ETV Bharat / bharat

ଆଜି ଚଣ୍ଡିଗଡରେ କୃଷକ ସଂଗଠନର ଆନ୍ଦୋଳନ, ଟ୍ରାଇସିଟି ରୋଡ୍ ବନ୍ଦ କଲା ପୋଲିସ - ଚଣ୍ଡିଗଡରେ କୃଷକ ଆନ୍ଦୋଳନ

ଆଜି ଚଣ୍ଡିଗଡ଼ରେ ୧୬ଟି କୃଷକ ସଂଗଠନର ଆନ୍ଦୋଳନ ଡାକରା । ପୋଲିସ ଓ କୃଷକ ମଧ୍ୟରେ ସଂଘର୍ଷ ଘଟି ଜଣେ ମୃତ । ଟ୍ରାଇସିଟି ରୋଡ୍ ବନ୍ଦ କଲା ପୋଲିସ । ଅଧିକ ପଢନ୍ତୁ

ଆଜି ଚଣ୍ଡିଗଡରେ କୃଷକ ସଂଗଠନର ଆନ୍ଦୋଳନ
ଆଜି ଚଣ୍ଡିଗଡରେ କୃଷକ ସଂଗଠନର ଆନ୍ଦୋଳନ
author img

By

Published : Aug 22, 2023, 9:08 AM IST

ଚଣ୍ଡିଗଡ: ପଞ୍ଜାବରେ ପୁଣିଥରେ କୃଷକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ରାଜ୍ୟର ୧୬ଟି କୃଷକ ସଂଗଠନ ଆଜି(ମଙ୍ଗଳବାର) ଚଣ୍ଡିଗଡ଼ଠାରେ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ ପାଇଁ ଡାକରା ଦେଇଛନ୍ତି । ଏଥିପାଇଁ କୃଷକମାନେ ଚଣ୍ଡିଗଡ ଆଡକୁ ଅଗ୍ରସର ହେଉଥିବା ବେଳେ ପୋଲିସ ବିଭିନ୍ନ ସ୍ଥାନରେ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରୁଛି । ଗତକାଲି ସକାଳ ପରଠୁ ପୋଲିସ ଅନେକ କୃଷକଙ୍କୁ ଉଠାଇ ନେଇ ଅଟକ ରଖିଛି । ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନ ପରେ ପଞ୍ଜାବର ସମସ୍ତ ଟୋଲ୍‌ପ୍ଲାଜା ଓ ରାସ୍ତାଗୁଡିକୁ ବନ୍ଦ କରିଦେଇଛନ୍ତି କୃଷକ ସଂଗଠନ । ଏହାକୁ ନେଇ ସାଙ୍ଗରୁରଠାରେ ପୋଲିସ ଓ କୃଷକଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଏଥିରେ ଜଣ କୃଷକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଯାହାପରେ ପୁରା ରାଜ୍ୟରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ।

ଏହାମଧ୍ୟ ପଢନ୍ତୁ: Chennai: ସେଣ୍ଟ୍ରାଲ ରେଲଓ୍ବେ ଷ୍ଟେସନରେ ବୋମା ଗୁଜବ, ଅଭିଯୁକ୍ତ ଗିରଫ

ପଞ୍ଜାବର କୃଷକମାନେ ଆଜି ଚଣ୍ଡିଗଡ଼ରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହେଉଛନ୍ତି । ପଞ୍ଜାବରେ ବନ୍ୟା କାରଣରୁ ବ୍ୟାପକ ଧନଜୀବନ କ୍ଷୟକ୍ଷତି ହୋଇଥିବା ବେଳେ ପୀଡ଼ିତଙ୍କୁ କ୍ଷତିପୂରଣ ଦାବିରେ ଏହି ଆନ୍ଦୋଳନ ଡାକରା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ପୂର୍ବରୁ କୃଷକ ସଂଗଠନ ଘୋଷଣା କରିଥିଲେ ଯେ, ଯଦି ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରେ, ତାହେଲେ ସେମାନେ ଯେଉଁଠି ଥିବେ, ସେଇଠି ହିଁ ଧାରଣାରେ ବସିବେ । କୃଷକ ଆନ୍ଦୋଳନକକୁ ଦୃଷ୍ଟିରେ ରଖି ଚଣ୍ଡିଗଡ଼ ସହରରେ ୧୪୪ ଧାରା ଜାରି କରାଯାଇଛି । ସହରରେ କେଉଁଠି ମଧ୍ୟ ୫ରୁ ଅଧିକ ଲୋକ ଏକତ୍ରିତ ନହେବାକୁ କଡ଼ା ନିର୍ଦ୍ଦେଶ ଦେଇଯାଇଛି ।

ଏହାମଧ୍ୟ ପଢନ୍ତୁ: UP: ସପା ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କୁ ଜୋତାମାଡ, ଅଖିଳେଶଙ୍କୁ ମଧ୍ୟ ଚେତାବନୀ ଦେଲେ ପୂଜାରୀ

ମିଡିଆ ରିପୋର୍ଟ ଅନୁସାରେ, କୃଷକଙ୍କୁ ଚଣ୍ଡିଗଡ଼ ଆସିବାରୁ ରୋକିବାକୁ ପୋଲିସ ପ୍ରଶାସନ ସହରକୁ ଟ୍ରାଇସିଟି ସହ ସଂଯୋଗ କରୁଥିବା ୨୭ଟି ପଏଣ୍ଟରେ ପାଖାପାଖି ୪୨୦୦ ଫୋର୍ସ ମୁତୟନ କରିଛି । ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯାଇଛି । ତେବେ ଏହି କୃଷକ ସମ୍ମିଳନୀକୁ ରୋକିବାର ମୁଖ୍ୟ କାରଣ ହେଉଛି ସମ୍ମିଳନୀ ପାଇଁ ନିର୍ଦ୍ଧାରିତ ସ୍ଥାନ । ସେକ୍ଟର ୨୫ରେ କୃଷକଙ୍କ ସମ୍ମିଳନୀ ହେଉ ବୋଲି ଚଣ୍ଡିଗଡ ପ୍ରଶାସନ ଚାହୁଁଛନ୍ତି । କିନ୍ତୁ କୃଷକମାନେ ସେକ୍ଟର ୧୭ର ପରେଡ ଗ୍ରାଉଣ୍ଡରେ ଧାରଣା ପ୍ରଦର୍ଶନ ପାଇଁ ଅଡି ବସିଛନ୍ତି । ଏଥିରେ ଚଣ୍ଡିଗଡ଼ ପ୍ରଶାସନ ସହମତ ହେଉନଥିବା ବେଳେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.