ଥିରୁଅନନ୍ତପୁରମ: କୋରୋନା ପରେ କେରଳରେ ଚିନ୍ତା ବଢାଇଛି ଟମାଟୋ ଫ୍ଲୁ(Tomato flu) । କେରଳର ବହୁ ଜିଲ୍ଲାରେ ଏହି ରୋଗ ବ୍ୟାପିବାରେ ଲାଗିଛି । ଗତକାଲି(ବୁଧବାର) ରାତି ସୁଦ୍ଧା ୫ ବର୍ଷରୁ କମ ବୟସର ୮୦ ରୁ ଉର୍ଦ୍ଧ୍ବ ଶିଶୁ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ମେଡିକାଲ ଟିମକୁ ଉକ୍ତ ଅଞ୍ଚଳକୁ ପଠାଯାଇ ନମୁନା ସଂଗ୍ରହ କରି ପରୀକ୍ଷଣ ଜାରି ରଖିଛନ୍ତି । ଏହାର ଯାଞ୍ଚ ଏବଂ ଚିକିତ୍ସା ଲାଗି ୨୪ ସହସ୍ୟ ବିଶିଷ୍ଟ ଏକ ଟିମ ଗଠନ କରାଯାଇଛି । ମେଡିକାଲ ଟିମ୍ ତାମିଲନାଡୁ-କେରଳ ସୀମାନ୍ତ ୱାଲାୟାର ଠାରେ କୋଏମ୍ବାଟୁରୁରେ ପ୍ରବେଶ କରୁଥିବା ଲୋକଙ୍କ ଟେଷ୍ଟିଂ କରୁଛନ୍ତି ।
ଟମାଟୋ ଫ୍ଲୁର ଲକ୍ଷଣ:
ଟମାଟୋ ପ୍ଳୁ ହେଉଛି ଏକ ପ୍ରକାର ଜ୍ବର ଯାହାକି ୫ ବର୍ଷରୁ କମ ଶିଶୁ ମାନଙ୍କ ନିକଟରେ ଦେଖାଯାଇଥାଏ । ଏଥିରେ ସଂକ୍ରମିତ ଶିଶୁଙ୍କ ହାତ ଏବଂ ଗୋଡରେ ଲାଲ୍ ଚିହ୍ନ ଦେଖାଯିବା ସହ ଶରୀର କୁଣ୍ଡେଇ ହୋଇ ଥଣ୍ଡାକାଳ ଏବଂ ଡାଇରିଆ ଲାଗି ରହିଥାଏ । ଦେହ ନାଲି ଭଳି ଫୁଲି ଯାଉଥିବାରୁ ଏହାକୁ ଟମାଟୋ ପ୍ଲୁ କୁହାଯାଏ ।
ଟମାଟୋ ଫ୍ଲୁର ନିରାକରଣ:
ପରିଷ୍କାର ଓ ପରିଚ୍ଛିନ୍ନ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏହାବାଦ ଉପଯୁକ୍ତ ହାଇଡ୍ରେଡ ମଧ୍ୟ ଜରୁରୀ । ଲକ୍ଷଣ ଦେଖାଯିବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ସଂକ୍ରମିତ ବ୍ୟକ୍ତିଙ୍କ ଠାରୁ ଦୂରତା ବଜାୟ ରଖିବା ଆବଶ୍ୟକ । ନାଲି ପଡିଥିବା ସ୍ଥାନକୁ ନ କୁଣ୍ଡାଇ ଡାକ୍ତର ଦେଖାଇବା ଆବଶ୍ୟକ । ରୋଗୀମାନଙ୍କୁ ଯଥା ସମୟ ବିଶ୍ରାମ ନେବାକୁ ମଧ୍ୟ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି ।