ETV Bharat / bharat

ବିକ୍ରି ପାଇଁ ଟମାଟୋ ଷ୍ଟକ୍‌ ରଖିଥିଲେ ବ୍ୟବସାୟୀ, ଚୋରି କରି ନେଲେ ଦୁର୍ବୃତ୍ତ

author img

By

Published : Jul 13, 2023, 6:39 AM IST

ଟମାଟୋ ଦର ବୃଦ୍ଧି ପରେ ଏହାକୁ ନେଇ ଅପରାଧ ମଧ୍ୟ ବଢିବାରେ ଲାଗିଛି । ଛତିଶଗଡ଼ର କୋରବାରେ ଜଣେ ପରିବା ଦୋକାନିଙ୍କଠାରୁ ଟମାଟୋ ଚୋରି କରିନେଇଛନ୍ତି ଦୁବୃର୍ତ୍ତ । ଅଧିକ ପଢନ୍ତୁ

ଫିଲ୍ମ ଷ୍ଟାଇଲେ ଟମାଟୋ ଚୋରି
ଫିଲ୍ମ ଷ୍ଟାଇଲେ ଟମାଟୋ ଚୋରି

ରାୟପୁର: ଟମାଟୋ ଦର ଆକାଶ ଛୁଆଁ ରହିଥିବାବେଳେ ଦର ବୃଦ୍ଧିକୁ ନେଇ ବିଭିନ୍ନ ଖବର ସାମ୍ନାକୁ ଆସୁଛି । ତେବେ ଦର ବୃଦ୍ଧି ପରେ ଏଥିପାଇଁ ଅପରାଧ ମଧ୍ୟ ବଢିବାରେ ଲାଗିଛି । ଅନେକ ସ୍ଥାନରୁ ଟମାଟୋ ଚୋରି ବା ଟମାଟୋକୁ ନେଇ ହତ୍ୟା ଖବର ସାମ୍ନା ଆସୁଛି । ସେହିପରି ଏକ ଘଟଣା ଘଟିଛି ଛତିଶଗଡ଼ର କୋରବାରେ । ଜଣେ ପରିବା ଦୋକାନିଙ୍କଠାରୁ ଫିଲ୍ମ ଷ୍ଟାଇଲରେ ଟମାଟୋ ଚୋରି କରି ନେଇଛନ୍ତି ଦୁବୃର୍ତ୍ତ ।

ପନିପରିବା ଭିତରେ ଟମାଟୋର ଚାହିଦା ଢେର ଅଧିକ । ହାଣ୍ଡିଶାଳ ବର୍ତ୍ତମାନ ଟମାଟୋ ଶୂନ୍ୟ ହୋଇ ପଡିଥିବାବେଳେ ଏହାକୁ ତାଳ ଦେଇ ଅନ୍ୟ ପନିପରିବା ଦର ମଧ୍ୟ ଅହେତୁକ ବୃଦ୍ଧି ପାଇଛି । ପୂର୍ବରୁ କିଲୋ ପ୍ରତି ମାତ୍ର 20 ଟଙ୍କାରେ ବିକ୍ରି ହେଉଥିବା ଟମାଟୋର ଦର ପ୍ରଥମେ ସେଞ୍ଚୁରୀ ପାର୍ କରିବା ପରେ ଏବେ 150ଟଙ୍କାକୁ ଛୁଇଁଲାଣି । କୋରବା ସହରର ମାଣିକପୁର ଥାନା ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଛି ଟମାଟୋ । ପରିବା ବ୍ୟବସାୟୀ କୈଳାଶ ଚନ୍ଦ୍ର ଠାକୁର ଷ୍ଟକ୍‌ କରି ରଖିଥିବା 25 କିଲୋଗ୍ରାମର ଟମାଟୋକୁ କେହି ରାତାରାତି ନେଇଯାଇଥିବା ଅଭିଯୋଗ ହୋଇଛି । ଟମାଟୋର ବର୍ଦ୍ଧିତ ଦର ଯୋଗୁଁ ସେ ଷ୍ଟକ୍‌ କରି ରଖୁଥିଲେ । କିନ୍ତୁ କେହି ତାଙ୍କ ଉପରେ ନଜର ରଖି ଟମାଟୋ ଚୋରି କରି ନେଇଥିବା ଅଭିଯୋଗ ହୋଇଛି । କେହି ସ୍ଥାନୀୟ ଲୋକ ହିଁ ଟମାଟୋ ଚୋରି କରି ନେଇଥିବା ଅଭିଯୋଗ ହୋଇଛି ।

