ETV Bharat / bharat

Assembly Bypolls: ଆଜି ୭ ବିଧାନସଭା ଆସନରେ ଉପନିର୍ବାଚନ - ବିଧାନସଭା ଉପନିର୍ବାଚନ 2023

ଆଜି ୬ଟି ରାଜ୍ୟର ୭ ବିଧାନସଭା ଆସନରେ ଉପନିର୍ବାଚନ ହେଉଛି । ଇଣ୍ଡିଆ ମେଣ୍ଟ ଗଠନ ପରେ ଦେଶରେ ଏହା ପ୍ରଥମ ନିର୍ବାଚନ । ଅଧିକ ପଢନ୍ତୁ

Assembly Bypolls
Assembly Bypolls
author img

By ETV Bharat Odisha Team

Published : Sep 5, 2023, 8:26 AM IST

ହାଇଦ୍ରାବାଦ: ଆଜି ୬ଟି ରାଜ୍ୟର ୭ ବିଧାନସଭା ଆସନରେ ଉପନିର୍ବାଚନ । ଉତ୍ତର ପ୍ରଦେଶର ଘୋଷି ନିର୍ବାଚନ ମଣ୍ଡଳୀ, ଝାଡଖଣ୍ଡର ଡୁମରି, ତ୍ରିପୁରାର ଧାନପୁର ଓ ବକ୍ସନଗର, ଉତ୍ତରାଖଣ୍ଡର ବାଗେଶ୍ବର ଆସନ, ପଶ୍ଚିମବଙ୍ଗର ଧୁପଗୁଡି ଏବଂ କେରଳର ପୁତୁପ୍ପଲ୍ଲୀ ଆସନରେ ଆଜି ଉପନିର୍ବାଚନ ମତଦାନ ହେଉଛି । ଯାହାକି ନବଗଠିତ ବିରୋଧୀ ମେଣ୍ଟ ଇଣ୍ଡିଆ ଓ ବିଜେପି ନେତୃତ୍ବାଧୀନ ଏନଡିଏ ମଧ୍ୟରେ ପ୍ରଥମ ନିର୍ବାଚନୀ ଲଢେଇ ଭାବେ ଦେଖାଯାଉଛି । କାରଣ ଇଣ୍ଡିଆ ମେଣ୍ଟ ଗଠନ ପରେ କୌଣସି ରାଜ୍ୟରେ ଏହା ପ୍ରଥମ ନିର୍ବାଚନ । ଆସନ୍ତା ୮ ତାରିଖରେ ଉପନିର୍ବାଚନ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ।

୪ ରାଜ୍ୟରେ ବିଜେପି ଓ ବିରୋଧୀ ମେଣ୍ଟ ମଧ୍ୟରେ ଲଢେଇ ହେଉଛି । ଧୁପଗୁଡି ଓ ପୁତୁପ୍ପଲ୍ଲୀରେ ଇଣ୍ଡିଆ ମେଣ୍ଟର ସଦସ୍ୟମାନେ ମୁହାଁମୁହିଁ ହୋଇଛନ୍ତି । ସମାଜବାଦୀ ପାର୍ଟି ନେତା ଦାରା ସିଂହ ଚୌହାନଙ୍କ ଇସ୍ତଫା ପରେ ଘୋଷି ବିଧାନସଭା ଆସନ ଖାଲି ପଡିଥିଲା । ଦାରା ସିଂହ ସପା ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ଏଠାରେ ବିଜେପି ଦାରା ସିଂହ ଚୌହାନଙ୍କୁ ପ୍ରାର୍ଥୀ କରିଥିବାବେଳେ ସପାରୁ ସୁଧାକର ସିଂହ ପ୍ରତିଦ୍ବନ୍ଦିତା କରୁଛନ୍ତି । ଉପନିର୍ବାଚନରେ ମାୟାବତୀଙ୍କ ବିଏସପି କୌଣସି ପ୍ରାର୍ଥୀ ଦେଇନାହିଁ ।

ପଶ୍ଚିମବଙ୍ଗର ଧୁପଗୁଡି ଆସନରେ ବିଜେପି, ଟିଏମସି ଓ କଂଗ୍ରେସ ସମର୍ଥିତ ସିପିଆଇ(ଏମ୍) ମଧ୍ୟରେ ତ୍ରିମୁଖୀ ଲଢେଇ ଚାଲିଛି । ଝାଡଖଣ୍ଡର ଜେଏମଏମ ବିଧାୟକ ଜଗନ୍ନାଥ ମହତୋଙ୍କ ଦେହାନ୍ତ ପରେ ଡୁମରି ଆସନରେ ଉପନିର୍ବାଚନ ହେଉଛି । ଏଠାରେ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ବେବି ଦେବୀ ଏବଂ ଏନଡିଏର ଯଶୋଦା ଦେବୀଙ୍କ ମଧ୍ୟରେ କଡା ଟକ୍କର ଚାଲିଛି ।

ଏହାମଧ୍ୟ ପଢନ୍ତୁ: ରାହୁଲ ଓ ପ୍ରିୟଙ୍କାଙ୍କ ସମ୍ପର୍କରେ ଫାଟ ଥିବା କହିଲା ବିଜେପି, ଜବାବ ଦେଲା କଂଗ୍ରେସ

କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଓମ୍ମେନ ଚାଣ୍ଡିଙ୍କ ବିୟୋଗ ପରେ ପୁଥପ୍ପାଲ୍ଲୀ ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଏଠାରେ କଂଗ୍ରେସ ଏବଂ ବାମ ଦଳ ମୁହାଁମୁହିଁ ହେଉଛନ୍ତି । ଉତ୍ତରାଖଣ୍ଡର ବାଗେଶ୍ବର ଆସନରେ କଂଗ୍ରେସ ଓ ବିଜେପି ମଧ୍ୟରେ ଟକ୍କର ଚାଲିଛି । ବିଜେପି ନେତା ଚନ୍ଦନ ଦାସଙ୍କ ବିୟୋଗ ପରେ ଏହି ଆସନରେ ଉପନିର୍ବାଚନ ହେଉଥିବା ବେଳେ ଏହି ଦିବଙ୍ଗତ ନେତାଙ୍କ ପତ୍ନୀ ପାର୍ବତୀ ଦାସଙ୍କୁ ବିଜେପି ପ୍ରାର୍ଥୀ କରିଛି ।

ଏହାମଧ୍ୟ ପଢନ୍ତୁ: Parliament's special session: 5ରେ ‘ଇଣ୍ଡିଆ’ ମେଣ୍ଟ ସାଂସଦଙ୍କ ବୈଠକ ଡାକିଲେ ଖଡଗେ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.