ETV Bharat / bharat

ଯୁବକଙ୍କ ନାକ କାଟିଦେଲେ ଲିଭ୍‌ ଇନ୍‌ ପାର୍ଟନରଙ୍କ ପରିବାର ସଦସ୍ୟ

author img

By

Published : Nov 11, 2022, 9:25 AM IST

ବିବାହ ନକରି ଯୁବକ ଓ ଯୁବତୀ ଏକାଠି ରହୁଥିବାରୁ ଗ୍ରାମବାସୀଙ୍କ ତାଲିବାନୀ ଦଣ୍ଡ । ଯୁବକ ଏବଂ ତାଙ୍କ ଭଉଣୀଙ୍କୁ ନିର୍ଯାତନା ଦେଇ ଚପଲ ମାଳ ପିନ୍ଧାଇବା ସହ ଯୁବକଙ୍କ ନାକ କାଟିଦେଲେ । ଅଧିକ ପଢ଼ନ୍ତୁ

Tonk  Viral video of Young Man Brutal Assault by Live in Partners family
ରାଜସ୍ଥାନରେ ତାଲିବାନୀ ଦଣ୍ଡ, ଭାଇଭଉଣୀଙ୍କୁ ଚେଙ୍କ ଦେଇ ପରିସ୍ରା ପିଆଇଲେ ଗ୍ରାମବାସୀ

ଜୟପୁର: ରାଜସ୍ଥାନର ଟୋଙ୍କରେ ଗ୍ରାମବାସୀଙ୍କ ତାଲିବାନୀ ଶାସନ । ଅବିବାହିତ ଯୁବକ ଓ ଯୁବତୀ ଏକାଠି ରହିବାରୁ ତାଙ୍କ ପରିବାର ଲୋକଙ୍କୁ ନିର୍ଧୁମ ମାଡ଼ । ଏପରିକି ସେମାନଙ୍କୁ ଯୋତା ମାଳ ପିନ୍ଧାଇ, ଗରମ ଚିମୁଟାରେ ଚେଙ୍କ ଦେବା ସହ ଯୁବକଙ୍କ ନାକ କାଟିଦେଲେ । ରାଜସ୍ଥାନର ଟୋଙ୍କ ଜିଲ୍ଲା ଭୋପାଲାବରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି ଘଟଣାରେ ଯୁବତୀଙ୍କ ପିତାମାତା ସମେତ 8 ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସେମାନଙ୍କ ମଧ୍ୟରୁ ପୋଲିସ 3 ଜଣଙ୍କୁ ଗିରଫ କରିଛି ।

ଏହି ଘଟଣାଟି ଗତ 7 ତାରିଖର ହୋଇଥିବା କୁହାଯାଉଛି । ଗତ ଦୁଇ ସପ୍ତାହ ପୂର୍ବରୁ ମାଲପୁରାର ଗ୍ରାମନିବାସୀ ନବରତ୍ନ ଲାଲଙ୍କ ଅବିବାହିତା ଝିଅ ଜଣେ ଯୁବକଙ୍କ ସହ ଫେରାର ହୋଇଯାଇଥିଲେ । ଏନେଇ ଗ୍ରାମରେ ମୋଗ୍ୟା ସମାଜର ବୈଠକ ହୋଇଥିଲା । ସଭାରେ ଉକ୍ତ ଯୁବକ ଏବଂ ତାଙ୍କ ଭଉଣୀ ମଧ୍ୟ ଉପସ୍ଥିତ ଥିଲେ । ଗ୍ରାମ ମୁଖିଆଙ୍କ ରାୟ ପରେ ଯୁବକଙ୍କୁ ଆର୍ଥିକ ଦଣ୍ଡାଦେଶ ଦିଆଗଲା । ଏହାପରେ ଉଭୟେ ଘରକୁ ଯିବାପାଇଁ ବସଷ୍ଟାଣ୍ଡ ଅଭିମୁଖେ ଯାଉଥିବା ସମୟରେ ଯୁବତୀଙ୍କ ସମ୍ପର୍କୀୟ ତାଙ୍କୁ ଅପହରଣ କରି ମାଡ଼ ମାରିଛନ୍ତି ।

ଭାଇ ଭଉଣୀଙ୍କୁ ରାତିସାରା ବାନ୍ଧି ତାଲିବାନୀ ନିର୍ଯାତନା ଦିଆଯାଇଛି । ଉଭୟଙ୍କୁ ଜୋତା ମାଳ ପିନ୍ଧାଇବା ସହ ଗରମ ଚେଙ୍କ ଦେଇ ଯୁବକଙ୍କ ନାକକୁ ଗଭୀର ଭାବେ କାଟି ଦିଆଯାଇଛି । ଏପରିକି ପରିସ୍ରା ମଧ୍ୟ ପିଆଇଥିବା ଲମ୍ବାହରିସିଂହ ଥାନାରେ ଅଭିଯୋଗ ହୋଇଛି । ଯାହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାରେ ପୋଲିସ 8 ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିବାବେଳେ 3 ଜଣଙ୍କୁ ଗିରଫ କରିଛି ।

ଏହା ମଧ୍ୟ ପଢ଼ନ୍ତୁ: White bear in marwahi: ଛତିଶଗଡ ଜଙ୍ଗଲରେ ଧଳା ଭାଲୁ ! ଦେଖନ୍ତୁ ଭିଡିଓ

ଯୁବକଙ୍କ ଅଭିଯୋଗ ଅନୁଯାୟୀ, "ଯୁବତୀଙ୍କ ପରିବାର ଲୋକେ ସେମାନଙ୍କୁ ମାଲପୁରା କୋର୍ଟ ନେଇଥିଲେ । ଏଥିସହ ଘଟଣା ବିରୋଧରେ ମାମଲା ନ କରିବାକୁ ଧମକ ଦେଇଥିଲେ । ଯଦି ଏପରି କରନ୍ତି ତେବେ 5.51 ଲକ୍ଷ ଟଙ୍କା ଜରିମାନା ଦେବାକୁ ଜୋରଜବରଦସ୍ତ ଦସ୍ତଖତ କରାଇଛନ୍ତି ।" କୁହାଯାଉଛି ଯେ, ଦୁଇ ବର୍ଷ ପୂର୍ବେ ଯୁବକଙ୍କ ପ୍ରଥମ ପତ୍ନୀ ଚାଲି ଯାଇଛନ୍ତି । ତାଙ୍କର ଗୋଟିଏ ପୁଅ ଏବଂ ଝିଅ ମଧ୍ୟ ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.