ETV Bharat / bharat

ଦେଶରେ 24 ଘଣ୍ଟାରେ ନୂଆ 14199 ଆକ୍ରାନ୍ତ ଚିହ୍ନଟ

ସୋମବାର ଦେଶରେ ନୂଆ 14,199 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Feb 22, 2021, 11:15 AM IST

ଆଜି ଦେଶରେ 14 ହଜାରରୁ ଊର୍ଦ୍ଧ୍ବ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ କିଛି ମାସ ବ୍ୟବଧାନ ପରେ ପୁଣି ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ତେବେ ସୋମବାର 14 ହଜାର 199 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ 24 ଘଣ୍ଟା ମଧ୍ୟରେ 83 ଜଣଙ୍କର ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ତେବେ ନୂଆ କୋରୋନା ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1 କୋଟି 10 ଲକ୍ଷ 5 ହଜାର 850ରେ ପହଞ୍ଚିଥିବା ବେଳେ 1 ଲକ୍ଷ 50 ହଜାର 55 ଜଣ ସକ୍ରିୟ ରହିଛନ୍ତି । ସୁସ୍ଥ ହୋଇ ମୋଟ 1 କୋଟି 6 ଲକ୍ଷ 99 ହଜାର 410 ଜଣ ଘରକୁ ଫେରିଛନ୍ତି । ଗତ 24 ଘଣ୍ଟା ମଧ୍ୟରେ 83 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା 1 ଲକ୍ଷ 56 ହଜାର 385ରେ ପହଞ୍ଚିଛି ।

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ରବିବାର ସନ୍ଧ୍ୟା ସୁ୍ଦ୍ଧା ରାଜ୍ୟରେ ମୋଟ 1 କୋଟି 11 ଲକ୍ଷ 16 ହଜାର 854ଟି କୋଭିଡ ଟିକା ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯାଇଛି । ରବିବାର କୋଭିଡ ପରୀକ୍ଷଣ ପାଇଁ ମୋଟ 6 ଲକ୍ଷ 20 ହଜାର 216ଟି ନମୂନା ପରୀକ୍ଷା କରାଯାଇଥିବା ବେଳେ ମୋଟ 21 କୋଟି 15 ଲକ୍ଷ 51 ହଜାର 746ଟି ନମୂନା ପରୀକ୍ଷଣ ହୋଇସାରିଥିବା ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ପକ୍ଷରୁ ସୂଚନା ମିଳିଛି ।

ତେବେ ଗତ କିଛି ଦିନ ମଧ୍ୟରେ ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ 74 ପ୍ରତିଶତ ମାମଲା କେରଳ ଓ ମହାରାଷ୍ଟ୍ରରୁ ରେକର୍ଡ କରାଯାଇଛି । ଇତିମଧ୍ୟରେ ଛତିଶଗଡ଼, ମଧ୍ୟପ୍ରଦେଶ, ପଞ୍ଜାବ ଓ ଜମ୍ମୁକାଶ୍ମୀରରେ ମଧ୍ୟ ସଂକ୍ରମଣ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.