ETV Bharat / bharat

ଆଜି ଆସାମ-ପଶ୍ଚିମବଙ୍ଗ ଗସ୍ତ କରିବେ ପ୍ରଧାନମନ୍ତ୍ରୀ - ପଶ୍ଚିମବଙ୍ଗ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମ ଓ ପଶ୍ଚିମବଙ୍ଗ ଗସ୍ତ କରି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଅଧିକ ପଢନ୍ତୁ...

ଆଜି ଆସାମ ପଶ୍ଚିମବଙ୍ଗ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

author img

By

Published : Feb 22, 2021, 6:59 AM IST

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମ ଓ ପଶ୍ଚିମବଙ୍ଗ ଗସ୍ତ କରିବେ । ତେବେ ସେଠାରେ ସେ ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ବୋଲି ଜଣାପଡିଛି । ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ଆସାମର ଧେମାଜିର ଶିଲାପଥର ଅଞ୍ଚଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ସୋମବାର ସକାଳ 11ଟା 30ମିନିଟରେ ସେ ତୈଳ ଓ ଗ୍ୟାସ ସେକ୍ଟର ସମ୍ବନ୍ଧିତ ବିଭିନ୍ନ ପ୍ରକଳ୍ପକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିବେ । ଏହି କାର୍ଯ୍ୟକ୍ରମରେ ସେ ଇଞ୍ଜିନିୟରିଂ କଲେଜର ପ୍ରତିଷ୍ଠା କରିବା ସହିତ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ଏହାପରେ ମୋଦି ପଶ୍ଚିମବଙ୍ଗର ହୁଗୁଳି ଗସ୍ତ କରି ବିଭିନ୍ନ ରେଲୱେ ପ୍ରକଳ୍ପର ଉଦଘାଟନ କରି ଦେଶବାସୀଙ୍କୁ ଉତ୍ସର୍ଗକୃତ କରିବେ ବୋଲି ଜଣାପଡିଛି ।

ଆସାମରେ ମୋଦି ଇଣ୍ଡିଆନ ଅଏଲ୍ସ ବଙ୍ଗାଏଗାଉନ ରେଫିନାରୀରେ INDMAX ଓ ମଧୁବନର ଅଏଲ ଇଣ୍ଡିଆ ଲିମିଟେଡ୍ସର ସେକେଣ୍ଡାରୀ ଟ୍ୟାଙ୍କ ଓ ମକୁମ ହେବେଗା ଗ୍ରାମର ଗ୍ୟାସ କମ୍ପେସର ଷ୍ଟେସନକୁ ଦେଶବାସୀଙ୍କ ପାଇଁ ଉତ୍ସର୍ଗୀକୃତ କରିବେ । ଏହାସହିତ ଧେମାଜି ଇଞ୍ଜିନୟରିଂ କଲେଜର ଉଦଘାଟନ କରିବା ସହିତ ସୁଆଲକୁଚି ଇଞ୍ଜିନିୟରିଂ କଲେଜରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । INDMAX ୟୁନିଟରେ ଏଲପିଜି ଗ୍ୟାସ ଓ ହାଇ-ଅକ୍ଟେନ ଗ୍ୟାସୋଲିନକୁ ବିପୁଳ ପରିମାଣରେ ଉତ୍ପାଦନ କରାଯିବ । ତେବେ ଏଠାରେ ପୂର୍ବରୁ ବର୍ଷକୁ 2.35 ମିଲିୟନ ମେଟ୍ରିକ ଟନ୍‌ ଗ୍ୟାସ ଉତ୍ପାଦନ ହେଉଥିବା ବେଳେ ଏହାକୁ ବର୍ତ୍ତମାନ ବର୍ଦ୍ଧିତ କରାଯାଇ ବର୍ଷକୁ 2.7 ମିଲିୟନ ମେଟ୍ରିକ ଟନ ଗ୍ୟାସ ଉତ୍ପାଦନ କରାଯିବ । ସେହିପରି ଏଲପିଜି ଗ୍ୟାସ ଉତ୍ପାଦନକୁ ମଧ୍ୟ 50 TMT(ହଜାର ମେଟ୍ରିକ ଟନ୍‌)ରୁ 257 ମେଟ୍ରିକ ଟନ୍‌ ଏବଂ ପେଟ୍ରୋଲ ଉତ୍ପାଦନକୁ 210 TMTରୁ 5TMT ଉତ୍ପାଦନ କରାଯିବ ।

ସେହିପରି କୋଲକାତାରେ ମୋଦି ନୋଆପରାରୁ ଦକ୍ଷିଣେଶ୍ବର ପର୍ଯ୍ୟନ୍ତ ପ୍ରାୟ 4.1 କିଲୋମିଟର ମେଟ୍ରୋ ରେଳ ଷ୍ଟେସନର ସମ୍ପ୍ରସାରଣକୁ ଉଦଘାଟନ କରିବେ । ଏହି ବିକାଶ କାର୍ଯ୍ୟରେ 464 କୋଟି ଟଙ୍କା ବିନିଯୋଗ କରାଯାଇଛି । ତେବେ ଏହି ସମ୍ପ୍ରସାରଣ ଦ୍ବାରା ଟ୍ରାଫିକ ସମସ୍ୟା ହ୍ରାସ ପାଇଥିବା ବେଳେ ସହରାଞ୍ଚଳରେ ଗମନାଗମନରେ ସୁବିଧା ହେବ । ଏହାଦ୍ବାରା ସହରରେ ଥିବା ଦକ୍ଷିଣେଶ୍ବରୀ କାଳୀ ମନ୍ଦିରକୁ ମଧ୍ୟ ଭକ୍ତ ଓ ପର୍ଯ୍ୟଟକଙ୍କ ଗମନାଗମନରେ ସୁବଧା ହେବ ।

ଏହାସହିତ ଦକ୍ଷିଣ ପୂର୍ବ ରେଲୱେର ଖଡଗପୁର-ଆଦିତ୍ୟପୁର ଥାର୍ଡ ଲାଇନ ପ୍ରକଳ୍ପ ପାଇଁ ସମ୍ପ୍ରସାରଣ କରାଯାଇଥିବା 30କି.ମିରୁ 132କିଲୋମିଟର ପର୍ଯ୍ୟନ୍ତ ରାସ୍ତାକୁ ମଧ୍ୟ ଉଦଘାଟନ କରିବେ । ତେବେ ଏହି ପ୍ରକଳ୍ପରେ ପ୍ରାୟ 1312 କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି । ପୂର୍ବବର୍ତ୍ତୀ ରେଲୱେର ହାୱଡା-ବନ୍ଦେଲ-ଆଜିମଗଞ୍ଜ ସେକ୍ସନରେ ଥିବା ରେଳ ରାସ୍ତାକୁ ଦେଶବାସୀଙ୍କ ପାଇଁ ଉତ୍ସର୍ଗୀକୃତ କରିବେ । ଏହି ରେଳରାସ୍ତାର ଡବ୍ଲିଂ ପାଇଁ ପ୍ରାୟ 240 କୋଟି ବିନିଯୋଗ ହୋଇଥିବା ଜଣାପଡିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.