ETV Bharat / bharat

ତ୍ରିପୁରାରେ ଅଭିଷେକ ବାନାର୍ଜୀଙ୍କ ଗାଡି ଉପରକୁ ଆକ୍ରମଣ, ସୋସିଆଲ ମିଡିଆରେ ପୋଷ୍ଟ କଲେ ଭିଡିଓ

author img

By

Published : Aug 2, 2021, 10:36 PM IST

ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀଙ୍କ ଗାଡି ଉପରେ ତ୍ରିପୁରାରେ ଆକ୍ରମଣ। ସୋସିଆଲ ମିଡିଆରେ ଆକ୍ରମଣର ଭିଡିଓ ପୋଷ୍ଚ କଲେ ଅଭିଷେକ । ଅଧିକ ପଢନ୍ତୁ...

ତ୍ରୀପୁରାରେ ଅଭିଶେକ ବାନାର୍ଜୀଙ୍କ ଗାଡି ଉପରେ ଆକ୍ରମଣ , ସୋସିଆଲ ମିଡିଆରେ ପୋଷ୍ଟ କଲେ ଭିଡିଓ

ଅଗରତାଲା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଦଳର ଦ୍ବିତୀୟ ପ୍ରଭାବଶାଳୀ ନେତା କୁହାଯାଉଥିବା ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ତ୍ରିପୁରାର ଉଦୟପୁର ଠାରେ ଥିବା ତ୍ରିପୁରେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ଏହି ଅବସରରେ ତ୍ରିପୁରାରେ ତାଙ୍କ ଗାଡି ଉପରେ ହୋଇଥିବା ଆକ୍ରମଣର ଭିଡିଓ ମଧ୍ୟ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି ।

ବିଜେପି ଶାସିତ ତ୍ରିପୁରାରେ ‘ସମ୍ପର୍କ ଅଭିଯାନ’ କାର୍ଯ୍ୟକ୍ରମରେ ପହଞ୍ଚିଛନ୍ତି ଅଭିଷେକ । ଅଭିଷେକଙ୍କ ଉପରେ ଏପରି ଆକ୍ରମଣ ପରେ ଏହି ପ୍ରସଙ୍ଗ ସଂସଦରେ ଉଠାଇବା ନେଇ ସୂଚନା ଦେଇଛନ୍ତି ଦଳର ରାଜ୍ୟସଭା ସାଂସଦ ଦାରେକ ଓବିରେନ ।

ଆସନ୍ତା ୨୦୨୩ରେ ତ୍ରିପୁରାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ରାଜନୈତିକ ପ୍ରସ୍ତୁତି ଆରମ୍ଭ କରି ସାରିଛି ଟିଏମସି । ଗତକାଲି ରବିବାର ରାଜ୍ୟମନ୍ତ୍ରୀ ବ୍ରାତ୍ୟା ବସୁଙ୍କ ସମେତ ଦଳର ଏକାଧିକ ବରିଷ୍ଠ ନେତା ତ୍ରିପୁରା ଗସ୍ତ କରିଛନ୍ତି । ଟିଏମସିର ରଣନୀତିକାର ପ୍ରଶାନ୍ତ କିଶୋର ତ୍ରିପୁରା ଗସ୍ତରେ ଥିବାବେଳେ ତାଙ୍କ ଟିମକୁ ଅଟକ ରଖାଯାଇଥିବା ଦଳ ଅଭିଯୋଗ କରିବା ସହ ବିଜେପି ଶାସିତ ତ୍ରିପୁରା ସରକାରକୁ ଦାୟୀ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.