ETV Bharat / bharat

ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ ତାମିଲନାଡୁ ଜଙ୍ଗଲ ମନ୍ତ୍ରୀ ଡିସି ଶ୍ରୀନିବାସନ

author img

By

Published : Jan 5, 2021, 8:51 PM IST

ନିଜର ବୟାନ ପାଇଁ ବିବାଦରେ ଫସିଲେ ତାମିଲନାଡୁ ଜଙ୍ଗଲ ମନ୍ତ୍ରୀ ଡିସି ଶ୍ରୀନିବାସନ । ଅଧିକ ପଢନ୍ତୁ .....

ବିବାଦୀୟ ମନ୍ତବ୍ୟରେ ଫସିଲେ ତାମିଲନାଡୁ ଜଙ୍ଗଲ ମନ୍ତ୍ରୀ ଡିସି ଶ୍ରୀନିବାସନ

ଚେନ୍ନାଇ: ନିଜର ବୟାନ ପାଇଁ ବିବାଦରେ ଫସିଲେ ତାମିଲନାଡୁ ଜଙ୍ଗଲ ମନ୍ତ୍ରୀ ଡି ସି ଶ୍ରୀନିବାସନ । ପୋଙ୍ଗଲ ଅବସରରେ ତାମିଲନାଡୁର ରାସନ କାର୍ଡ ଉପଭୋକ୍ତାଙ୍କୁ ପ୍ରଦାନ କରିଥିବା 25 ଶହ କୋଟି ଟଙ୍କା ଅନୁଦାନ ବାବଦରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଜଙ୍ଗଲ ମନ୍ତ୍ରୀ । ପୋଙ୍ଗଲରେ ଖର୍ଚ୍ଚ ହୋଇଥିବା ଟଙ୍କା ସରକାର ରାଜ୍ୟରେ ମଦ ଦୋକାନରୁ ସଂଗ୍ରହ କରିବା ନେଇ ସେ ମନ୍ତବ୍ୟ ଦେଇଥିଲେ । ପରେ ତାଙ୍କୁ ଏଥିପାଇଁ ଚାରି ଆଡୁ ସମାଲୋଚିତ ହେବାକୁ ପଡିଛି ।

ସୋମବାର ମନ୍ତ୍ରୀ ଶ୍ରୀନିବାସ ଏକ ଆମ୍ମା କ୍ଲିନିକ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରେ ସେ ଜନସଭାକୁ ସମ୍ବୋଧିତ କରିବା ଅବସରରେ ଏହି ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ରାଜ୍ୟ ସରକାର ପୋଙ୍ଗଲ ଅବସରରେ ରାଜ୍ୟରେ ପ୍ରତ୍ୟେକ ରାସନ କାର୍ଡଧାରୀ ପରିବାର ପାଇଁ ଉପହାରର ବ୍ୟବସ୍ଥା କରିଥିଲେ । ଯେଉଁଥିରେ ପ୍ରାୟ 25 ଶହ କୋଟି ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି । ଏହି ଅତିରିକ୍ତ ଖର୍ଚ୍ଚ ରାଶି ରାଜ୍ୟରେ ମଦ ଦୋକାନରୁ ସରକାରଙ୍କ ପାଣ୍ଠିକୁ ଫେରିବ ବୋଲି ସେ କହିଥିଲେ ।

ତେବେ ଏପରି ମନ୍ତବ୍ୟ ପରେ ତାଙ୍କୁ ଚାରି ଆଡୁ ସମାଲୋଚନାର ଶିକାର ହେବାକୁ ପଡିଛି । ଏହି ପ୍ରସଙ୍ଗରେ ରାଜ୍ୟରେ ବିରୋଧୀ ମଧ୍ୟ ରାଜନୀତି କରିବା ଆରମ୍ଭ କରିଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.