ETV Bharat / bharat

ପଦକ ଚାପରେ ଖେଳନି, ପ୍ରଦର୍ଶନକୁ ଗୁରୁତ୍ବ ଦିଅ: ପ୍ରଧାନମନ୍ତ୍ରୀ

author img

By

Published : Aug 17, 2021, 1:44 PM IST

ଆଉ ଦିନ କେଇଟା ପରେ ଆରମ୍ଭ ହେବ ଟୋକିଓ ପାରାଅଲିମ୍ପକ୍ସ । ଆଥଲେଟମାନଙ୍କୁ ଉତ୍ସାହିତ କରିବା ପାଇଁ ଆଜି(ମଙ୍ଗଳବାର)ପାରା ଆଥଲେଟଙ୍କ ସହିତ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ପାରା ଅଥଲେଟଙ୍କ ସହିତ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ ଆରମ୍ଭ ହେବ ଟୋକିଓ ପାରାଅଲିମ୍ପିକ୍ସ । ଆଥଲେଟମାନଙ୍କୁ ଉତ୍ସାହିତ କରିବା ପାଇଁ ଆଜି(ମଙ୍ଗଳବାର) ଭାରତୀୟ ପାରା ଆଥଲେଟଙ୍କ ସହିତ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେମାନଙ୍କୁ ଶୁଭକାମନା ଦେବା ସହିତ ଭଲ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିଛନ୍ତି ମୋଦି । ପଦକ ଚାପରେ ନ ଖେଳି ନିଜର ପ୍ରଦର୍ଶନ ଉପରେ ଗୁରୁତ୍ବ ଦେବାରୁ ଆଥଲେଟଙ୍କୁ କହିଛନ୍ତି ମୋଦି ।

ଆଥଲେଟଙ୍କ ସହିତ କଥା ହେବା ସମୟରେ ଜଣେ ପାରା ଆଥଲେଟ(ଜାଭଲିନ ଥ୍ରୋ) ଦେବେନ୍ଦ୍ର ଝାଝାରିଆ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି, ଆପଣ ସବୁବେଳେ ପାରାଆଥଲେଟଙ୍କୁ ଉତ୍ସାହିତ କରିଛନ୍ତି । ଟୋକିଓ ପାରାଅଲିମ୍ପିକ୍ସରେ ଆମେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବୁ । ସେ ଆହୁରି କହିଛନ୍ତି ମୁଁ ନଅ ବର୍ଷର ଥିବା ସମୟରେ ମୁଁ ମୋ ହାତ ହରାଇଥିଲି । ଏହା ପରେ ଯେତେବେଳେ ମୁଁ ପୁଣି ଫେରିଲି ସେବେ ମୋ ପାଇଁ ବହୁତ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିଲା । ସ୍କୁଲରେ ଯେବେ ଖେଳିବା ଆରମ୍ଭ କରି ଜାଭଲିନ ଥ୍ରୋ କଲି ସେହି ସମୟରେ କଟାକ୍ଷର ଶିକାର ହୋଇଥିଲି । ମୁଁ ଭାବି ନେଇଥିଲି ଖେଳରେ ମୋର ସ୍ଥାନ ନାହିଁ । ହେଲେ ମୁଁ ନିଜକୁ ଦୃଢ କରିଥିଲି କେବେ ଦୁର୍ବଳ ହୋଇ ନଥିଲି । ତାହା ହିଁ ମୋତେ ସଫଳତା ହାସଲ କରିବାରେ ସାହାଯ୍ୟ କରିଛି ବୋଲି କହିଛନ୍ତି ଦେବେନ୍ଦ୍ର । ୨୦୧୬ ରିଓ ଅଲିମ୍ପିକ୍ସ ଗେମ୍ସ କ୍ବାଲିଫାଏ କରିବା ସହ ମେଡାଲ ଜିତିଥିଲେ ଦେବେନ୍ଦ୍ର ।

ପ୍ରଧାନମନ୍ତ୍ରୀ ପାରାସୁଟର ଜ୍ୟୋତି ବାଲାନଙ୍କୁ ପ୍ରଶଂସା କରିଥିଲେ । ଏହା ତୁମର ପ୍ରଥମ ପାରାଅଲିମ୍ପିକ୍ସ । ତୁମ ବାପାମାଆ ତୁମ ପାଇଁ ବହୁତ କିଛି କରିଛନ୍ତି । ତୁମେ ଅନେକଙ୍କ ପାଇଁ ପ୍ରେରଣା । ତୁମେ ଜଣେ ଭଲ ଝିଅ ଓ ଭଲ ଭଉଣୀ ବୋଲି କହିଛନ୍ତି ମୋଦି । ଏହା ସହିତ ହେବାକୁ ଥିବା ପାରାଅଲିମ୍ପିକ୍ସ ପାଇଁ ତାଙ୍କୁ ଶୁଭେଚ୍ଛା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଜ୍ୟୋତି ତାଙ୍କ ଯାତ୍ରା ବିଷୟରେ କହିଛନ୍ତି ତୀରନ୍ଦାଜରେ ଅଧିକ ଦକ୍ଷ ହେବା ପାଇଁ ମୋ ବାପା ମୋତେ ଏକାଡେମୀରେ ଭର୍ତ୍ତି କରିଥିଲେ ଏବଂ ବର୍ତ୍ତମାନ ମୁଁ ପାରା ଅଲିମ୍ପିକ୍ସରେ ଭାଗ ନେଇଛି । ଯେତେବେଳେ ମୋ ବାପାଙ୍କ ଦେହାନ୍ତ ହେଲା ମୁଁ ଦୁଃଖିତ ଥିଲି । ମୋର ଆର୍ଥିକ ଅବସ୍ଥା ଏତେ ଭଲ ନଥିଲା । ମୁଁ ମୋ କୋଚଙ୍କ ସମର୍ଥନରେ ଆଗକୁ ଆସି ମେଡାଲ ଜିତି ଦେଶ ପାଇଁ ଗୌରବ ଆଣିଛି ବୋଲି କହିଛନ୍ତି ଜ୍ୟୋତି ।

ପ୍ରକାଶ ଥାଉ କି ଅଗଷ୍ଟ ୨୪ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ଚାଲିବ ଟୋକିଏ ପାରାଅଲିମ୍ପିକ୍ସ । ଏଥିରେ ୫୪ଜଣ ଭାରତୀୟ ଆଥଲେଟ ଭାଗ ନେଇଛନ୍ତି । ଅଗଷ୍ଟ ୨୭ରୁ ଭାରତ ତାର ପୁରୁଷ ଓ ମହିଳା ତୀରନ୍ଦାଜ ଇଭେଣ୍ଟରୁ ଅଭିଯାନ ଆରମ୍ଭ କରିବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.