ETV Bharat / bharat

Tokyo Paralympics, ଆଜି ଆଥଲେଟଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

author img

By

Published : Aug 17, 2021, 7:08 AM IST

ଆଜି(ମଙ୍ଗଳବାର) ପୂର୍ବାହ୍ନ ୧୧ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଭାରତୀୟ ପାରାଅଲମ୍ପିକ୍ସ ଆଥଲେଟଙ୍କ ସହିତ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ଚାଲିବ ଟୋକିଓ ପାରାଅଲମ୍ପିକ୍ସ । ଅଧିକ ପଢନ୍ତୁ...

ଆଜି ଆଥଲେଟଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
ଆଜି ଆଥଲେଟଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଅଗଷ୍ଟ ୨୪ରୁ ଅନୁଷ୍ଠିତ ହେବ ଟୋକିଓ ପାରାଅଲମ୍ପିକ୍ସ । ଆଜି(ମଙ୍ଗଳବାର) ୧୧ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଭାରତୀୟ ପାରା-ଆଥଲେଟଙ୍କ ସହିତ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ଚାଲିବ ଟୋକିଓ ପାରାଅଲମ୍ପିକ୍ସ ।

  • I look forward to interacting with India’s contingent at the #Paralympics tomorrow, 17th August at 11 AM. These are remarkable players who have shown outstanding skill and tenacity. I would urge sports lovers to watch the programme tomorrow.

    — Narendra Modi (@narendramodi) August 16, 2021 " class="align-text-top noRightClick twitterSection" data=" ">

ଅଗଷ୍ଟ ୨୭ରୁ ଭାରତ ପୁରୁଷ ଓ ମହିଳା ତୀରନ୍ଦାଜ ଇଭେଣ୍ଟରୁ ତାର ଅଭିଯାନ ଆରମ୍ଭ କରିବ । ଏଥର ୯ଟି ବିଭାଗରେ ୫୪ ପାରାଆଥଲେଟ ଟୋକିଓ ୨୦୨୦ ପାରାଅଲମ୍ପିକ୍ସ ଗେମ୍ସରେ ଭାଗ ନେଇଛନ୍ତି । ପୂର୍ବରୁ ଏହି ସପ୍ତାହରେ କେନ୍ଦ୍ର କ୍ରୀଡା ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ଘୋଷଣା କରିଥିଲେ ଟୋକିଓ ପାରାଅଲମ୍ପିକ୍ସରେ ମେଡାଲ ବିଜେତାଙ୍କୁ ଜାତୀୟ କ୍ରୀଡା ପୁରସ୍କାର ପ୍ରଦାନ କରାଯିବ ।

ଜୁଲାଇରେ ଟୋକିଓ ଅଲିମ୍ପିକ୍ସରୁ ସମ୍ଭାବ୍ୟ ପଦକ ବିଜେତାମାନଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ MYAS ପୁରସ୍କାର ଦୁଇ ସପ୍ତାହ ପାଇଁ ସ୍ଥଗିତ ରଖିବାକୁ ଯୋଜନା କରିଥିଲା । ଅନୁରାଗ ଠାକୁର କହିଛନ୍ତି ଯେ ସେମାନେ ଆଗାମୀ ପାରାଅଲମ୍ପିକ୍ସରେ ମଧ୍ୟ ଏକ ଭଲ ପ୍ରଦର୍ଶନ ଆଶା କରୁଛନ୍ତି, ଯେପରି ଭାରତୀୟ କଣ୍ଟିଜେଣ୍ଟ ଟୋକିଓ ଅଲମ୍ପିକ୍ସରେ ୭ଟି ପଦକ (1ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ, 3ଟି ବ୍ରୋଞ୍ଜ) ଜିତିଥିଲେ ।

ଟୋକିଓ ଅଲମ୍ପିକ୍ସ ପୂର୍ବରୁ ଭାରତୀୟ ଆଥଲେଟଙ୍କ ସହିତ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ସେମାନଙ୍କ ପ୍ରେରଣାଦାୟୀ ଯାତ୍ରା ବିଷୟରେ କଥା ହେବା ସହିତ ସେମାନଙ୍କୁ ଶୁଭକାମନା ଜଣାଇଥିଲେ । ଏହା ବ୍ୟତୀତ ଦେଶକୁ ଆଗକୁ ଆସି ଖେଳାଳିମାନଙ୍କୁ ହୃଦୟରୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.