ମୁମ୍ବାଇ: ଶୁକ୍ରବାର ମହାରାଷ୍ଟ୍ରରେ ୭ ଓମିକ୍ରନ ପଜିଟିଭ (Omicron Variant) ଚିହ୍ନଟ । ଏନେଇ ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତେ ବିଦେଶରୁ ଫେରିଛନ୍ତି ଏବଂ ବିଦେଶୀଙ୍କ ସଂଶ୍ପର୍ଶରେ ଆସି ପଜିଟିଭ ହୋଇଛନ୍ତି।
ମୁମ୍ବାଇରରୁ ୩ ଟି ଚିହ୍ନଟ ହୋଇଥିବାବେଳେ ପିମ୍ପ୍ରି ଛିନ୍ଦୱାଡା ମ୍ୟୁନିସପାଲ କୋର୍ପରେସନରୁ ୪ ଜଣ ଚିହ୍ନଟ ହୋଇଛନ୍ତି । ମୁମ୍ବାଇରୁ ଚିହ୍ନଟ ହୋଇଥିବା ତିନି ଜଣ ହେଲେ ବୟସ ହେଉଛି ୪୮,୨୫ ଏବଂ ୩୭ ରହିଛି। ସେମାନେ ଆଫ୍ରିକୀୟ ଦେଶ ତାଞ୍ଜାନିଆ,ଦକ୍ଷିଣ ଆଫ୍ରିକ ଓ ବ୍ରିଟେନରୁ ଆସିଥିବା ଟ୍ରାଭେଲ ହିଷ୍ଟ୍ରିରୁ ଜଣାପଡିଛି ।
ସେପଟେ ପିମ୍ପ୍ରି ଛନ୍ଦୱାଡାରୁ ଚିହ୍ନଟ ହୋଇଥିବା ପଜିଟିଭି ନାଇଜେରିଆ ମହିଳାଙ୍କ ଶଂସ୍ପର୍ଶରେ ଆସି ଚିହ୍ନଟ ହୋଇଥିବା ଜଣପାଡିଛି। ମହାରାଷ୍ଟ୍ରରେ ବର୍ତ୍ତମାନ ଓମିକ୍ରନ ଭାରିଏଣ୍ଟରୁ ୧୭ ଜଣ ପଜିଟିଭି ଚିହ୍ନଟ ହୋଇଛନ୍ତି।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