ETV Bharat / bharat

ଆଜି ବିଶ୍ବ ଦୁଗ୍ଧ ଦିବସ: ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ଦୁଗ୍ଧ

author img

By

Published : Jun 1, 2021, 12:38 PM IST

ଆଜି ବିଶ୍ବ ଦୁଗ୍ଧ ଦିବସ । 2001ରୁ ସାରା ବିଶ୍ବରେ ଏହି ଦିବସ ପାଳନ କରାଯାଉଛି । ଦୁଗ୍ଧର ମହତ୍ତ୍ବ ବିଷୟରେ ଲୋକମାନଙ୍କୁ ଶିକ୍ଷା ଦେବା ଏବଂ ଦୁଗ୍ଧ କ୍ଷେତ୍ର ସହିତ ସଂଯୁକ୍ତ କାର୍ଯ୍ୟକଳାପ ଉପରେ ଧ୍ୟାନ ଦେବା ଏହି ଦିନର ଲକ୍ଷ୍ୟ ।

ଆଜି ବିଶ୍ବ ଦୁଗ୍ଧ ଦିବସ: ଶରୀରରେ ଇମ୍ୟୁନିଟି ବୃଦ୍ଧି କରେ ଦୁଗ୍ଧ

ନୂଆଦିଲ୍ଲୀ: ଆଜି ବିଶ୍ବ ଦୁଗ୍ଧ ଦିବସ । 2001ରୁ ସାରା ବିଶ୍ବରେ ଏହି ଦିବସ ପାଳନ କରାଯାଉଛି । ପ୍ରତିବର୍ଷ ଆଜିର ଦିନରେ ଅର୍ଥାତ ଜୁନ୍ 1ରେ ଦୁଗ୍ଧ ଦିବସ ପାଳନ କରାଯାଉଛି । ଦୁଗ୍ଧର ମହତ୍ତ୍ବ ବିଷୟରେ ଲୋକମାନଙ୍କୁ ଶିକ୍ଷା ଦେବା ଏବଂ ଦୁଗ୍ଧ କ୍ଷେତ୍ର ସହିତ ସଂଯୁକ୍ତ କାର୍ଯ୍ୟକଳାପ ଉପରେ ଧ୍ୟାନ ଦେବା ଏହି ଦିନର ଲକ୍ଷ୍ୟ । ବିଶ୍ବ ଦୁଗ୍ଧ ଦିବସ ଦୁଗ୍ଧର ମହତ୍ତ୍ବ ଉପରେ ଧ୍ୟାନ ଦେବା ଏବଂ ସୁସ୍ଥ ଜୀବନ, ​​ଆହାର ଏବଂ ଖାଦ୍ୟ ଉତ୍ପାଦନରେ ଦୁଗ୍ଧର ଅଂଶ ବିଷୟରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାର ସୁଯୋଗ ପ୍ରଦାନ କରିଥାଏ ।

ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ ଦ୍ବାରା ଦୁଗ୍ଧ ଚାଷୀ ଏବଂ ଦୁଗ୍ଧ କ୍ଷେତ୍ରକୁ ପ୍ରଶଂସା କରିବା ଏବଂ ଦୁଗ୍ଧର ମହତ୍ତ୍ବକୁ ବିଶ୍ବରେ ଖାଦ୍ୟ ଭାବରେ ଗ୍ରହଣ କରିବା ପାଇଁ ଏହି ଦିବସ ପାଳନ କରାଯାଉଛି । ଭାରତରେ ଲକ୍ଷ ଲକ୍ଷ ଲୋକ ଦୁଗ୍ଧ ନିଜର ଜୀବିକା ଭାବେ ଗ୍ରହଣ କରିଛନ୍ତି । ଭାରତ ଦୁଗ୍ଧ ଉତ୍ପାଦନକାରୀ ଦେଶମାନଙ୍କ ମଧ୍ୟରୁ ଅନ୍ୟତମ । 1955 ମସିହାରେ, ଭାରତର ବଟର ଆମଦାନୀ ବର୍ଷକୁ 500 ଟନ୍ ଥିଲା ଏବଂ 1975 ସୁଦ୍ଧା ଦୁଗ୍ଧ ଉତ୍ପାଦନରେ ଭାରତ ଆତ୍ମନିର୍ଭରଶୀଳ ହୋଇଥିବାରୁ 1975 ସୁଦ୍ଧା ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟର ସମସ୍ତ ଆମଦାନୀ ବନ୍ଦ ହୋଇଯାଇଥିଲା। ଦୁଗ୍ଧ ଉତ୍ପାଦନରେ ଭାରତର ସଫଳତାର କାହାଣୀ ଲେଖିଥିଲେ ଡ. ଭର୍ଗସେ କ୍ୟୁରିଏନ, ଯାହା ଭାରତରେ ଫାଦର ଅଫ ଦ ହ୍ବାଇଟ ରିଭୋଲେସନ ଭାବରେ ଜଣାଶୁଣା । ଆଜିର ଦିନରେ ଭାରତେରେ ପୁରୁଷଙ୍କ ଠାରୁ ଆରମ୍ଭ କରି ମହିଳା ମାନେ ମଧ୍ୟ ଦୁଗ୍ଧ ବ୍ୟବୟାୟ କରି ପରିବାର ପ୍ରତି ପୋଷଣ କରୁଛନ୍ତି ।

ଶରୀରକୁ ସୁସ୍ଥ ରଖେ ଦୁଗ୍ଧ

1-ଦୁଗ୍ଧରେ କ୍ୟାଲସିୟମ, ଭିଟାମିନ-ଡି, ଫସଫରସ ଏବଂ ମ୍ୟାଗ୍ନେସିୟମ ଥାଏ । ଏହା ଶରୀରର ହାଡକୁ ମଜଭୁତ କରିଥାଏ । ଏହା ଦାନ୍ତ, ନଖକୁ ମଧ୍ୟ ଶକ୍ତିଶାଳୀ କରିଥାଏ ।

2-ଦୁଗ୍ଧ ରକ୍ତଚାପକୁ ସନ୍ତୁଳିତ ରଖିବା ସହ ରକ୍ତଭଣ୍ଡାରର ଯତ୍ନ ମଧ୍ୟ ନେଇଥାଏ । ଏହା ହାର୍ଟ ସମ୍ବନ୍ଧୀୟ ରୋଗର ଆଶଙ୍କା ହ୍ରାସ କରିଥାଏ ।

3-ଖାଦ୍ୟରେ ଦୁଗ୍ଧ ମିଶାଇବା ଦ୍ବାରା ଓଜନ ହ୍ରାସ ହୋଇଥାଏ । ଏହା ମଧ୍ୟ ମୋଟାପଣ ହେବାର ସମ୍ଭାବନା କମ୍ କରିଥାଏ ।

4- ଦୁଗ୍ଧ ପିଇବା ଦ୍ବାରା ତ୍ବଚାରେ ଚମକ ଆସିବା ସହ କେଶ ମଧ୍ୟ ମଜବୁତ ହୋଇଥାଏ ।

ତେବେ ମହାମାରୀ ସମୟରେ ଦୁଗ୍ଧ ପିଇବା ଜରୁରୀ । କାରଣ କୋରୋନା ଲଢେଇରେ ଏହା ଆପଣଙ୍କୁ ଶକ୍ତି ଯୋଗାଇବ ଓ ଆପଣଙ୍କ ଇମ୍ୟୁନିଟିକୁ ବୃଦ୍ଧି କରିବ ଦୁଗ୍ଧ। ଗରମ ଦୁଗ୍ଧରେ ହଳଦି ମିଶାଇ ପିଇଲେ ଏହା ଆପଣଙ୍କ ଥକା ପଣକୁ ଦୂର କରିବ । ତେବେ ଦୁଗ୍ଧ ପିଅନ୍ତୁ ସୁସ୍ଥ ରୁହନ୍ତୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.