ଏନେଇ ମାଣିକପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି କୈଳାଶ ଚନ୍ଦ୍ର ଠାକୁର । ଏହି ଏତଲାକୁ ଭିତ୍ତି କରି ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ତେବେ ପ୍ରତିଦିନ ଟମାଟୋ ଦର ସହିତ ଜଡ଼ିତ ନୂଆ ନୂଆ ଖବର ସାମନାକୁ ଆସୁଥିବାବେଳେ ଆନ୍ଧ୍ରପ୍ରଦେଶରେ ମଧ୍ୟ ଘଟିଛି ଏକ ଲୋମହର୍ଷଣକାରୀ ଘଟଣା ଘଟିଥିବା ଜଣାପଡିଛି । ଅନ୍ନୋମେୟା ଜିଲ୍ଲାରେ ଏକ ଟମାଟୋ ଚାଷୀଙ୍କୁ ହତ୍ୟା କରାଯିବା ଖବର ଏବେ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ବଡିମଲ୍ଲାଦିନେ ଗାଁର ଟମାଟୋ ଚାଷୀଙ୍କୁ ଅତି ନିର୍ମମ ଭାବେ ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି ।

ଅଧିକ ପଢନ୍ତୁ...Tomatoes crisis: କନ୍ଦାଉଛି ଟମାଟୋ, ଆଶ୍ବସ୍ତି ଦେବାକୁ ଅଣ୍ଟା ଭିଡିଲା କେନ୍ଦ୍ର

ରାଜଶେଖର ଅଙ୍ଗଲ୍ଲୁ ମାର୍କେଟରେ ଟମାଟୋ ବିକ୍ରି କରି ଆସୁଥିଲେ । ବର୍ତ୍ତମାନର ବର୍ଦ୍ଧିତ ଟମାଟୋ ଦର ଚୋରି ହେବାର ଆଶଙ୍କା କରି ବ୍ୟବସାୟରୁ ଉପାର୍ଜିତ ଟଙ୍କା ସବୁକୁ ମଣ୍ଡିରେ ରଖିଥିଲେ ରାଜଶେଖର । ମଙ୍ଗଳବାର 70 କ୍ବିଣ୍ଟାଲ ଟମାଟୋ ବିକ୍ରି ପାଇଁ ଅଣାଯାଇଥିଲା । ଯାହାକୁ ନେଇ କେହି ଦୁର୍ବୃତ୍ତ ତାଙ୍କୁ ଟାର୍ଗେଟ କରିବା ପରେ ରାତିରେ ଏଭଳି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି ।

ସେପଟେ ଦେଶରେ ଜାରି ରହିଥିବା ଟମାଟୋ ସଙ୍କଟ ମଧ୍ୟରେ କେନ୍ଦ୍ର ସରକାର ଆଣିଛନ୍ତି ଆଶ୍ବସ୍ତିକର ଖବର । ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ରରୁ ରାଷ୍ଟ୍ରାୟତ ମାର୍କେଟିଂ ସଂସ୍ଥା ଟମାଟୋ କିଣି ବିଭିନ୍ନ ରାଜ୍ୟର ପ୍ରମୁଖ ବିତରଣ କେନ୍ଦରକୁ ରପ୍ତାନୀ କରିବେ ବୋଲି ଜଣାପଡିଛି । ତେବେ ଦେଶରେ ଟମାଟୋ ସଙ୍କଟ ଦୂର ହେଲେ ଏଭଳି ଅପରାଧରେ ରୋକ୍ ଲାଗିବ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.