ETV Bharat / bharat

‘ଆଜି ଏକ ଐତିହାସିକ ଦିନ, ପ୍ରତ୍ୟେକ ନାଗରିକଙ୍କ ପାଖରେ ଟିକା ପହଞ୍ଚାଇବା ଆମ ପ୍ରାଥମିକତା’ - ଆଦର ପୁନଓ୍ବାଲାଙ୍କ ପ୍ରତିକ୍ରିୟା

ଟିକା ଯୋଗାଣକୁ ଏକ ଐତିହାସିକ ମୁହୂର୍ତ୍ତ ବୋଲି ଦର୍ଶାଇଛନ୍ତି ସେରମ ଇନଷ୍ଟିଚ୍ୟୁଟ ମୁଖ୍ୟ ତଥା କମ୍ପାନୀର ସିଇଓ ଆଦର ପୁନାଓ୍ବାଲା । ଅଧିକ ପଢନ୍ତୁ...

‘ଆଜି ଏକ ଐତିହାସିତ ଦନ, ପ୍ରତେକ ଦେଶବାସୀଙ୍କ ପାଖରେ ଟିକା ପହଞ୍ଚାଇବା ଆମ ପାଇଁ ଆହ୍ବାନ’

author img

By

Published : Jan 12, 2021, 4:15 PM IST

ମୁମ୍ବାଇ: ଦେଶର 13 ରାଜ୍ୟରେ ପହଞ୍ଚିଛି କୋରୋନା ଟୀକା‘ କୋଭାସିଲ୍ଡ’। ପୁଣେର ସେରମ ଇନଷ୍ଟିଚ୍ୟୁଟ ଦ୍ବାରା ପ୍ରସ୍ତୁତ କୋରୋନା ଟିକା ପ୍ରେରଣ ଆରମ୍ଭ ହୋଇଛି । ଏହି ଅବସରରେ ଏହାକୁ ଏକ ଐତିହାସିକ ମୁହୂର୍ତ୍ତ ବୋଲି ଦର୍ଶାଇଛନ୍ତି ସେରମ ଇନଷ୍ଟିଚ୍ୟୁଟ ମୁଖ୍ୟ ତଥା କମ୍ପାନୀର ସିଇଓ ଆଦର ପୁନାଓ୍ବାଲା । ପୁନଓ୍ବାଲା କହିଛନ୍ତି ଯେ ଏହା ଆମ ପାଇଁ ଗର୍ବ ଓ ଐତିହାସିକ ଦିନ । ଆଜିଠାରୁ ଟିକା ଯୋଗାଣ ହୋଇଛି । କିନ୍ତୁ ଏହାକୁ ନେଇ ଆମ ସାମ୍ନାରେ ବର୍ତ୍ତମାନ ଅନେକ ଆହ୍ବାନ ରହିଛି । ଦେଶର ପ୍ରତ୍ୟେକ ନାଗରିକଙ୍କ ପାଖରେ ଏହାକୁ ପହଞ୍ଚାଇବା ଆମର ପ୍ରାଥମିକତା । ଚଳିତ ବର୍ଷ ମଧ୍ୟରେ ଏହି ଟିକାର ଉତ୍ପାଦନ ଓ ଦେଶର ଆବଶ୍ୟକତା ଅନୁସାରେ ସମସ୍ତଙ୍କ ପାଖରେ ଉପଲବ୍ଧ କରାଇବା ଦିଗରେ କମ୍ପାନୀ ଅଗ୍ରାଧିକାର ଭିତ୍ତିରେ କାମ କରିବ ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ କେବଳ ଆମ ଦେଶ ଭାରତ ନୁହେଁ, ଆମେ ଆଫ୍ରିକା, ଦକ୍ଷିଣ ଆମେରିକାକୁ ବି ଟିକା ଯୋଗାଇବାକୁ ଚେଷ୍ଟା କରୁଛୁ | ଅନ୍ୟ କିଛି ପଡୋଶୀ ଦେଶ ମଧ୍ୟ ଆମ ଦ୍ବାରା ପ୍ରସ୍ତୁତ କୋଭାସିଲ୍ଡ କିଣିବା ପାଇଁ ଆଗ୍ରହ ଦେଖାଇଛନ୍ତି । ଭାରତ ସରକାରଙ୍କୁ ଓ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ ମଧ୍ୟ ଆସୁଛି । ଦେଶର ଆବଶ୍ୟକତା ପୂରଣ କରିବା ସହ ପଡୋଶୀ ମାନଙ୍କ ଆବଶ୍ୟକତା ପୂରଣ କରିବା ଦିଗରେ ମଧ୍ୟ ଆମେ ଦାୟିତ୍ବଶୀଳ ଅଛୁ।

ଭାରତ ସରକାର ଓ ସେରମ ମଧ୍ୟରେ ହୋଇଥିବା ଚୁକ୍ତିକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ପୁନମ। ସେ କହିଛନ୍ତି ଯେ ଆମେ ସରକାରଙ୍କୁ ମାତ୍ର 200 ଟଙ୍କା ମୂଲ୍ୟରେ ପ୍ରତି ଡୋଜ ଯୋଗାଇବୁ । ସେହିପରି ଅନ୍ୟ ସଂସ୍ଥା ଓ ବିଦେଶ ବଜାର ପ୍ରତି ଏହାର ମୁଲ୍ୟ ପୃଥକ ରହିବା ନେଇ ମଧ୍ୟ ସେ ମତ ଦେଇଛନ୍ତି । ଏହି ଚୁକ୍ତି ଅନୁସାରେ ପ୍ରଥମେ 100 ନିୟୁତ ଡୋଜ ସରକାରଙ୍କୁ ଯୋଗାଇବା ପାଇଁ ଲକ୍ଷ ରଖିଛି କମ୍ପାନୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.