ETV Bharat / bharat

ପ୍ରବାସୀ ଶ୍ରମିକ ବିରୋଧୀ ମନ୍ତବ୍ୟ ପାଇଁ ତାମିଲନାଡୁ ନେତାଙ୍କ ବିରୋଧରେ ମାମଲା - ତାମିଲନାଡୁରେ ପ୍ରବାସୀ ଶ୍ରମିକ ଆକ୍ରମଣ ପ୍ରସଙ୍ଗ

ପ୍ରବାସୀ ଶ୍ରମିକଙ୍କ ସମ୍ପର୍କରେ ଧମକପୂର୍ଣ୍ଣ ମନ୍ତବ୍ୟ ଦେଇ ଅଡୁଆରେ ତାମିଲନାଡୁ ନେତା ସିମାନ । ବିଭିନ୍ନ ଦଫାରେ ମାମଲା ରୁଜୁ କଲା ପୋଲିସ । ଅଧିକ ପଢନ୍ତୁ

ପ୍ରବାସୀ ଶ୍ରମିକ ବିରୋଧୀ ମନ୍ତବ୍ୟ ପାଇଁ ତାମିଲନାଡୁ ନେତାଙ୍କ ବିରୋଧରେ ମାମଲା

author img

By

Published : Mar 12, 2023, 10:29 PM IST

ଚେନ୍ନାଇ: ତାମିଲନାଡୁରେ ଜାରି ରହିଥିବା ପ୍ରବାସୀ ଶ୍ରମିକ ଆକ୍ରମଣ ଅଭିଯୋଗ ଘଟଣା ମଧ୍ୟରେ ପ୍ରବାସୀଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି ତାମିଲନାଡୁର ଜଣେ ରାଜନେତା । ଅଭିନେତାରୁ ରାଜନେତା ହୋଇଥିବା ତଥା NTK ମୁଖ୍ୟ ସିମାନଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । ସେ ପ୍ରବାସୀ ଶ୍ରମିକଙ୍କ ପ୍ରତି ଆପତ୍ତିଜନକ ତଥା ଧମକପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ । ଏ ସମ୍ପର୍କରେ ଏକାଧିକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଆଜି ପୋଲିସ ତାଙ୍କ ବିରୋଧରେ ମମଲା ରୁଜୁ କରିଛି । ଖୁବଶୀଘ୍ର ସେ ଗିରଫ ହେବାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି ।

ଅଭିଯୋଗ ଅନୁସାରେ ଫେବୃଆରୀ 13 ତାରିଖରେ ଏକ ସଭାକୁ ସମ୍ବୋଧିତ କରିବା ସମୟରେ ଏହି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ସେ ତାମିଲନାଡୁରେ କାର୍ଯ୍ୟରତ ଥିବା ପ୍ରବାସୀ ଶ୍ରମିକଙ୍କ ବିରୋଧରେ ଧମକପୂର୍ଣ୍ଣ ମନ୍ତବ୍ୟ ଦେଇଥିବା ନେଇ ଏକାଧିକ ଭିଡିଓ ଭାଇରାଲ ହୋଇଥିଲା । ତାଙ୍କ ବିରୋଧରେ ହିଂସା ସୃଷ୍ଟି କରିବା ପାଇଁ ଉତ୍ତେଜନାମୂଳକ ମନ୍ତବ୍ୟ ଦେବା ଅଭିଯୋଗରେ ମାମଲା ରୁଜୁ ହୋଇଛି ।

ସିମାନଙ୍କ ଭିଡିଓକୁ ଟ୍ବିଟ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ଟ୍ବିଟ କରିଥିଲେ । ଏପରି ମନ୍ତବ୍ୟ ପାଇଁ ତାମିଲନାଡୁରେ ପ୍ରବାସୀ ତଥା ଉତ୍ତର ଭାରତ ଶ୍ରମିକଙ୍କ ସୁରକ୍ଷା ବିପନ୍ନ ହେଉଥିବା କହିଥିଲେ ପ୍ରଶାନ୍ତ । ସ୍ଥାନୀୟ ଏରୋଡ ପୋଲିସର ସୂଚନା ଅନୁସାରେ କୌଣସି ସାମାଜିକ ବର୍ଗ କିମ୍ବା ସମ୍ପ୍ରଦାୟକୁ ଉତ୍ତେଜିତ କରିବା, ହିଂସା ସୃଷ୍ଟି ପାଇଁ ପ୍ରବର୍ତ୍ତାଇବା, ଜାତୀୟ ଐକ୍ୟକୁ ଭଙ୍ଗ କରିବା ଉଦ୍ଦେଶ୍ୟରେ ମନ୍ତବ୍ୟ ଦେବା ଅଭିଯୋଗରେ ସିମାନଙ୍କ ବିରୋଧରେ ଆଇପିସି ଧାରା-153(B) 505 (1) (C)ରେ ମାମଲା ରୁଜୁ ହୋଇଛି । ସେ ଖୁବଶୀଘ୍ର ଗିରଫ ମଧ୍ୟ ହୋଇପାରନ୍ତି ।

