ନୂଆଦିଲ୍ଲୀ: ଆଜି (ସୋମବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ୧୦ ରାଜନୈତିକ ଦଳ । ପ୍ରଧାନମନ୍ତ୍ରୀଙ୍କୁ ଭେଟି ଜାତିଭିତ୍ତିକ ଜନଗଣନା ପାଇଁ ଆଲୋଚନା କରିବେ । ଏହାକୁ ନେଇ ରବିବାର ସଂନ୍ଧ୍ୟାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦିଲ୍ଲୀରେ ପହଞ୍ଚିଥିଲେ ।
ଜାତିଭିତ୍ତିକ ଜନଗଣନାକୁ ନେଇ ଆଜି ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ଭାରତର ୧୦ ଟି ରାଜନୈତିକ ଦଳ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀ ମାନେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ । ଦେଶରେ ଜାତିଭିତ୍ତିକ ଜନଗଣନା ପାଇଁ ପିଏମ ମୋଦିଙ୍କ ସହ ରାଜନୈତିକ ଦଳ ଆଲୋଚନା କରିବେ। ନୀତିଶ କୁମାରଙ୍କ ସହିତ ବିହାର ବିରୋଧୀଦଳ ନେତା ତେଜସ୍ବୀ ଯାଦବ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରିବେ ।
ସୂଚନାଥାଉକି ବିହାର ବିଧାନସଭା ଓ ବିଧାନପରିଷଦେର ୨୦୧୯ରେ ଜାତିଭିତ୍ତିକ ଜନଗଣନା ପାଇଁ ସର୍ବସମ୍ମତି କ୍ରମେ ଘୋଷଣା କରାଯାଇଛି । ଜନତା ଦଳ ୟୁନାଇଟେଡ(ଜେଡିୟୁ) ସାରା ଭାରତରେ ଜାତିଭିତ୍ତିକ ଜନଗଣନା କରିବା ପାଇଁ ଦାବି କରିଛି । ସେପଟେ ଜାତିଭିତ୍ତିକ ଜନଗଣନା କରିବା ପାଇଁ ଆରଜେଡି ନେତା ତଥା ବିହାର ବିଧାନସଭାର ବିରୋଧୀଦଳ ନେତା ତେଜସ୍ବୀ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ସୂଚନାଥାଉକି ବିହାରରେ ବିଜେପି ଓ ଜେଡିୟୁ ମଧ୍ୟରେ ଏନଡିଏ ମେଣ୍ଟ ସରକାର ଚାଲିଛି । ଏନଡିଏ ମେଣ୍ଟରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନୀତିଶ କୁମାର।
ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାବିନେଟ ବିିସ୍ତାର ପରେ ବହୁ ସଂଖ୍ୟାରେ ଅନ୍ୟାନ୍ୟ ପଛୁଆ ବର୍ଗକୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଛି । ଏହା ପରେ ଦେଶରେ ଜାତିଭିତ୍ତିକ ଜନଗଣନା ପାଇଁ ଦାବି ତେଜିବାରେ ଲାଗିଛି । ଦେଶର ଜେଡିୟୁ ସମେତ ଆରଜେଡି ଓ ଅନ୍ୟ ରାଜନୈତିକ ଦଳ ଗୁଡିକ ଜାତିଭିତ୍ତିକ ଜନଗଣନା ସପକ୍ଷରେ ମତ ପ୍ରକାଶ କରିଛନ୍ତି ।
@ANI