ETV Bharat / bharat

ଅକ୍ଷମ ହୋଇବି ସକ୍ଷମ: 50ଟି ଚେୟାର ବୁଣି ବିଶ୍ବ ରେକର୍ଡ ଲକ୍ଷ୍ୟ

author img

By

Published : Dec 3, 2020, 1:19 PM IST

ଡିସେମ୍ବର 3 ତାରିଖରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ସମ୍ୟକ୍‌ ଦୃଷ୍ଟିହୀନ ବ୍ୟକ୍ତି ଚେୟାର ବୁଣି ବିଶ୍ବ ରେକର୍ଡ କରିବାକୁ ଉଦ୍ୟମ କରିଛନ୍ତି । ଅଧିକ ପଢନ୍ତୁ...

TN: Visually challenged people attempt world record by weaving 50 chairs in 6 hours
50ଟି ଚେୟାର ବୁଣି ଭିନ୍ନକ୍ଷମ ବ୍ୟକ୍ତିଙ୍କ ବିଶ୍ବ ରେକର୍ଡ ଉଦ୍ୟମ

ଚେନ୍ନାଇ: ପ୍ରତିବର୍ଷ ଡିସେମ୍ବର 3 ତାରିଖରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ କରାଯାଇଥାଏ । ତେବେ ଏହି ଦିବସ ଅବସରରେ ବୁଧବାର ଭିଜୁଆଲ୍ ଚ୍ୟାଲେଞ୍ଜଡ୍‌ ବା ସମ୍ୟକ୍‌ ଦୃଷ୍ଟିହୀନ ହୋଇଥିବା ଲୋକମାନେ 6 ଘଣ୍ଟା ମଧ୍ୟରେ 50ଟି ଚେୟାରକୁ ବୁଣି ବିଶ୍ବ ରେକର୍ଡ କରିବାକୁ ଉଦ୍ୟମ କରିଛନ୍ତି ।

ଚଳିତ ବର୍ଷ ଗୁରୁବାର ଏହି ଦିବସ ପଡୁଥିବାରୁ ସମ୍ୟକ୍‌ ଦୃଷ୍ଟିହୀନ ଥିବା ଲୋକମାନେ ବୁଧବାର ଏହି ଉଦ୍ୟମ କରିଥିଲେ । ୟୁନିକୋ ଚାରିଟେବଲ ଟ୍ରଷ୍ଟ ବା ଇଣ୍ଡିଆନ ବ୍ଲାଇଣ୍ଡ ୱେଲଫେୟାର ଟ୍ରଷ୍ଟର ମିଳିତ ଆନୁକୁଲ୍ୟରେ ଏହି ବିଶ୍ବ ରେକର୍ଡ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଖୁସି ଥିବା ଜଣେ ପ୍ରତିଯୋଗୀ ମହେନ୍ଦ୍ର କହିଛନ୍ତି ।

ସେହିପରି ଅନ୍ୟ ଏକ ପ୍ରତିଯୋଗୀ ଚିତ୍ରା କହିଛନ୍ତି ଯେ ପିଲାଦିନରୁ ସେ ଏହି ଚେୟାର ବୁଣା ତାଲିମ ନେଇଥିଲେ, ଯାହାଦ୍ବାରା ସେ କିଛି ପଇସା ରୋଜଗାର କରିପାରୁଥିଲେ । ହେଲେ ବର୍ତ୍ତମାନ ସମୟରେ ଲୋକମାନେ ପ୍ଲାଷ୍ଟିକ୍‌ ଚେୟାର ବ୍ୟବହାର କରାଯାଉଥିବାରୁ ଏହି ବୁଣା ଚେୟାରର ଚାହିଦା କମିଯାଇଛି । ଫଳରେ ସେମାନେ ଏହି ଚେୟାର ବୁଣି ରୋଜଗାର କରିବାରୁ ବଞ୍ଚିତ ହେଉଛନ୍ତି । କିନ୍ତୁ ଏହି ପ୍ରତିଯୋଗିତାରେ ସେ ଅଂଶଗ୍ରହଣ କରି ନିଜର ଖୁସିବ୍ୟକ୍ତ କରିଛନ୍ତି ।

ଦୃଷ୍ଟିହୀନ ଲୋକମାନେ ବର୍ତ୍ତମାନ ଜୀବିକା ନିର୍ବାହ କରିବା ପାଇଁ ସଂଘର୍ଷ କରୁଥିବାରୁ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ଇଣ୍ଡିଆନ୍ ବ୍ଲାଇଣ୍ଡ ୱେଲଫେୟାର ଟ୍ରଷ୍ଟର ସଭାପତି ତାଙ୍ଗଦୂରାଇ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.