୋଚନା କରିବେ ।

8.ନାଗାଲାଣ୍ଡ ଗସ୍ତରେ ଯାଇ ସୁରକ୍ଷା ସ୍ଥିତି ସମୀକ୍ଷା କଲେ ସେନାମୁଖ୍ୟ

ଅରୁଣାଚଳ ପ୍ରଦେଶର ଉତ୍ତର ସୀମାରେ କାର୍ଯ୍ୟକ୍ଷମ ପ୍ରସ୍ତୁତି ଏବଂ ଉତ୍ତର ପୂର୍ବର ହିନଟେରଲ୍ୟାଣ୍ଡରେ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି ସେନା ମୁଖ୍ୟ ଏମଏମ ନରୱାଣେ ।

9.ଆଜି ଆନ୍ତର୍ଜାତୀୟ ଚା' ଦିବସ; ସ୍ବାସ୍ଥ୍ୟ ଉପରେ ରହିଛି ବିଶେଷ ପ୍ରଭାବ

ଲୋକଙ୍କ ଦିନକୁ ଫ୍ରେସ କରିବାରେ ଚା'ର ଭୂମିକା ଗୁରୁତ୍ବପୂର୍ଣ୍ଣ । ସେଥିପାଇଁ ପ୍ରତିବର୍ଷ ମେ 21 ତାରିଖକୁ ଆନ୍ତର୍ଜାତୀୟ ଚା' ଦିବସ ଭାବରେ ପାଳନ କରାଯାଏ ।

10.ଚିରଞ୍ଜିବୀଙ୍କ ମହାନତା, ଆନ୍ଧ୍ର-ତେଲେଙ୍ଗାନାରେ ଖୋଲିବେ ଅକ୍ସିଜେନ ବ୍ୟାଙ୍କ

ମେଗାଷ୍ଟାର ଚିରଞ୍ଜିବୀଙ୍କ ମହାନତା । ଏଥର ଲୋକଙ୍କୁ ଯୋଗାଇବେ ଅମ୍ଳଜାନ । ଖୋଲିବାକୁ ଯାଉଛନ୍ତି ଅମ୍ଳଜାନ ବ୍ୟାଙ୍କ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.