ଏହା ମଧ୍ୟ ପଢନ୍ତୁ :-Migrant workers issue Tamil Nadu: ଭିଡିଓ ଜାରି କଲେ ପ୍ରବାସୀ ଶ୍ରମିକ, କହିଲେ ଆମେ ସୁରକ୍ଷିତ ଅଛୁ

ନିକଟରେ ବିହାରୀ ପ୍ରବାସୀ ଶ୍ରମିକଙ୍କୁ ଆକ୍ରମଣ ହୋଇଥିବା ଦର୍ଶାଯାଇ ଏକାଧିକ ଭିଡିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ବିହାର ସରକାର ଉଦବେଗ ପ୍ରକାଶ କରିଥିଲେ । ତାମିଲନାଡୁ ପ୍ରଶାସନ ସହ ଘଟଣା ସମ୍ପର୍କରେ ଆଲୋଚନା କରି ସେମାନଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ବିହାର ମୁଖ୍ୟ ଶାସନ ସଚିବଙ୍କୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିର୍ଦ୍ଦେଶ ଦେଇଥିଲେ । ପ୍ରଥମେ ତାମିଲନାଡୁ ପୋଲିସ ଡିଜି ଏହାକୁ ଖଣ୍ଡନ କରିବା ସହ ମିଥ୍ୟା ଓ ଭିତ୍ତିହୀନ ବୋଲି ଦର୍ଶାଇଥିଲେ । ଭାଇରାଲ ହେଉଥିବା ଦୁଇ ଭିଡିଓ ପୁରୁଣା ଓ ଭିନ୍ନ ଘଟଣା ସମ୍ପର୍କିତ । ପ୍ରବାସୀଙ୍କୁ ଆକ୍ରମଣ ନେଇ କୌଣସି ଘଟଣା ରାଜ୍ୟରେ ଘଟିନାହିଁ ବୋଲି ସେ କହିଥିଲେ ।

ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ମଧ୍ୟ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ଫୋନରେ କଥା ହୋଇ ସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହ ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ନିଶ୍ଚିତ କରିଥିଲେ । ତାମିଲନାଡୁ ସରକାର ଓ ରାଜ୍ୟବାସୀ ପ୍ରବାସୀଙ୍କୁ ସୁରକ୍ଷା ଦିଅନ୍ତି, ରାଜ୍ୟରେ ସେପରି କିଛି ସମସ୍ୟା ନଥିବା ନୀତିଶଙ୍କୁ ଅବଗତ କରିଥିଲେ ଷ୍ଟାଲିନ । ଅନ୍ୟପଟେ ଏବେ ବିହାର ଏକ ପ୍ରତିନିଧି ଟିମ୍‌ ତାମିଲନାଡୁ ଗସ୍ତ କରି ସ୍ଥିତି ସମୀକ୍ଷା କରିଥିଲେ । ଏପରି ମିଥ୍ୟା ତଥ୍ୟ ପ୍ରସାରିତ କରି ଗୁଜବ ସୃଷ୍ଟି କରାଯାଉଥିବା ଅଭିଯୋଗରେ ବିଜେପି ରାଜ୍ୟ ସଭାପତି ଆନ୍ନା ମଲ୍ଲାଇଙ୍କ ନାମରେ ମଧ୍ୟ ମାମଲା ରୁଜୁ କରିଥିଲା ଚେନ୍ନାଇ ପୋଲିସ । ଏବେ ଧମକପୂର୍ଣ୍ଣ ମନ୍ତବ୍ୟ ମାମଲାରେ ଆଉ ଜଣେ ନେତାଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.