ETV Bharat / bharat

ଦିଶା-ନିକିତା-ଶାନ୍ତନୁ ତିଆରି କରିଥିଲେ ଟୁଲକିଟ୍‌, ଜୁମ୍‌ ମିଟିଙ୍ଗ୍‌ରେ ରଚିଥିଲେ ଷଡଯନ୍ତ୍ର

author img

By

Published : Feb 15, 2021, 4:56 PM IST

ଚାଷୀ ଆନ୍ଦୋଳନ ସହ ଜଡିତ ଟୁଲକିଟ୍‌ ମାମଲା ଏବେ ବଡ ରାଜନୈତିକ ମୋଡି ନେଇଛି । ଏହି ମାମଲାରେ ଜଣଙ୍କୁ ପୋଲିସ ଗିରଫ କରିସାରିଥିବା ବେଳେ 3 ଜଣଙ୍କୁ ଖୋଜିବା ଜାରି ରହିଛି । ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ଜାନୁଆରୀ 11ରେ ଏକ ଜୁମ୍‌ ମିଟିଙ୍ଗ୍‌ କରାଯାଇଥିଲା । ଅଧିକ ପଢନ୍ତୁ...

ଦିଶା-ନିକିତା-ଶାନ୍ତନୁ ତିଆରି କରିଥିଲେ ଟୁଲକିଟ୍‌, ଜୁମ୍‌ ମିଟିଙ୍ଗ୍‌ରେ ରଚିଥିଲେ ଷଡଯନ୍ତ୍ର
ଦିଶା-ନିକିତା-ଶାନ୍ତନୁ ତିଆରି କରିଥିଲେ ଟୁଲକିଟ୍‌, ଜୁମ୍‌ ମିଟିଙ୍ଗ୍‌ରେ ରଚିଥିଲେ ଷଡଯନ୍ତ୍ର

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ସହ ଜଡିତ ଟୁଲକିଟ୍‌ ମାମଲା ଏବେ ବଡ ରାଜନୈତିକ ମୋଡ ନେଇଛି । ମାମଲାରେ ଜଳବାୟୁ ପରିବର୍ତ୍ତନ ସାମାଜିକ କର୍ମୀ ଦିଶା ରବିଙ୍କୁ ଗିରଫ କରିସାରିଛି ଦିଲ୍ଲୀ ପୋଲିସ । ଏହି ଗିରଫଦାରୀକୁ ନେଇ ଏବେ ବଢିବାରେ ଲାଗିଛି ଦେଶର ରାଜନୈତିକ ପାରଦ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନେକ ବଡ ନେତା ଏହି ମାମଲାରେ ସରକାରଙ୍କୁ ଘେରିଛନ୍ତି । ସେପଟେ ଗିରଫ ହୋଇଥିବା ଦିଶାଙ୍କ ସାଙ୍ଗଙ୍କୁ ଖୋଜୁଛି ଦିଲ୍ଲୀ ପୋଲିସ ।

ଚାଷୀ ଆନ୍ଦୋଳନକୁ ଆଳ କରି ଦେଶକୁ ବଦନାମ କରିବାକୁ ଚେଷ୍ଟା କରି ଟୁଲକିଟ ତିଆରି କରିଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି ଦିଲ୍ଲୀ ପୋଲିସ । ଏହି ମାମଲାରେ ଜଣଙ୍କୁ ପୋଲିସ ଗିରଫ କରିସାରିଥିବା ବେଳେ 3 ଜଣଙ୍କୁ ଖୋଜିବା ଜାରି ରହିଛି । ପୋଲିସ ଏହି ମାମଲାରେ ଖାଲିସ୍ତାନୀ ଲିଙ୍କ୍‌ର ମଧ୍ୟ ଯାଞ୍ଚ କରୁଛି ।

