ETV Bharat / bharat

‘ଜୟ ବାଂଲା ନାରା ଦେଇ ପଶ୍ଚିମବଙ୍ଗକୁ ବାଂଲାଦେଶ କରିବାକୁ ଚାହୁଁଛି ଟିଏମସି’ - West Bengal assembly election

ଟିଏମସିକୁ ଟାର୍ଗେଟ କଲେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ । ‘ଜୟ ବାଂଲା ନାରା ଦେଇ ପଶ୍ଚିମବଙ୍ଗକୁ ବାଂଲାଦେଶ କରିବାକୁ ଟିଏମସି ଚାହୁଁଥିବା ସେ କହିଛନ୍ତି । ଅଧିକ ପଢନ୍ତୁ...

ଶୁଭେନ୍ଦୁ ଅଧିକାରୀ
ଶୁଭେନ୍ଦୁ ଅଧିକାରୀ
author img

By

Published : Feb 15, 2021, 9:56 AM IST

କୋଲକାତା: ପଶ୍ଚିମବଙ୍ଗରେ ଟିଏମସିକୁ ଟାର୍ଗେଟ କରିଛନ୍ତି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ । ମମତା ବାନାର୍ଜୀଙ୍କ ସରକାର ଜୟ ବାଂଲା ନାରା ଦେଇ ପଶ୍ଚିମବଙ୍ଗକୁ ବାଂଲାଦେଶ କରିବାକୁ ଚାହୁଁଛି ବୋଲି ସେ ଅଭିଯୋଗ କରିଛନ୍ତି ।

ଦାର୍ଜିଲିଂ ଜିଲ୍ଲାର ସିଲିଗୁଡିରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶୁଭେନ୍ଦୁ ଏପରି କହିଛନ୍ତି । ଏହାସହ ତୃଣମୂଳକୁ ଆକ୍ଷେପ କରି ସେ କହିଛନ୍ତି, ‘ସେମାନେ କଣ କରିବେ ଆମେ ଜାଣିନାହୁଁ । କିନ୍ତୁ ପଶ୍ଚିମବଙ୍ଗ ଲୋକ ଡବଲ ଇଞ୍ଜିନ ସରକାରକୁ ଭୋଟ ଦେବାକୁ ମନସ୍ଥ କରିଛନ୍ତି ।’

ସେହିପରି ବିଜେପି ସଂଖ୍ୟାଗରିଷ୍ଠତା ସହିତ ସରକାର ଗଠନ କରିବ । ମୋଦିଜୀ ଓ ଅମିତ ଶାହଜୀ ଦେଇଥିବା ସ୍ଲୋଗାନ ‘2019 ମେ ହାପ୍‌, 2021 ମେ ସାଫ୍‌’ ଘଟିବାକୁ ଯାଉଛି ବୋଲି ସେ କହିଛନ୍ତି ।

ଅନ୍ୟପଟେ ବାଂଲାଦେଶରେ 4 ବର୍ଷ ପୂର୍ବେ ଜଣେ ସାଂସଦ ‘ଖେଲ ହୋବେ’ର ନାରା ଲଗେଇଥିଲେ । ଏବେ ଟିଏମସି ଜୟ ବାଂଲା ନାରା ଦେଇ ପଶ୍ଚିମବଙ୍ଗକୁ ବାଂଲାଦେଶ କରିବାକୁ ଚାହୁଁଥିବା ଶୁଭେନ୍ଦୁ କହିଛନ୍ତି । ହେଲେ ଆମର ସ୍ଲୋଗାନ ଭାରତ ମାତା କି ଜୟ ଓ ଜୟ ଶ୍ରୀରାମ ବୋଲି ମଧ୍ୟ ଶୁଭେନ୍ଦୁ ଉଲ୍ଲେଖ କରିଛନ୍ତି ।

ସୂଚନାଥାଉକି, କିଛି ଦିନ ପୂର୍ବେ ଶୁଭେନ୍ଦୁ ଅଧିକାରୀ ତୃଣମୂଳ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.