ETV Bharat / bharat

ଆଜି ଆନ୍ତର୍ଜାତୀୟ ପୁରୁଷ ଦିବସ - nov 19 international mens day

ପ୍ରତିବର୍ଷ ନଭେମ୍ବର 19 ତାରିଖରେ ବିଶ୍ବବ୍ୟାପୀ ଆନ୍ତର୍ଜାତୀୟ ପୁରୁଷ ଦିବସ ପାଳନ କରାଯାଏ ।

ଆଜି ଆନ୍ତର୍ଜାତୀୟ ପୁରୁଷ ଦିବସ
ଆଜି ଆନ୍ତର୍ଜାତୀୟ ପୁରୁଷ ଦିବସ
author img

By

Published : Nov 19, 2020, 10:52 AM IST

ହାଇଦ୍ରାବାଦ:ଆଜି ଆନ୍ତର୍ଜାତୀୟ ପୁରୁଷ ଦିବସ । ପ୍ରତିବର୍ଷ ନଭେମ୍ବର 19 ତାରିଖରେ ବିଶ୍ବବ୍ୟାପୀ ଏହି ଦିବସ ପାଳନ କରାଯାଏ । ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ ଆନ୍ତର୍ଜାତୀୟ ପୁରୁଷ ଦିବସକୁ 6 ଟି ସ୍ତମ୍ଭରେ ସ୍ଥିର କରାଯାଇଛି । ସେଗୁଡିକ ହେଉଛି ଜାତି, ସମାଜ, ସମ୍ପ୍ରଦାୟ, ପରିବାର, ବିବାହ, ଏବଂ ଶିଶୁ ଯତ୍ନ । ବିଶେଷ କରି ଏହି ଦିବସର ମୂଳ ଲକ୍ଷ୍ୟ ମୌଳିକ ମାନବିକ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ।

1990 ଦଶକ ଆରମ୍ଭରେ ମିସୌରୀ ସେଣ୍ଟର ଫର ମେନ ଷ୍ଟଡିଜ୍ ନିର୍ଦ୍ଦେଶକ ଥୋମାସ୍ ଓଷ୍ଟର ଆମେରିକା, ଅଷ୍ଟ୍ରେଲିଆ ଏବଂ ମାଲ୍ଟାର ସଂଗଠନଗୁଡ଼ିକୁ ଫେବୃଆରୀ ମାସରେ ଛୋଟ ଆନ୍ତର୍ଜାତୀୟ ପୁରୁଷ ଦିବସ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଆମନ୍ତ୍ରଣ କରିଥିଲେ । ଦୁଇ ବର୍ଷ ପାଇଁ ଓଷ୍ଟର ସଫଳତାର ସହିତ ଏହି ଇଭେଣ୍ଟଗୁଡିକ ଆୟୋଜନ କରିଥିଲେ। କିନ୍ତୁ 1995 ମସିହାରେ ଏହି ପ୍ରୟାସ ଧୀରେ ଧାରେ ଖରାପ ସ୍ଥିତିରେ ପହଞ୍ଚିଲା | ଏଥିରେ ସେ ହତାଶ ହୋଇ ଏହି ଯୋଜନା ବନ୍ଦ କରିଦେଲେ । ମାତ୍ର ଅଷ୍ଟ୍ରେଲିଆରେ ଏହି କାର୍ଯ୍ୟକ୍ରମ ଜାରି ରଖିଥିଲେ ।

1999ରେ ତ୍ରିନିଦାଦ ଏବଂ ଟୋବାଗୋ ୱେଷ୍ଟଇଣ୍ଡିଜ୍ ବିଶ୍ବବିଦ୍ୟାଳୟର ଜେରୋମ ଟିଲୁକ୍ସିଙ୍ଗଙ୍କ ଦ୍ବାରା ଏହି ଦିନ ପୁନଃ ଆୟୋଜିତ କରାଯାଇଥିଲା। ତେବେ ସେ ହୃଦୟଙ୍ଗମ କଲେ ଯେ ପିତାମାନଙ୍କ ପାଇଁ ଗୋଟିଏ ଦିନ ଥିଲେ ମଧ୍ୟ ଯେଉଁ ମାନଙ୍କର ପିଲା ନାହାଁନ୍ତି ସେମାନଙ୍କ ପାଇଁ ଏହି ଦିବସ ପାଳନ କରାଯିବା ଦରକାର । ଏଣୁ ସେ ନଭେମ୍ବର 19ରେ ଅନ୍ତର୍ଜାତୀୟ ପୁରୁଷ ଦିବସ ପାଳନ କରିବାରୁ ଆହ୍ବାନ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.