ଦିଲ୍ଲୀ ପୋଲିସ ସାମ୍ବାଦିକ ସମ୍ମିଳନୀ କରି କହିଛି, ଟୁଲକିଟ ଷଡଯନ୍ତ୍ରରେ ପୋଏଟିକ ଫାଉଣ୍ଡେସନ ସାମିଲ ରହିଛି । ଦିଲ୍ଲୀ ପୋଲିସ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛି, ଟୁଲକିଟରେ ଭୁଲ ସୂଚନା ଦିଆଯାଇଛି । ପୋଲିସର ସୂଚନା ଅନୁସାରେ ଆନ୍ଦୋଳନରେ ଉତ୍ତେଜନା ସୃଷ୍ଟି କରିବାକୁ ଜାନୁଆରୀରେ ଟୁଲକିଟ୍‌ ତିଆରି ହୋଇଥିଲା ।

ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ଜାନୁଆରୀ 11ରେ ଏକ ଜୁମ୍‌ ମିଟିଙ୍ଗ୍‌ କରାଯାଇଥିଲା । ଏହି ମିଟିଙ୍ଗ୍‌ରେ ନିକିତା, ଶାନ୍ତନୁ ଓ ଦିଶା ରବି ସାମିଲ ଥିଲେ । ବୈଠକରେ ସ୍ଥିର କରାଯାଇଥିଲା ଯେ 26 ଜାନୁଆରୀରରେ ପ୍ରଥମେ ଟ୍ବିଟରରେ ଝଡ ସୃଷ୍ଟି କରାଯିବ । ତେବେ ପାଖାପାଖି 60ରୁ 70 ଜଣ ଏହି ଜୁମ୍‌ ମିଟିଙ୍ଗ୍‌ରେ ସାମିଲ ଥିଲେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ରବିବାର ଦିଲ୍ଲୀ ପୋଲିସର ସାଇବର ସେଲ୍ ବେଙ୍ଗାଲୁରୁର 21 ବର୍ଷୀୟ ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ଗିରଫ କରିଥିଲା । ଦିଶା ରବି ଫ୍ରାଇଡେ ଫର୍ ଫ୍ୟୁଚର୍ କ୍ୟାମ୍ପେନର ପ୍ରତିଷ୍ଠାତା । ଫେବୃଆରୀ 4ରେ ଦିଲ୍ଲୀ ପୋଲିସ ଟୁଲକିଟ ସମ୍ବନ୍ଧରେ ଏକ ମାମଲା ଦାୟର କରିଥିଲା ।

ଦିଲ୍ଲୀ ପୋଲିସର ସାଇବର ସେଲ ଟୁଲକିଟ୍ ମାମଲାର ଯାଞ୍ଚ କରୁଛି। ଏଥିପାଇଁ ଅନେକ ସାଇବର ସେଲ୍ ଦଳ ନିୟୋଜିତ ହୋଇଛନ୍ତି। ଅଧିକାରୀଙ୍କ କହିବାନୁସାରେ, ଦିଶା ରବି ଏହି ମାମଲାରେ ଜଣେ ଲିଙ୍କ୍ । ପ୍ରାରମ୍ଭିକ ଅନୁସନ୍ଧାନରେ ଦିଶା କହିଛନ୍ତି ଯେ ସେ ଟୁଲକିଟରେ କିଛି ଜିନିଷ ଏଡିଟ୍ କରିଥିଲେ ​​ଏବଂ ଏହାପରେ ଏଥିରେ କିଛି ଜିନିଷ ଯୋଡିଥିଲେ ​​ଏବଂ ଆଗକୁ ସେୟାର କରିଥିଲେ । ଦିଲ୍ଲୀ ପୋଲିସ ଦିଶା ରବିଙ୍କୁ ଡ୍ୟୁଟି ମାଜିଷ୍ଟ୍ରେଟଙ୍କ ନିକଟରେ ଉପସ୍ଥାପନ କରିଛି, ଏହାପରେ 5 ଦିନ ପୋଲିସ ହେପାଜତକୁ ପଠାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.